ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପବନ ସହ କୁଆପଥର ବର୍ଷା : ଗଛ ପଡି ଘର ଭାଙ୍ଗିଲା, ଗର୍ଭବତୀ ଆହତ

Published By : Prameya | April 15, 2025 10:22 PM

ଚନ୍ଦାହାଣ୍ଡି ୧୫।୪ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ   ଫଟକି ପଞ୍ଚାୟତ ଅଧିନ ଭତାଝର ଗ୍ରାମରେ  ପ୍ରବଳ ବେଗରେ ପଵନ ବହିବା ସହ କୁଆପଥର ବର୍ଷା ହୋଇଛି।   ପବନରେ  ରାସ୍ତା କଡ଼ରେ ଥିବା  କରଞ୍ଜ ଗଛ ଉପୁଡି    ଗିରିଧାରୀ ଝାଙ୍କରଙ୍କ ଘର ଉପରେ ପଡିବାରୁ ତାଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଏଥସହ ଘର ଭିତରେ ଥିବା ତାଙ୍କ ଗର୍ଭବତୀ ସ୍ତ୍ରୀ ପ୍ରମିଳା ଝାଙ୍କର  ଆହତ ହୋଇଛନ୍ତି।ଆହତ ଗର୍ଭବତୀ   ପ୍ରମିଳାଙ୍କୁ ୧୦୮ ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ   କରାଯାଇଥିଲା l ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୂତୃକାଙ୍କୁ ପଚାରିବାରୁ କୋନ୍ଧିଓଡା ଆରଆଇଙ୍କୁ   ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦେଶ ଦେଇଥିବା କହିଥିଲେ।  

ସୂଚନାଯୋଗ୍ୟ ଯେ,  ମଙ୍ଗଳବାର ଅପରାହ୍ନରେ ପ୍ରବଳ ବେଗରେ ବର୍ଷା ହେବା ସହ ପଵନ ହୋଇଥିଲା।  ଭତାଝର   ଉମରକୋଟ ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତା କଡ଼ର ଅନେକ  ଗଛ ଉପୁଡି ପଡିବା ସହ  କିଛି ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇ ଥିଲା  l  କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ପ୍ରଶାସନ ସହାୟତା ପ୍ରଦାନ କରିବା କୁ ସାଧାରଣରେ   ଦାବୀ କରାଯାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.