ଚନ୍ଦାହାଣ୍ଡି ,୨୦।୨ -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନ ମୋହରା ଗ୍ରାମ ପଞ୍ଚାୟତର ପୂଜାରୀଗୁଡା ଗ୍ରାମରେ  ସଟସର୍କିଟରୁ ଘରେ ନିଆଁ ଲାଗି ଯାଇଥିଲା ।ଏଥିରେ  ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି।

ବୁଧବାର  ରାତିରେ  ପୂଜାରୀଗୁଡା ଗ୍ରାମର ସ୍ୱର୍ଗତ ପ୍ରମାନନ୍ଦ ନାଗଙ୍କ ପରିବାର ଲୋକେ ଖାଇ ପିଇ ଶୋଇ ଥିଲେ l  ରୋଷେଇ ଘରେ ସଟ୍ ସର୍କିଟରୁ  ନିଆଁ ଲାଗି ଯାଇଥିଲା।  ରୋଷେଇ ଘରେ ଥିବା ଦୁଇଟି ଗ୍ୟାସ ଟାଙ୍କିରେ ନିଆଁ ଲାଗି  ରୋଷେଇ ଘର  ଛାତ ସମ୍ପୂର୍ଣ ଭାବରେ  ପୋଡି ହୁତୁ ହୁତୁ ହୋଇ ଜଳିଥିଲା।  ପଡୋଶୀ ଲୋକେ ଦେଖି ଚିତ୍କାର କରିବାରୁ ପରିବାର ଲୋକେ ଉଠି ପଡି ଥିଲେ l   ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରି ଥିଲେ l  ସେଠାରେ ଥିବା ଟି ଭି, କୁଲର, ସିଲିଂ ପଙ୍ଖା, ଫ୍ରିଜ, ଗ୍ରାଇଣ୍ଡର, ଏବଂ ଅନ୍ୟ ସବୁ ରୋଷେଇ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା l  କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୂତୃକାଙ୍କ ନିର୍ଦେଶ କ୍ରମେ ପୂଜାରୀଗୁଡା  ରାଜସ୍ୱ ନିରୀକ୍ଷକ ସୁବ୍ରତ ମିସ୍ତ୍ରୀ, ଏଆରଆଇ  ରଣଦୀପ ପଣ୍ଡା   ଘଟଣାସ୍ଥଳକୁ ଯାଇ  ସବିଶେଷ ତଥ୍ୟ  ସଂଗ୍ରହ କରିବା   କ୍ଷତିଗ୍ରସ୍ତ ପରିବାର ସହ   ଆଲୋଚନା କରିଥିଲେ l  କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା  ସକାଶେ ଗ୍ରାମବାସୀ ଦାବୀ କରିଛନ୍ତି l