ନୂଆଦିଲ୍ଲୀ,୦୨/୦୭: ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ବ୍ୟବସାୟୀ ୨୪ ବିଫଳ ଅଡିସନ୍‌ରୁ ମିଳିଲା ପ୍ରଥମ ଫିଲ୍ମ କ୍ୟାରେଟ୍‌ ସୁନାରେ ନିଜ ଘରକୁ ସଜାଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ତା’ର ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି । କଣ୍ଟେଣ୍ଟ କ୍ରିଏଟର ପ୍ରିୟମ ସାରସ୍ୱତ ଘରର ଭବ୍ୟତାକୁ ଦେଖାଇ ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ତାକୁ ପ୍ରାୟ ୧୦ ନିୟୁତ ଭ୍ୟୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିୁଛି, ଘରର ଆସବାବପତ୍ର, ସ୍ୱିଚ୍‌ ବୋର୍ଡ, କାନ୍ଥ, ଛାତ,ଏପରିକି ସିଙ୍କ୍‌ ମଧ୍ୟ ସୁନାର । 

ଏହି ବିଳାସବହୁଳ ବଙ୍ଗଳାରେ ୧୦ଟି ବେଡ୍‌ରୁମ୍‌, ସୁନାର ଠାକୁରଙ୍କ ଆସ୍ଥାନ ପ୍ରଭୃତି ରହିଛି । ସେତିକି ନୁହେଁ, ଘର ମାଲିକଙ୍କ ନିକଟରେ ପୁରୁଣା ଗାଡି଼ର ସଂଗ୍ରହ ରହିଛି । ସେଥିମଧ୍ୟରେ ୧୯୩୬ର ଏକ ମର୍ସିଡିଜ୍‌ ବି ସାମିଲ । ସେହିପରି ଘରକୁ ଲାଗି ଏକ ସୁନ୍ଦର ବଗିଚା ଓ ଗୋଶାଳା ମଧ୍ୟ ରହିଛି । ଘର ମାଲିକ କହିଛନ୍ତି, ପ୍ରଥମେ ତାଙ୍କର ୨୫ ସଦସ୍ୟବିଶିଷ୍ଟ ପରିବାର ନିକଟରେ ଏକ ପେଟ୍ରୋଲ ପମ୍ପ୍‌ ଥିଲା । ତେବେ ସେମାନଙ୍କ ଚଳିବା ଲାଗି ତାହା ଯଥେଷ୍ଟ ହେବ ନାହିଁ ବୋଲି ସେ ଖୁବ୍‌ ଶୀଘ୍ର ବୁଝିଗଲେ । ଏହାପରେ ସରକାରୀ ଠିକା କାମ କଲେ ସେ । ସେଥିରୁ ସଫଳତା ପାଇବା ପରେ ଏବେ ସେମାନେ ଏକ ୩୦୦ କୋଠରୀବିଶିଷ୍ଟ ହୋଟେଲ ତିଆରି କରୁଛନ୍ତି ।