ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଘର, କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ନିବେଦନ

Published By : Harapriya Sethi | April 27, 2025 10:10 AM

ଦାରିଙ୍ଗବାଡି,୨୭/୦୪: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଦେଖିବାକୁ ମିଳିଛି କାଳବୈଶାଖୀ ପ୍ରଭାବ । ଯାହା ଫଳରେ ଡିଙ୍ଗେଲି ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଘରେ ଥିବା ଚାଉଳ, ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ଘରେ ରହିବା ପାଇଁ ମଧ୍ୟ କୌଣସି ସୁବିଧା ନାହିଁ  । 

ସୂଚନା ମୁତାବକ, ଶନିବାର ଅପରାହ୍ନ ୪ଟାରେ ହଠାତ ଘଡଘଡି ପବନ ସହିତ କୁଆପଥର ବର୍ଷା ହୋଇଥିଲା । ହେଲେ ସେହି ସମୟରେ ଘରେ ନଥିଲେ ପୂର୍ଣ୍ଣଚନ୍ଦ୍ର ରାଉତ । ସେ ତାଙ୍କ ସ୍ତ୍ରୀ ସହିତ ବାଲିଗୁଡା ଯାଇଥିଲେ । ସନ୍ଧ୍ୟା ୫ଟାରେ ଘରେ ପହଞ୍ଚି ଦେଖିଲା ବେଳକୁ ଘର ଆଉ ଘର ହୋଇନଥିଲା । ଘରର ଆଜବେଷ୍ଟ ଉଡି ବାହାରେ ପଡିଥିଲା ଘରେ ଥିବା ଚାଉଳ ଧାନ ବସ୍ତା ଉପରେ ପାଣି ଏବଂ କୁଆପଥର ପଡି ରହିଥିଲା । ଏସବୁ ଦେଖି ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡ ଆଉ କିଛି କାମ କରିନଥିଲା । ପରେ ପଡୋଶୀ ମାନେ ଆସି କହିଥିଲେ ଯେ ହଠାତ ପବନ ହେବା ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା । ଫଳରେ ତୁମ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ପରେ ସ୍ୟାମୀ ସ୍ତ୍ରୀ ରାତିରେ ଉପାସରେ ରହିଥିଲେ । ଏହି କାଳବୈଶାଖୀ ପ୍ରଭାବରେ କ୍ଷତି ହୋଇଥିବା ପରିବାରକୁ କ୍ଷତି ପୂରଣ ପାଇଁ ସ୍ଥାନୀୟ ସରପଞ୍ଚ ତାତୁରା ପ୍ରଧାନ ଏବଂ ରାଜସ୍ୱ ନିରକ୍ଷକ ପାଖରେ ନିବେଦନ କରିଛନ୍ତି ପୂର୍ଣ୍ଣଚନ୍ଦ୍ର । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.