କରଞ୍ଜିଆ, ୧୫।୩ : କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ। ମାତ୍ର ୧୦ ମିନିଟ୍ ତାଣ୍ଡବରେ କରିଦେଲା ଛାରଖାର। ଉଡାଇଲା ଘରର ଛପର ଓ ଗାଡି। ଏପରିକି କାଳବୈଖାଖୀ ପ୍ରଭାବରେ ଏକ ଅଟୋ ଓ ସ୍କୁଟିକୁ ଉଡି ପୋଖରୀରେ ପଡିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ର ତିନୋଟି ଗାଁରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା କିଆ, ପାଣପୋଷି, ମେଣ୍ଢାଶିଙ୍ଗା ଗାଁରେ କାଳବୈଶାଖୀ ହୋଇଥିଲା। ପବନ ଓ କୁଆ ପଥର ମାଡ଼ରେ ଶହେରୁ ଅଧିକ ଘର ଭାଙ୍ଗିଥିଲା ।
ପବନରେ କଙ୍କଡା ଗାଁରେ ରାସ୍ତାରେ ଯାଉଥିବା ଏକ ଅଟୋକୁ ଉଡାଇ ନେଇ ପୋଖରୀ ଭିତରେ ପକାଇ ଦେଇଥିଲା। ସେହିପରି ଏକ ସ୍କୁଟିକୁ ନେଇ ପୋଖରୀରେ ପକାଇଥିଲା। ପବନରେ ବହୁ ଘରର ଛପର ଉଡିଯାଇଛି। କାଳବୈଶାଖରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।