ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆସିଲା ଓଡିଏ ରୁଲ୍‌ ସଂଶୋଧନ ଚିଠା ନିୟମ: ବିଲଡିଂ ପ୍ଲାନିଂରେ ପାର୍କିଂ ବାଧ୍ୟତାମୂଳକ

Published By : Prameya | March 27, 2025 12:15 PM

ଭୁବନେଶ୍ୱର,୨୭/୦୩: ପାର୍ଟ ପ୍ଲଟ ବିକ୍ରି ପାଇଁ ବାଟ ଫିଟିଛି । ଗୃହ ନିର୍ମାଣ ଓ ନଗର  ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଯୋଜନା ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍‌ )  ନିୟମ, ୨୦୨୦ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଚିଠା ନିୟମ ପ୍ରକାଶ ପାଇଛି । ୧୫ ଦିନରେ ଏ  ନେଇ ମତାମତ ଗ୍ରହଣ କରାଯିବ ଓ ତାପରେ  ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । 

ସଂଶୋଧିତ ଚିଠାରେ ପାର୍ଟ ପ୍ଲଟ୍‌ ବିକ୍ରି  ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି ସରକାର ।  ପ୍ଲଟିଂ ବେଳେ ଅତି କମ୍‌ରେ ୯ ମିଟର ରାସ୍ତା ଛାଡ଼ିବାକୁ କୁହାଯାଇଛି । ଏହି ରାସ୍ତାକୁ ଉନ୍ନୟନ  କର୍ତ୍ତୃପକ୍ଷଙ୍କୁ ଗିଫ୍ଟ ଦେବାକୁ ପଡିବ । ପାର୍ଟ ପ୍ଲଟ  ରେଜିଷ୍ଟ୍ରି ସମୟରେ ଜମିର ବେଞ୍ଚ ମାର୍କର ୧୫ ପ୍ରତିଶତ କମ୍ପାଉଣ୍ଡିଂ ଫି ଦାଖଲ କରିବାକୁ  ପଡିବ । ମୂଳ ପ୍ଲଟକୁ ସବ୍‌ ପ୍ଲଟରେ ପରିବର୍ତ୍ତନ  କରି ବିକ୍ରି ସମୟରେ ଲେ-ଆଉଟକୁ ବାଧ୍ୟତାମୂଳକ  କରାଯାଇଛି । ଏହା ସହ ସବ୍‌-ପ୍ଲଟ ୫୦୦ ବର୍ଗ  ମିଟରରୁ କମ୍‌ ହେବ ନାହିଁ । ଆଫୋଡେବୁଲ୍‌  ପ୍ଲଟଗୁଡ଼ିକ ୩୦ ବର୍ଗ ମିଟରରୁ କମ୍‌ କମ୍ବା ୧୦୦  ବର୍ଗ ମିଟରରୁ ଅଧିକ ହେବନି । ୨୦ ଫୁଟିଆ  ରାସ୍ତା ପାଇଁ ଜାଗା ଛାଡ଼ିବା ବାଧ୍ୟତାମୂଳକ । ମୂଳ  ପ୍ଲଟକୁ ସବ୍‌ ପ୍ଲଟ ବିକ୍ରି ସମୟରେ ଲେ-ଆଉଟକୁ  ବାଧ୍ୟତାମୂଳକ କରାଯାଇଛି ।  

ନୂତନ ଚିଠା ନିୟମରେ ନୂଆ କୋଠା  ନିର୍ମାଣରେ ନିୟମ ପରିବର୍ତ୍ତନ କରାଯାଇଛି । ଏହା  ସହ ନୂଆ ଘର ନିର୍ମାଣ ଏବଂ ପ୍ଲଟ କିଣାବିକାରେ ରାସ୍ତା, ପାର୍କିଂକୁ ଗୁରୁତ୍ୱ ଦେବାକୁ ଦର୍ଶାଯାଇଛି ।  ପୌରାଞ୍ଚଳ ବାହାରେ ଥିବା ଶିଳ୍ପାଞ୍ଚଳ ନିର୍ମାଣ  ପାଇଁ ୬ ମିଟର ରାସ୍ତା ଛାଡିବା ବାଧ୍ୟତାମୂଳକ।  ସେହିପରି ଇଡ୍‌କୋକୁ ସାମନ୍ୟ ଆଶ୍ୱସ୍ତି ମିଳିଛି ।  ଇଡ୍‌କୋକୁ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟି ଭାବେ ଘୋଷଣା  କରାଯାଇଛି । ଏଣିକି ଇଡ୍‌କୋ ଅଧିନରେ ଯେଉଁ  ସବୁ ଜାଗା ରହିଛି, ସେ ତାର ଲେଆଉଟ୍‌ ଏବଂ  ପ୍ଲାନିଂ କରିବା । ଏଥିପାଇଁ ଉନ୍ନୟନ କର୍ତ୍ତୃପକ୍ଷ ମୁଣ୍ଡ  ପୂରାଇବେ ନାହିଁ ।  

ଏହି ସଂଶୋଧନ ରାଜ୍ୟର ସ୍ୱତନ୍ତ୍ର ଓ ବହୁ  ମହଲା ବିଶିଷ୍ଟ ଶିଳ୍ପ କୋଠା, ବିଶେଷକରି  ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, ଆଇଟି ଓ ଆଇଟିଇଏସ୍‌  ଉଦ୍ୟୋଗ ପାଇଁ ଆଶ୍ୱସ୍ତି ଆଣିଛି । କାରଖାନା ଏବଂ  ଆଇଟି ପାଇଁ ବେସ୍‌ ଫ୍ଲୋର ଏରିଆ ରେସିଓ  (ଏଫ୍‌ଏଆର୍‌) ବୃଦ୍ଧି କରାଯିବ । କାରଖାନାଗୁଡ଼ିକ  ପୂର୍ବ ତୁଳନାରେ ଦୁଇଗୁଣ ୟୁନିଟ୍‌ ରଖିପାରିବେ  ଏବଂ ଆଇଟି ଉଦ୍ୟୋଗମାନେ କମ୍‌ ସଂଖ୍ୟକ  ମହଲାରେ ଅଧିକ ନିର୍ମାଣ କରିପାରିବେ । 

 ନୂଆ ଚିଠା ନିୟମରେ ପାର୍କିଂକୁ ସର୍ବାଧିକ  ଗୁରୁତ୍ୱ ଦିଆଯାଇଛି । ରୁଲ୍‌ ୩୭ ସବ୍‌ ରୁଲ-୧  ଅନୁସାରେ ସପିଂ ମଲ, ମଲ୍ଟିପ୍ଲେକ୍ସ, ସିନେମା ହଲ,  କଲ୍ୟାଣ ମଣ୍ଡପ, ଷ୍ଟାଡିୟମ, ସ୍ପୋର୍ଟ କମ୍ପେ୍ଲକ୍ସ ଫ୍ଲୋର  ଏରିଆ ରେସିଓ ୫୦ ରଖାଯାଇଛି । ଆବାସିକ  ଗୃହ, ଆବାସ ପ୍ରକଳ୍ପ, ଗେଷ୍ଟ ହାଉସ, ଧର୍ମଶାଳା,  ହୋଟେଲ, ବ୍ୟାଙ୍କ, କର୍ପୋରେଟ ଅଫିସ, ମାର୍କେଟ,  ଷ୍ଟୋର ଗୁଡିକ ୩୦ ପ୍ରତିଶତ ଜାଗା ଛାଡିବେ ।  ଗୋଦାମ ଗୃହ ପାଇଁ ୨୦ ପ୍ରତିଶତ ଏବଂ ଶିଳ୍ପାଞ୍ଚଳ  ୮ ପ୍ରତିଶତ ଜାଗା ଛାଡିବେ ।  

ପ୍ଲଟ ବିକ୍ରି ସମୟରେ ବିଲଡରମାନେ ଉନ୍ନୟନ  କାର୍ଯ୍ୟ ପାଇଁ ଜାଗା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏହି ଜାଗାରେ ପାର୍କ, ବୃକ୍ଷରୋପଣ, କଲ୍ୟାଣ  ମଣ୍ଡପ, ସ୍ୱେରେଜ ପ୍ରକଳ୍ପ, ଡ୍ରେନ୍‌ ଆଜି ନିର୍ମାଣ  କରିବେ । ୦.୪ ହେକ୍ଟରକୁ କମ ଜାଗା ଥିଲେ ସେଠାରେ ପ୍ରତି ୮୦ ମିଟରରେ ଗଛ  ଲଗାଇବେ । ସେହିପରି ୦.୪ରୁ ୨ ହେକ୍ଟର ପ୍ଲଟରେ  ଲେଆଉଟ୍‌ ପ୍ଲାନରେ ୧୦% ଜାଗା ଛାଡିବେ । ଯଦି  ବିଲଡର ଲେ-ଆଉଟ ପ୍ଲାନରେ ଓପନ୍‌ ସ୍ପେଶ ପାଇଁ  ଜାଗା ଛାଡିନଥିବେ ତାହାଲେ ଜମିର ବେଞ୍ଚ ମାର୍କ  ଅନୁସାରେ ଜରିମାନା ଆଦାୟ କରାଯିବ । ଏହାକୁ  ସିଟି ଇନ୍‌ଫ୍ରା ଡେଭଲମେଣ୍ଟ ଫଣ୍ଡ (ସିଆଡିଏଫ୍‌) ରେ ଜମା କରିବାକୁ ପଡ଼ିବ । ଏହାକୁ ପରବର୍ତ୍ତୀ  ସମୟରେ ଉନ୍ନତୀକରଣରେ ଲଗାଯିବ । ସେହିପରି  ଦୁଇ ହେକ୍ଟରରୁ ଅଧିକ ଜମି ଥିଲେ ୧୨.୫% ଜାଗା  ଛାଡିବାକୁ ପଡିବ । ଏଥିରେ ସ୍ୱେରେଜ, ଇଲେକ୍ଟ୍ରିକ୍‌  ସବ୍‌ଷ୍ଟେସନ, ଡ୍ରେନ୍‌ ଆଦି ନିର୍ମାଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.