ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତ-ପାକିସ୍ତାନ ମଧ୍ୟରେ କିଭଳି ହେଲା ଅସ୍ତ୍ରବିରତି ? ଜାଣନ୍ତୁ ୨୦ ମିନିଟ୍‌ର ପୁରା କାହାଣୀ

Published By : Harapriya Biswal | May 10, 2025 8:13 PM

ନୂଆଦିଲ୍ଲୀ,୧୦।୫:  ସବୁ କିଛି ହଠାତ୍। ଅପ୍ରତ୍ୟାଶିତ। କାହାକୁ କିଛି ଜଣା ନଥିଲା, ଶେଷର ସେହି ଖବର ଆସିଲା, ଯାହା ଶୁଣି ସମସ୍ତେ ଆଶ୍ୱସ୍ତିର ନିଶ୍ୱାସ ନେଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ଶନିବାର ସନ୍ଧ୍ୟାରେ ଏହା ଏକ ନାଟକୀୟ ଢଙ୍ଗରେ ଘୋଷଣା କରାଯାଇଥିଲା। ଭାରତ ଏବଂ ପାକିସ୍ତାନ ଚାରି ଦିନର ଉତ୍ତେଜନା ପରେ ଶାନ୍ତିର ଏକ ଶୀତଳ ଲହରୀ ଆସିଥିଲା। ଶନିବାର ସନ୍ଧ୍ୟା ୫ଟାରୁ ପରସ୍ପର ଉପରେ ଆକ୍ରମଣ ନକରିବାକୁ ଉଭୟ ଦେଶ ରାଜି ହୋଇଥିଲେ। ସନ୍ଧ୍ୟା ୫:୩୦ ରେ ଟ୍ରମ୍ପଙ୍କ ଏକ ଟ୍ୱିଟ୍ ସହିତ ମାମଲା ଆରମ୍ଭ ହୋଇଥିଲା। ତେବେ ହଠାତ୍ କଣ ହେଲା? ଜାଣନ୍ତୁ ସେହି ପୁରା ୨୦ ମିନିଟ୍‌ର କାହାଣୀ...

ଚତୁର୍ଥ ଦିନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଥିଲା। ପାକିସ୍ତାନର ଏହି ଘୃଣ୍ୟ କାର୍ଯ୍ୟର ଉଚିତ ଜବାବ ଦେଇଥିଲା ଭାରତ। ଶନିବାର ରାତିରେ କ’ଣ ହେବ ସେ ବିଷୟରେ ଆଶଙ୍କା ଥିଲା। କିନ୍ତୁ ସନ୍ଧ୍ୟା ୫:୩୩ ମିନିଟ୍‌ରେ ହଠାତ ଏକ୍ସରେ ଏକ ପୋଷ୍ଟ ଆସିଥିଲା। ଏ ହେଉଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟ। ଏହି ଆଠ ଧାଡିର ଟ୍ୱିଟରେ ସେ ଘୋଷଣା କରିଥିଲେ ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି।  ମୁଁ ଘୋଷଣା କରି ଖୁସି ଯେ ଆମେରିକାର ମଧ୍ୟସ୍ଥତାରେ ଦୀର୍ଘ ଆଲୋଚନା ପରେ, ଭାରତ ଏବଂ ପାକିସ୍ତାନ ଏକ ସମ୍ପୂର୍ଣ୍ଣ ଏବଂ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ମୁଁ ଉଭୟ ଦେଶକୁ ସେମାନଙ୍କର ସାଧାରଣ ଜ୍ଞାନ ଏବଂ ବୁଝାମଣା ପାଇଁ ଅଭିନନ୍ଦନ ଜଣାଉଛି। ଏହି ପ୍ରସଙ୍ଗରେ ପ୍ରତି ଧ୍ୟାନ ଦେଇଥିବାରୁ  ଧନ୍ୟବାଦ!'

ଟ୍ରମ୍ପଙ୍କ ଏହି ଟ୍ୱିଟ ପରେ ମଧ୍ୟ ଏକ ଟ୍ବିଷ୍ଟ ଅଛି।  ତାହା ହେଲା ଏହାର ୪ ମିନିଟ୍ ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ବୟାନ ଆସିଥିଲା। ସେ ଲେଖିଥିଲେ, ଗତ ୪୮ ଘଣ୍ଟା ଧରି ସେ ଓ ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସମେତ ଭାରତ ଓ ପାକିସ୍ତାନର ଟପ୍ ନେତାଙ୍କ ଯୋଗାଯୋଗରେ ଥିଲେ। ମୋତେ ଖୁସି ଯେ, ଭାରତ ଓ ପାକିସ୍ତାନ ଅସ୍ତ୍ରିବିରତି ପାଇଁ ରାଜି ହୋଇଗଲେ। ଏହାର ଠିକ୍ ଏକ ମିନିଟ୍ ପରେ ସନ୍ଧ୍ୟା ୫ଟା ୩୮ ମିନିଟ୍‌ରେ  ପାକ୍ ଉପ-ପ୍ରଧାନମନ୍ତ୍ରୀ ତଥା ବୈଦଶିକ ମନ୍ତ୍ରୀ ଇଶାକ୍ ଡାର୍‌ଙ୍କ ପୋଷ୍ଟ ଦେଖିବାକୁ ମିଳେ। ସେ ଭାରତ ଓ ପାକିସ୍ତାନ ମଧ୍ୟରେ ତୁରନ୍ତ ଅସ୍ତ୍ରବିରତି ନେଇ ସୂଚନା ଦେଇଥିଲେ। ସେ ସୋସିଆଲ ମିଡିଆରେ ଲେଖିଥିଲେ, ପାକିସ୍ତାନ ସବୁବେଳେ ନିଜର ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତା ସହ ବୁଝାମଣା ନକରି ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ପାଇଁ ଚେଷ୍ଟା କରିଛି।’

ଏହାପରେ ସନ୍ଧ୍ୟା ୫ଟା ୫୪ ମିନିଟ୍‌ରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ଏକ ଛୋଟିଆ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ସନ୍ଧ୍ୟା ୫ଟା ବେଳେ ଅସ୍ତ୍ରବିରତି ଉଲଂଘନ ଘୋଷଣା କରାଯାଇଥିଲା। ସେ କହିଥିଲେ, ପାକିସ୍ତାନ ସାମରିକ ଅଭିଯାନ ମହାନିର୍ଦେଶକ (ଡିଜିଏମ୍‌ଓ) ୩ଟା ୩୫ ମିନିଟ୍‌ରେ ଭାରତୀୟ ଡିଜିଏମ୍‌ଓଙ୍କୁ ଫୋନ୍ କରି କଥା ହୋହଇଥିଲା। ଦୁଇ ପକ୍ଷ ମଧ୍ୟରେ ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତୀ ନେଇ ସହମତି ହୋଇଛି। ସନ୍ଧ୍ୟା ୬ଟା ୭ମିନିଟ୍‌ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ପୋଷ୍ଟ କରିଥିଲା। ଯେଉଁଥିରେ କହିଥିଲା ଅସ୍ତ୍ରବିରତୀ ଉପରେ ସହମତି ସମ୍ପୂର୍ଣ୍ଣ ଭାବରେ ଦ୍ବିପାକ୍ଷିକ। ଅର୍ଥାତ ଏହା ଭିତରେ ଆମେରିକା ନାହିଁ। ବୈଦେଶିକ ସଚିବଙ୍କ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିବା କଥାକୁ ଦୋହରା ଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.