ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କେମିତି ହୋଇଥିଲା ଯୌତୁକ ପ୍ରଥାର ଆରମ୍ଭ... କିଏ ଦେଇଥିଲା ପ୍ରଥମେ ଉପହାର ?

Published By : Rasmita Pradhan | January 30, 2025 1:51 PM

ନୂଆଦିଲ୍ଲୀ, ୩୦/୦୧ : ଯୌତୁକ... ଦେବା ଏବଂ ନେବା ଉଭୟ ଅପରାଧ। ତଥାପି ସମାଜରେ ଖୁଲମଖୁଲା ଭାବେ ଚାଲିଛି ଯୌତୁକ ପ୍ରଥା। କିଏ ଉପହାର ଆଳରେ ଦେଉଛି ତ ଆଉ କିଏ ଦାଣ୍ଡ ସୁନ୍ଦର ପାଇଁ ଦେଉଛି। ଆଉ କେଉଁଠାରେ ବାଧ୍ୟତାମୂଳକ ହେଉଛି ଯୌତୁକ। ଏମିତି କି ଇଚ୍ଛା ମୁତାବକ ଡିମାଣ୍ଡ୍ ନମିଳିଲେ ବେଦିରୁ ବର ଉଠି ଯାଉଛି। ଆଉ କେଉଁଠି ଯୌତୁକ ଜୁଇରେ ଜଳି ଯାଇଛି ନବବଧୂ। ଝିଅ ବିଦା ବେଳେ ଯାନି ଯୌତୁକ ନେଇ ଯିବା ଥୟ। ବୋହୂ ବାପଘରୁ କଣ ଆଣିଛି ଶାଶୁ ଘରେ ଖୋଜାପଡେ। ନହେଲେ ଲୋକେ କ'ଣ କହିବେ... ବାପଘରୁ କିଛି ଆଣିନି। ତେବେ ସମୟ ବଦଳିବା ସହ ଲୋକଙ୍କ ଡିମାଣ୍ଡ୍ ବି ବଦଳିଛି। ସେତେବେଳେ ସାଇକେଲ୍, ରେଡିଓ ନେଉଥିଲେ ହେଲେ ଏବେ ମୋଟର ସାଇକେଲ୍ ଠାରୁ ବିଏମଡବ୍ଲ୍ୟୁ ଯାଏଁ ଡିମାଣ୍ଡ୍ କରୁଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ଯିଏ ଯାହା ଦେଇପାରିଲା। ତେବେ ଆପଣ ଜାଣିଛନ୍ତି କି ? ଏହି ଯୌତୁକ ପ୍ରଥା କେବେ ଆରମ୍ଭ ହୋଇଥିଲା ? ଆଉ କିଏ ଆରମ୍ଭ କଲା ? 

ଏକବିଂଶ ଶତାବ୍ଦୀରେ ସବୁ କ୍ଷେତ୍ରରେ ଆଗୁଆ ହେଲେଣି ମହିଳା। ହେଲେ ଆଜିବି ଭଲ ଘରେ, କି ଭଲ ବର ସହ ବିବାହ କରିବାକୁ ହେଲେ ଦେବାକୁ ପଡ଼ିବ ଯାନିଯୌତୁକ। ଉତ୍ତର ଭାରତର ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାରେ ଆଜିବି ବିବାହ ସ୍ଥିର କରିବା ପୂର୍ବରୁ ଦେଖନ୍ତି ଝିଅ ଘର କେତେ ଦେଇ ପାରିବେ। ସେହିପରି କେବଳ ଯୌତୁକ ପାଇଁ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ କରନ୍ତି କିଛି ରାଜ୍ୟର ଲୋକ। ହାତରେ ସରକାରୀ ଚାକିରି ଖଣ୍ଡିଏ ଥିଲେ ମିଳିଯାଉଛି ମନ ମୁତାବକ ଯୌତୁକ। ହେଲେ ଯଦି ଟପ୍ କ୍ଲାସ୍ ପ୍ରାଇଭେଟ୍ ଚାକିରି କରିଛନ୍ତି ତାହେଲେ ଆପଣଙ୍କ ଇଜତ୍ ଗୋଟେ ପରିବା ବାଲା ଠାରୁ ବି କମ୍।

ମିଡିଆ ରିପୋର୍ଟ ଅନୁସାରେ, ବିହାରରେ ୨୦୨୩ ତୁଳନାରେ ୨୦୨୪ରେ ୩୦ ରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି ଯୌତୁକ ପ୍ରଥା। ଯୌତୁକ ନେବା ମାମଲାରେ ଥାନା ବାବୁଙ୍କୁ ବରାବର ଟକ୍କର ଦେଉଛନ୍ତି ବିପିଏସସି ପାସ୍ ଶିକ୍ଷକ। ଯେପରିକି ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀଙ୍କୁ ମିଳୁଛି ୬ରୁ୮ ଲକ୍ଷ କ୍ୟାସ୍ ସହିତ ବାଇକ୍। ସରକାରୀ କିରାଣୀ ଥିଲେ ମିଳିଯାଉଛି ୧୨ ରୁ ୧୪ ଲକ୍ଷ କ୍ୟାସ୍ ସହ ବାଇକ୍। ଥାନା ବାବୁ ହୋଇଥିଲେ ଡିମାଣ୍ଡ୍ ଆଉ ଟିକେ ଅଧିକା। ନଗଦ ୨୦ ରୁ ୨୨ ଲକ୍ଷ କ୍ୟାସ୍ ସହ ଗୋଟେ କାର୍ ଗିପ୍ଟ କରିଦେଲେ ଥାନା ବାବୁ ଖୁସ୍। ଯଦି ଆଇଏଏସ୍ କି ଆଇପିଏସ୍ ଚାକିରି ଖଣ୍ଡେ ଅଛି ତାହେଲେ କଚେ ପୁଅ ବାର। ପାଟିରୁ ଯେତିକି ବାହାରିବ ସେତିକି ମିଳିଯିବ। 


ଯୌତୁକ ପ୍ରଥା କେବେ ଆରମ୍ଭ ହେଲା ତାହାକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ତେବେ ଯୌତୁକ ପ୍ରଥା ଏବେ ନୁହେଁ ଏହା ଆଦିକାଳରୁ ଚାଲି ଆସୁଛି। ଯାହାକି ଏବେ ପରମ୍ପରାରେ ପରିଣତ ହୋଇଛି। କୁହାଯାଏ, ବୈଦିକ କାଳରୁ ଆରମ୍ଭ ହୋଇଥିଲା ଯୌତୁକ ପ୍ରଥା। ଅଥର୍ବ ବେଦ ଅନୁସାରେ ଉତ୍ତର ବୈଦିକ କାଳରେ ଏହାକୁ କୁହାଯାଉଥିଲା ବହତୁ। ମଧ୍ୟକାଳରେ ଏହାକୁ କୁହାଗଲା ସ୍ତ୍ରୀ ଧନ। ଝିଅ ବିଦା ବେଳେ ଯେଉଁ ଗହଣା, ବସ୍ତ୍ର ଏବଂ ଅନ୍ୟ ସମ୍ପତ୍ତି ଆଣେ ତାହାକୁ କୁହାଗଲା ସ୍ତ୍ରୀ ଧନ। ଯାହାକି ଏବେ ନେଇସାରିଲାଣି ବ୍ୟାପାର ରୂପ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.