ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଚର୍ଚ୍ଚାରେ ସଲମାନ ଖାନ୍ ଓ ଧନଖଡ଼ଙ୍କ ଲିଙ୍କ୍, କୃଷ୍ଣସାଗର ମୃଗ ମାମଲା ଲଢିଥିଲେ ପୂର୍ବତନ ଉପରାଷ୍ଟ୍ରପତି

Published By : Anindita Ratha | July 26, 2025 12:43 PM

ନୂଆଦିଲ୍ଲୀ, ,୨୬/୦୭: ନିକଟରେ ଭାରତର ଉପ-ରାଷ୍ଟ୍ରପତି ପଦରୁ  ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼ । ଇସ୍ତଫାର କାରଣ ସ୍ୱାସ୍ଥ୍ୟଗତ ବୋଲି ଧନଖଡ଼ ଦର୍ଶାଇଥିଲେ ମଧ୍ୟ ପ୍ରକୃତ କାରଣ ଭିନ୍ନ ବୋଲି କୁହାଯାଉଛି। ଆଉ ଏହାରି ମଧ୍ୟରେ ତାଙ୍କୁ ନେଇ ଏକ ଖବର ବେଶ ଚର୍ଚ୍ଚା ହେଉଛି। ୧୯୯୮ ମସିହାରେ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଓ ଅନ୍ୟ ଅଭିଯୁକ୍ତମାନଙ୍କର ପରାମର୍ଶଦାତା  ଧନଖଡ଼ ଥିବା ନେଇ କୁହାଯାଉଛି  । ସେମାନଙ୍କ ଜାମିନରେ ସେ ସାହାଯ୍ୟ କରିଥିଲେ। 

ତେବେ ସୂରଜ ବଡ଼ଜାତ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହମ୍‌ ସାଥ୍‌ ସାଥ୍‌ ହେଁ’ର ସୁଟିଂ ସମୟରେ ରାଜସ୍ଥାନର ଯୋଧପୁର ନିକଟସ୍ଥ କନକାନି ଗାଁରେ କୃଷ୍ଣସାର ମୃଗ ଶିକାର ମାମଲା ସାମ୍ନାକୁ ଆସିଥିଲା । ଭାରତର ବନ୍ୟଜୀବ ସୁରକ୍ଷା ଅଧିନିୟମ-୧୯୭୨ ଅନ୍ତର୍ଗତ ଲୁପ୍ତପ୍ରାୟ ପ୍ରଜାତି ଭାବେ କୃଷ୍ଣସାର ମୃଗକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ସ୍ଥିତିରେ ସଲମାନ ଓ ତାଙ୍କ ସହ-କଳାକାରଙ୍କ ବିରୋଧରେ ଦୁଇଟି କୃଷ୍ଣସାର ମୃଗର ହତ୍ୟା ଅଭିଯୋଗ ହୋଇଥିଲା । ସେତେବେଳେ ଧନଖଡ଼ଙ୍କ ସହଯୋଗୀ ଭାବେ କାମ କରିଥିବା ଓକିଲ ପ୍ରବୀଣ ବଲୱାଡ଼ା ଗଣମାଧ୍ୟମକୁ କହିଛନ୍ତି, ୧୯୯୮ରେ ସଲମାନ ଓ ତାଙ୍କ ସହକଳାକାର ସୈଫ ଅଲି ଖାନ୍‌, ତବୁ, ନୀଲମ ଓ ସୋନାଲି ବେନ୍ଦ୍ରେଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲମାନଙ୍କ ମଧ୍ୟରେ ଧନଖଡ଼ ଥିଲେ । ସେହି ବର୍ଷ ଯୋଧପୁର ପୁଲିସ ସଲମାନଙ୍କୁ ଗିରଫ କରିଥିଲା । ଏ ମାମଲାରେ ସଲମାନଙ୍କ ପାଇଁ ଯୁକ୍ତି କରିଥିବା ପ୍ରଥମ ଓକିଲ ଥିଲେ ଜଗଦୀପ ଧନଖଡ଼ । ସଲମାନ ଓ ଅନ୍ୟ ଅଭିଯୁକ୍ତମାନଙ୍କର ସେ ଜାମିନ କରାଇଥିଲେ । 

ଏନେଇ ବଲୱାଡ଼ା କହିଛନ୍ତି, କୃଷ୍ଣସାର ମୃଗ ଶିକାର ମାମଲାରେ କେବଳ ସେହି ଅବଧିରେ ଧନଖଡ଼ ସଲମାନଙ୍କୁ ପ୍ରତିନିଧିତ୍ୱ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଆଉ ଏ ମାମଲାରେ ଜଡ଼ିତ ନଥିଲେ । ସେହି ବର୍ଷ ରେଡିଫ୍‌ ଅନ୍‌ ଦ ନେଟ୍‌କୁ ଧନଖଡ଼ ଏ ମାମଲାରେ ନିଜ ଭୂମିକା ବିଷୟରେ କହିଥିଲେ । ସଲମାନ ଓ ତାଙ୍କ ସାଥୀ କଳାକାରମାନେ କ’ଣ ଫିଲ୍ମ ସୁଟିଂ ସମୟରେ ଶିକାର କରିବାକୁ ଯାଇଥିଲେ? ଧନଖଡ଼ଙ୍କୁ ସିଧା ପ୍ରଶ୍ନ କରାଯାଇଥିଲା । କିନ୍ତୁ ସେ କୌଣସି ନିଶ୍ଚିତ ଉତ୍ତର ଦେଇନଥିଲେ । ଅନ୍ୟପକ୍ଷେ, ସେ ଯାଞ୍ଚ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ । କହିଥିଲେ ‘ଫିଲ୍ମ ସେଟ୍‌ରେ ୩୦୦ ଲୋକ ଥିଲେ । ଯେତେବେଳେ ଘଟଣା ଘଟିଲା, କେହି ଜାଣିପାରିଲେ ନାହିଁ କେମିତି?’ ଗିରଫ ପରେ ସଲମାନଙ୍କ ବ୍ୟବହାରକୁ ମଧ୍ୟ ଧନଖଡ଼ ସୁରକ୍ଷା ଦେଇଥିଲେ । କହିଥିଲେ ‘ମୁଁ ବିଚାରପତିଙ୍କୁ ଅନୁରୋଧ କଲି ଯେ ସଲମାନ ଗିରଫ ହେବା ପରେ ପୁଲିସକୁ ପୂର୍ଣ୍ଣ ସହଯୋଗ କରିଥିଲେ । ତେଣୁ ତାଙ୍କର ଜାମିନ ମଞ୍ଜୁର କରିବାର ଏହା କାରଣ ।’ କୋର୍ଟରେ ସେ ଗାଁ ଲୋକଙ୍କ ଅଭିଯୋଗର ସମୟ ଓ ବିଶ୍ୱସନୀୟତାକୁ ସନ୍ଦେହ ଘେରକୁ ଆଣିବାକୁ ଚେଷ୍ଟା କରିଥିଲେ ।

 ତେବେ ଦୀର୍ଘ ୨୦ ବର୍ଷ ପରେ ମାମଲା ଯେତେବେଳେ ଏକ ଜଟିଳ ମୋଡ଼ରେ ପହଞ୍ଚିଲା, ତାଙ୍କର ଭୂମିକା ପୁନଃ ସାମ୍ନାକୁ ଆସିଲା । ଦୀର୍ଘ ବର୍ଷର ଶୁଣାଣି ପରେ, ୨୦୧୮, ଏପ୍ରିଲ ୫ରେ ସଲମାନ ଦୋଷୀ ସାବ୍ୟସ୍ତ ହୋଇ ଯୋଧପୁର ସେଣ୍ଟ୍ରାଲ ଜେଲକୁ ଗଲେ । ଜାମିନ ମଞ୍ଜୁର ହେବା ପୂର୍ବରୁ ସେଠାରେ ସେ ଦୁଇ ରାତି ବିତାଇଲେ । ୨୦୧୮, ଏପ୍ରିଲ ୭ରେ ଜିଲ୍ଲା ଓ ସେସନ୍‌ ଜଜ୍‌ ରବିନ୍ଦ୍ର କୁମାର ଯୋଶୀ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ୍‌ ବିନିମୟରେ ସଲମାନଙ୍କ ଜାମିନ ମଞ୍ଜୁର କରିଥିଲେ । କୋର୍ଟଙ୍କ ଅନୁମତି ବିନା ଦେଶ ନ ଛାଡ଼ିବାକୁ ଏବଂ ୨୦୧୮, ମେ’ ୭ରେ କୋର୍ଟରେ ହାଜର ହେବା ସର୍ତ୍ତରେ ସଲମାନଙ୍କୁ ଜାମିନ ମିଳିଥିଲା ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.