ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ସପ୍ତାହକୁ ୯୦ ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଦେଲେ ଏଲ୍ ଆଣ୍ଡ ଟି ଅଧ୍ୟକ୍ଷ, ସୋସିଆଲ ମିଡ଼ିଆରେ ହେଲେ ଟ୍ରୋଲ

Published By : Anindita Ratha | January 10, 2025 11:51 AM

ନୂଆଦିଲ୍ଲୀ,୧୦/୦୧: ଜଣେ ବ୍ୟକ୍ତି ସପ୍ତାହକୁ ୯୦ ଘଣ୍ଟା କାମ କରିବା ଉଚିତ୍ । ଏଭଳି କିଛି ମନ୍ତବ୍ୟ ଦେଇ ଟ୍ରୋଲ ହେଲେ L&T କମ୍ପାନୀ ଅଧ୍ୟକ୍ଷ ଏସ ଏନ  ସୁବ୍ରମଣ୍ୟାନ୍ । ତାଙ୍କୁ କେବଳ ସାଧାରଣ ଜନତା ନୁହେଁ ଚଳଚ୍ଚିତ୍ର ତାରକାଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ସମାଲୋଚନା କରିଛନ୍ତି। ତେବେ ନିକଟରେ ଇନଫୋସିସର ସହ-ପ୍ରତିଷ୍ଠାତା  ନାରାୟଣ ମୂର୍ତ୍ତି ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେବା ପରେ, ଏଲ୍ ଆଣ୍ଡ ଟି କମ୍ପାନୀ ଚେୟାରମ୍ୟାନ୍ ଏସ୍.ଏନ୍ ସୁବ୍ରମଣ୍ୟାନ୍‌ଙ୍କ ଏହି ବିବୃତ୍ତି ଏକ ଆଲୋଡ଼ନ ସୃଷ୍ଟି କରିଛି। 

ତେବେ ଏଲ୍ ଆଣ୍ଡ ଟି କମ୍ପାନୀ ଚେୟାରମ୍ୟାନ୍  ସୁବ୍ରମଣ୍ୟାନ୍ ସପ୍ତାହରେ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। ବର୍ତ୍ତମାନ, ଏହି ପ୍ରସଙ୍ଗରେ ଜବରଦସ୍ତ ଟ୍ରୋଲ ଦେଖିବା ପରେ କମ୍ପାନୀକୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ନିକଟରେ L&T ଚେୟାରମ୍ୟାନ୍ ଏସ୍.ଏନ୍ ସୁବ୍ରମଣ୍ୟାନ୍ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କମ୍ପାନୀର କର୍ମଚାରୀଙ୍କ ସହ କଥା ହୋଇଥିବା ବେଳେ ସପ୍ତାହରେ ୯୦ ଘଣ୍ଟା କାମ କରିବା ନେଇ କହିଥିଲେ। ସେ କହିଥିଲେ ଯେ ମୁଁ ଦୁଃଖିତ ଯେ ମୁଁ କର୍ମଚାରୀମାନଙ୍କୁ ରବିବାର ଦିନ କାମ କରାଇବାକୁ ସକ୍ଷମ ନୁହେଁ। ଯଦି ଏହା ହୁଏ ତେବେ ମୁଁ ଖୁସି ହେବି । ମୁଁ ନିଜେ ମଧ୍ୟ ରବିବାର ଦିନ କାମ କରେ । ତେବେ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ସେ ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ,  ଆପଣ  କେତେ ଦିନ ପର୍ଯ୍ୟନ୍ତ ନିଜ ପତ୍ନୀଙ୍କୁ ଘରେ ଦେଖିବେ। ଘରେ କମ୍ ସମୟ ଏବଂ ଅଫିସରେ ଅଧିକ ସମୟ ବିତାନ୍ତୁ । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଏହି ବିବୃତ୍ତି ଉପରେ ସମାଲୋଚନା ଆରମ୍ଭ ହୋଇଛି। ଏସ.ଏନ୍ ସୁବ୍ରମଣ୍ୟାନଙ୍କ ବିବୃତ୍ତି ପରେ ଆରପିଜି ଏଣ୍ଟରପ୍ରାଇଜେସର ଚେୟାରମ୍ୟାନ୍ ବିଲିୟନେୟାର ହର୍ଷ ଗୋଏଙ୍କା ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ସେ ଏସଏନ ସୁବ୍ରମଣ୍ୟାନଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଏଥିରେ ସହମତ ନୁହଁନ୍ତି କହିବା ସହ ରବିବାରକୁ ସନ୍ ଡ୍ୟୁଟି କୁହାଯିବା ଉଚିତ୍ ବୋଲି କହିଛନ୍ତି । 

ଅନ୍ୟପଟେ, ଚେୟାରମ୍ୟାନ୍ ଦେଇଥିବା ମନ୍ତବ୍ୟ ପରେ କମ୍ପାନୀକୁ ଏହାର ସ୍ପଷ୍ଟୀକରଣ ମଧ୍ୟ ଦେବାକୁ ପଡିଛି। ତୀବ୍ର ସମାଲୋଚନା ପରେ କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ରାଷ୍ଟ୍ର ନିର୍ମାଣ ଆମର ଉଦ୍ଦେଶ୍ୟ। ଗତ ଆଠ ଦଶନ୍ଧିରୁ ଅଧିକ ସମୟ ଧରି ଆମେ ଭାରତର ଭିତ୍ତିଭୂମି, ବ୍ୟବସାୟ ଏବଂ ପ୍ରଯୁକ୍ତିବିଦ୍ୟା ଗଠନ କରିଛୁ। ଆମେ ବିଶ୍ୱାସ କରୁ ଏହା ହେଉଛି ଭାରତର ଏକ ଦଶନ୍ଧି । ଏହି ସମୟ ମଧ୍ୟରେ, ଭାରତର ବିକାଶ ତଥା ଏକ ବିକଶିତ ରାଷ୍ଟ୍ର ହେବାକୁ ଆଗକୁ ବଢିବା ପାଇଁ ସାମୂହିକ ଉତ୍ସର୍ଗ ଏବଂ ପ୍ରୟାସ ଆବଶ୍ୟକ । ଆମ ଅଧକ୍ଷଙ୍କ ମନ୍ତବ୍ୟରୁ ଜଣାପଡିଛି ଯେ ଆମର ଅଭିଳାଷ ବଡ଼ ଅଟେ। ଅସାଧାରଣ ଫଳାଫଳ  ପାଇଁ ମଧ୍ୟ ଅସାଧାରଣ ପ୍ରୟାସ ଆବଶ୍ୟକ କରେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.