ଭୁବନେଶ୍ଵର : ଆଇଁଷ ପ୍ରାୟ ଲୋକଙ୍କର ପସନ୍ଦ । ବାର ଦେଖି ଆଇଁଷ ଝୋଳ ହୋଇଗଲେ କଥା ସରିଲା। ଆଉ ମାଛ ଝୋଳ ଟିକିଏ ହୋଇଗଲେ ତାହେଲେ ଭୋଜନଟା ଜମିଲା। ତେବେ ଆପଣ ଜାଣିଛନ୍ତି କି ? ଆପଣଙ୍କ ପ୍ଲେଟରେ ପରଷା ହୋଇଥିବା ମାଛ ମରିବା ପୂର୍ବରୁ କେତେ ସମୟ ଛଟପଟ୍ ହୁଏ ? ରିସର୍ଚ୍ଚରୁ ଅମାନବୀୟ ସତ୍ୟତାର ଖୁଲାସା ।
ପ୍ରତିଦିନ ମଣିଷଙ୍କ ଖାଇବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟକ ମାଛ ମରାଯାଏ। ତେବେ ମାଛ ମରିବା ପୂର୍ବରୁ ଭୀଷଣ ଯନ୍ତ୍ରଣାରେ ଛଟପଟ ହୋଇଥାଏ। ନିକଟରେ ରେନ୍ବୋ ଟ୍ରାଉଟ୍ ନାମକ ମାଛ ଉପରେ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଛି ଯେ, ମାଛ ମରିବା ପୂର୍ବରୁ ୨ ରୁ ୨୦ ମିନିଟ୍ ଯାଏଁ ଛଟପଟ ହୁଅନ୍ତି। ରେନ୍ବୋ ଟ୍ରାଉଟ୍ ମାଛକୁ ମାରିବା ପାଇଁ ଶ୍ଵାସରୁଦ୍ଧ ପଦ୍ଧତିର ସାହାଯ୍ୟ ନିଆଯାଇଥିଲା। ଉକ୍ତ ପ୍ରକ୍ରିୟାରେ ପ୍ରଥମେ ମାଛକୁ ପାଣିରୁ ବାହାର କରାଯାଇଥିଲା। ଏହାପରେ ମାଛଗୁଡ଼ିକୁ ପବନରେ ଛାଡ଼ି ଦିଆଯାଇଥିଲା। ଏହି ପ୍ରକ୍ରିୟାରେ ମାଛଟି ଧୀରେଧୀରେ ଅମ୍ଳଜାନ ଅଭାବରୁ ଶ୍ଵାସରୁଦ୍ଧ ହୋଇ ମରିଯାଇଥିଲା। ପବନରେ ମାଛଟି ୧ ମିନିଟ୍ ଯାଏଁ ରହିବା ପରେ ତାର ଶରୀରରେ ପ୍ରତିକ୍ରିୟା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ଅସହ୍ୟ ଯନ୍ତ୍ରଣା ବଢି ବଢି ଚାଲିଥିଲା।
ଆଉ କିଛି ଲୋକ ମାଛ ମାରିବା ପରେ ଏହାକୁ ବରଫରେ ରଖିଦିଅନ୍ତି। ହେଲେ ଏହି ଉପାୟ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ବରଫରେ ମାଛର ମେଟାବଲିଜିମ୍ ଧିମା ହୋଇଯାଏ। ଏହାଦ୍ଵାରା ସେମାନଙ୍କୁ ଚେତାଶୂନ୍ୟ ହେବାକୁ ଅଧିକ ସମୟ ଲାଗେ। ଫଳରେ ମାଛ ମାନଙ୍କୁ ଯନ୍ତ୍ରଣା ଦ୍ଵିଗୁଣିତ ହୋଇଯାଏ। ତେବେ ମାଛମାନଙ୍କୁ ଏତେ ଛଟପଟ କରି ମାରିବା ଅପେକ୍ଷା ସହଜରେ ମାରି ହେବ। ଇଲେକ୍ଟ୍ରିକ୍ ଷ୍ଟନିଂ ପଦ୍ଧତି ଦ୍ଵାରା କମ୍ ଯନ୍ତ୍ରଣା ଦେଇ ମାଛଙ୍କୁ ମାରିହେବ। ସେ ଯାହା ବି ହେଉ... ଜୀବ ହତ୍ୟା ମହାପାପ।