ଅଣ୍ଡା। ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ । ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଆଇରନ, ଭିଟାମିନ ଏ, ବି୬, ବି୧୨, ଫସଫରସ, ସେଲେନିୟମ ଆଦି ରହିଛି । ହେଲେ ଆପଣ ଜାଣନ୍ତି ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଓ ପ୍ରତିଦିନ କେତୋଟି ଅଣ୍ଡା ଖାଇବା ଆବଶ୍ୟକ । ଆସନ୍ତୁ ଜାଣିବା।
ଅଧ୍ୟୟନ ଅନୁଯାୟୀ, ରନ୍ଧା ଅପେକ୍ଷା ସିଝା ଅଣ୍ଡା ସ୍ବାସ୍ଥ୍ୟ ପାଇଁ ବେଶୀ ଲାଭଦାୟକ । ଅଣ୍ଡାରେ ଅଧିକ ମାତ୍ରାରେ କୋଲେଷ୍ଟ୍ରଲ ଥାଏ । ଏହା ସତ୍ତ୍ବେ ଅଣ୍ଡା ଖାଇଲେ ମଣିଷ ଶରୀରରେ କୋଲେଷ୍ଟ୍ରଲ ପରିମାଣ ବୃଦ୍ଧିପାଏନି ବରଂ କୋଲେଷ୍ଟ୍ରଲ ପରିମାଣ ହ୍ରାସ କରେ । ଗୋଟିଏ ଅଣ୍ଡାରେ ପ୍ରାୟ ୭୦-୮୦ କ୍ୟାଲୋରୀ, ୬-୭ ଗ୍ରାମ ପ୍ରୋଟିନ୍, ୫ ଗ୍ରାମ ସୁସ୍ଥ ଚର୍ବି, ଭିଟାମିନ୍ ଡ଼ି ଏବଂ ବି-୧୨ ଥାଏ, ତେଣୁ ଅଣ୍ଡାକୁ ପୁଷ୍ଟିକର ପାୱାରହାଉସ୍ କୁହାଯାଏ । ତେଣୁ ଜଣେ ବ୍ୟକ୍ତି ପ୍ରତିଦିନ ୧-୨ଟି ଅଣ୍ଡା ଖାଇପାରିବେ । ଏଥିସହ ଏହାର ପରିମାଣ ବ୍ୟକ୍ତିର ବୟସ, ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଶାରୀରିକ କାର୍ଯ୍ୟକଳାପ ଉପରେ ମଧ୍ୟ ନିର୍ଭର କରେ।
ସେହିପରି ଅଣ୍ଡା ଖାଇବା ଦ୍ବାରା ହାଡ଼ ମଜବୁତ ହୋଇଥାଏ । ଏଥିରେ ଥିବା ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଅଷ୍ଟିଓପୋରୋସିସରୁ ରକ୍ଷା କରେ। ଗୋଟିଏ ଅଣ୍ଡା ପ୍ରଚୁର ଶକ୍ତି ପ୍ରଦାନ କରେ କାରଣ ଏଥିରେ ପ୍ରଚୁର ପୋଷକ ତତ୍ତ୍ୱ ଥାଏ। ଏଥିରେ ଥିବା ଚର୍ବି ମଧ୍ୟ ଏକ ସୁସ୍ଥ ଚର୍ବି । ତେଣୁ ଯେଉଁମାନେ ଜିମ୍ ଯାଆନ୍ତି କିମ୍ବା ଓଜନ ହ୍ରାସ କରିବାକୁ ଚାହାଁନ୍ତି ସେମାନେ ମଧ୍ୟ ଏହାକୁ ଆରାମରେ ଖାଇପାରିବେ। ଅଣ୍ଡାର କେଶରେ ଲ୍ୟୁଟିନ୍ ଏବଂ ଜିଆକ୍ସାନ୍ଥିନ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ଆଖିକୁ ମୋତିଆବିନ୍ଦୁ ଏବଂ ମାକୁଲାର ଡିଜେନେରେସନରୁ ମଧ୍ୟ ରକ୍ଷା କରେ । ସେହିପରି ଅଣ୍ଡାରେ ପ୍ରୋଟିନ୍ ଅଧିକ ଏବଂ କ୍ୟାଲୋରି କମ୍ ଥାଏ । ଯାହା ପେଟ ପୂର୍ଣ୍ଣ ରଖେ ଏବଂ ଅତ୍ୟଧିକ ଭୋକ ଲାଗେ ନାହିଁ ।