ନୂଆଦିଲ୍ଲୀ,୩୦।୬: ଭାରତ ପକ୍ଷରୁ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍‌ରେ ଅଛନ୍ତି। ସେ ସେଠାରେ ନିଜର ଅନ୍ୟ ୩ ଜଣ ସାଥୀ ମହାକାଶଚାରୀଙ୍କ ସହ Ax-4 ମିଶନ ଅନୁସାରେ, ୧୪ ଦିନ ପାଇଁ ମହାକାଶ ଯାତ୍ରାରେ ଯାଇଛନ୍ତି। ଏହା ଏକ ପ୍ରାଇଭେଟ୍ମିାନ୍, ଯାହାକୁ ଅକ୍ସିଆମ୍ ସ୍ପେସ୍ କମ୍ପାନୀ ପକ୍ଷରୁ ସଞ୍ଚାଳିତ କରାଯାଇଛି। ଶୁଭାଂଶୁ ସ୍ପେସ୍ ମିଶନ୍‌କୁ ନେଇ ବହୁ ପ୍ରଶ୍ନ ଉଠାଇଛନ୍ତି ଯେ, ଶେଷରେ ସ୍ପେସ୍‌ ଷ୍ଟେସନ୍‌ରେ ଦିନ ଓ ରାତି କିଭଳି ଜଣାପଡିଥାଏ। ସେଠାରେ କେତେ ଘଣ୍ଟାରେ ଗୋଟେ ଦିନ ହୋଇଥାଏ ଓ ସ୍ପେସ୍‌ରେ କ’ଣ ଟାଇମଜୋନ୍ କାମ କରିଥାଏ। 

ପୃଥିବୀରେ ଗୋଟିଏ ଦିନରେ ଥରେ ସୂର୍ଯ୍ୟୋଦୟଏବଂ ସୂର୍ଯ୍ୟାସ୍ତ ହୁଏ, କିନ୍ତୁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ରେ ୨୪ ଘଣ୍ଟା ଭିତରେ ୧୬ ସୂର୍ଯ୍ୟୋଦୟ ଓ ୧୬‌ ସୂର୍ଯ୍ୟାସ୍ତ ହୋଇଥାଏ। ଏହି ହିସାବରେ ଯଦି ଦେଖାଯାଏ ତେବେ କେବଳ ୯୦ ମିନିଟ୍‌ର ଦିନ ଓ ୯୦ ମିନିଟ୍‌ରେ ରାତି ହୋଇଥାଏ। ସେଭଳି ପୃଥିବୀରେ ଏହି ସମୟ ୧୨ ଘଣ୍ଟା ଲେଖାଏଁ ରହିଥାଏ। ଏହି କାରଣରୁ ସ୍ପେସ୍‌ ଷ୍ଟେସନ୍ ବହୁତ ଦୃତ ଗତି ସହ ପୃଥିବୀର ପରିକ୍ରମା କରିଥାଏ ଓ ଏହାକୁ ଏଭଳି କରିବାରେ କେବଳ ୯୦ ମିନିଟ୍ ଲାଗିଥାଏ। 

ସ୍ପେସ୍ ଷ୍ଟେସନ୍ ପୃଥିବୀର ପରିକ୍ରମା କରିବା ବେଳେ ୪୫ ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଆଲୋକରେ ରହିଥାଏ। ସେଭଳି ବାକି ୪୫ ମିନିଟ୍ ପୃଥିବୀର ଛାୟାରେ ରହିଥାଏ। ୨୪ ଘଣ୍ଟା ଭିତରେ ସ୍ପେସ୍‌ ଷ୍ଟେସନ୍‌ ୧୬ ଥର ଏଭଳି ପରିକ୍ରମା କରିଥାଏ। ତେଣୁ ୧୬ ସୂର୍ଯ୍ୟୋଦୟ ଓ ୧୬‌ ସୂର୍ଯ୍ୟାସ୍ତ ହୋଇଥାଏ। ଯଦି ଟାଇମ୍ ଜୋନ୍‌ କଥା ହେବା ତେବେ ସେଠାରେ ବିଶ୍ବ ମାନକ ହିସାବରେ କୋର୍ଡିନେସନ୍‌ରେ ଅସୁବିଧା ନଆସୁ। ଏହି ଟାଇମ୍ ଜୋନ୍‌କୁ ଗ୍ରୀନଓ୍ବିଚ୍‌ ମୀନ୍ ଟାମ୍ ମଧ୍ୟ କୁହାଯାଏ। 

ମହାକାଶ କେନ୍ଦ୍ରରେ ଅନେକ ଦେଶର ମହାକାଶଚାରୀମାନେ ଏକାଠି କାମ କରନ୍ତି ଏବଂ ପ୍ରତ୍ୟେକ ଦେଶର ନିଜସ୍ୱ ଟାଇମ୍ ଜୋନ୍ ଥାଏ।UTC ର ବ୍ୟବହାର ସମସ୍ତ ମିଶନ ନିୟନ୍ତ୍ରଣ କେନ୍ଦ୍ର ଏବଂ ମହାକାଶଚାରୀମାନଙ୍କୁ ଗୋଟିଏ ସିଷ୍ଟମ ଅଧୀନକୁ ଆଣେ, ଯାହା କେବଳ ଯୋଗାଯୋଗକୁ ସହଜ କରିଥାଏ ତାହା ନୁହେଁ ବରଂ ନିର୍ଦ୍ଦେଶ ଦେବା ମଧ୍ୟ ସହଜ କରିଥାଏ। ମହାକାଶରେ, ଆମେରିକା, ରୁଷ, ବ୍ରିଟେନ ଏବଂ ଜାପାନ ଭଳି ଦେଶର ମହାକାଶଚାରୀମାନେ ଏକ ବିଶ୍ୱସ୍ତରୀୟ ସମୟ କ୍ଷେତ୍ରରେ କାର୍ଯ୍ୟ କରନ୍ତି।  ଭାରତୀୟ ମାନକ ସମୟ (IST)  ଠାରୁ UTC ୫ଘଣ୍ଟା ୩୦ ମିନିଟ୍‌ ଆଗୁଆ ରହିଥାଏ।  ଏହି ସମୟ ସବୁ ସ୍ପେସ୍ ମିଶନ୍‌, ମହାକାଶ ଯାତ୍ରୀ ଓ ମିଶନ୍ କନଟ୍ରୋଲ ସେଣ୍ଟର ପାଇଁ ମାନକ ହୋଇଥାଏ। ସ୍ପେସ୍ ଷ୍ଟେସନ୍‌ରେ ଟାଇମ୍‌କୁ କାଲକୁଲେଟ୍ କରିବା ପାଇଁ ସ୍ପେଶାଲ ଓ୍ବାଚ୍ ଡିଜାଇନ୍ କରାଯାଏ ଓ ଡିଭାଇସ୍‌ର ବ୍ୟବହାର କରାଯାଏ। ଆଇଏସଏସ୍‌ରେ ଟାଇମ୍ ଜାଣିବା ପାଇଁ କମ୍ପ୍ୟୁଟର ଓ ଡିଜିଟାଲ ଘଡିର ବ୍ୟବହାର ହୁଏ, ଯେଉଁଥିରେ ୟୁଟିସି ଟାଇମ୍ ଜୋନ୍‌ ହିସାବରେ ଫିଡିଂ କରାଯାଏ। ଏହାଛଡା ଡିଜିଟାଲ ଡିସପ୍ଲେ ମଧ୍ୟ ରହିଛି।