ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅଚଳ ସଞ୍ଚୟ ଖାତା ବନ୍ଦ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଉପାୟ...

Published By : Prameya | January 23, 2025 2:46 PM

ନୂଆଦିଲ୍ଲୀ ୨୩/୦୧: ପ୍ରାୟ ଘରଣୀ ସ୍ୱାମୀଙ୍କ ସହ ଯାଇ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିଥାନ୍ତି । କିନ୍ତୁ ଯଦି ଏହାକୁ କେବେ ବନ୍ଦ  କରିବାକୁ ପଡିଥାଏ । ତେବେ ସ୍ୱାମୀମାନେ  ସେତେଟା ଗୁରୁତ୍ୱ ଦେଇ ନଥାନ୍ତି । ଏପରି  ସ୍ଥଳେ ଗୃହିଣୀମାନେ ଚାହିଁଲେ ସ୍ୱାମୀଙ୍କ ବିନା  ସହାୟତାରେ ନିଜେ ମଧ୍ୟ ଏହି ଆକାଉଣ୍ଟ୍‌କୁ  ବନ୍ଦ କରିପାରିବେ । ଚାଲନ୍ତୁ ଦେଖିବା  କେମିତି ବନ୍ଦ କରି ହେବ ସଞ୍ଚୟ ଖାତା ।  ବ୍ୟାଙ୍କରେ ଥିବା ସଞ୍ଚୟ ଖାତାକୁ ବନ୍ଦ କରିବା  ସହ ଏଥିରେ ଥିବା ସମସ୍ତ ଅର୍ଥ ଉଠାଇ ଆଣିପାରିବେ ।  କିନ୍ତୁ ଯଦି ଆପଣ ଏହି ଆକାଉଣ୍ଟ୍‌ରେ ଟ୍ରାଜାକ୍‌ସନ୍‌ ନ କରି  ବନ୍ଦ ନ କରନ୍ତି, ତେବେ ଏହି ଆକାଉଣ୍ଟ୍‌ ଉପରେ ବ୍ୟାଙ୍କ  ବିଭିନ୍ନ ଚାର୍ଜ ଲଗାଇଥାଏ । ତେଣୁ ବ୍ୟବହାର ନ ହେଉଥିବା  ଆକାଉଣ୍ଟକୁ ବନ୍ଦ କରିବା ଉଚିତ୍‌ । 

ଷ୍ଟେଟମେଣ୍ଟ୍‌ର ବ୍ୟାକ୍‌ଅପ୍‌ ଜରୁରି

ସଞ୍ଚୟ ଖାତା ବନ୍ଦ କରିବା ପୂର୍ବରୁ ଏହାର ସମସ୍ତ ବ୍ୟାକ୍‌ଅପ୍‌  ରଖିନିଅନ୍ତୁ । ପ୍ରଥମେ ବାଲାନ୍ସ ଚେକ୍‌ କରି ଷ୍ଟେଟ୍‌ମେଣ୍ଟ୍‌ ଡାଉନ୍‌ଲୋଡ୍‌ କରନ୍ତୁ । ହୁଏତ ଭବିଷ୍ୟତରେ ଦରକାର  ପଡିପାରେ । ଏହାର ସଫ୍ଟ କପି ସହ ପ୍ରିଣ୍ଟ୍‌ କପି ମଧ୍ୟ  ରଖନ୍ତୁ ।  

ଚାର୍ଜ ପେମେଣ୍ଟ୍‌ 

ଖାତା ବନ୍ଦ କରିବା ପୂର୍ବରୁ ବାଲାନ୍ସ ଚେକ୍‌ କରନ୍ତୁ ।  ଆକାଉଣ୍ଟରେ ଆବଶ୍ୟକଠାରୁ କମ୍‌ ବା ସର୍ବନିମ୍ନ ଟଙ୍କା  ରଖିବା ଅନୁଚିତ୍‌ । ଏହାଦ୍ୱାରା ଆପଣଙ୍କୁ ସର୍ଭିସ୍‌ ଚାର୍ଜ  ଦେବାକୁ ପଡିଥାଏ । ସେହିପରି ଏହାର ନକାରାତ୍ମକ  ପ୍ରଭାବ କ୍ରେଡିଟ୍‌ ସ୍କୋର ଉପରେ ମଧ୍ୟ ପଡିଥାଏ ।  ସଞ୍ଚୟ ଖାତା ବନ୍ଦ କରିବା ପୂର୍ବରୁ ବ୍ୟାଙ୍କର ସମସ୍ତ  ଚାର୍ଜ ଭରି ଦିଅନ୍ତୁ । ଏହାବ୍ୟତୀତ ଯଦି ଏହି ଆକାଉଣ୍ଟ  ଇଏମ୍‌ଆଇ ବା ବିଲ୍‌ ସହିତ ଜଡିତ ଥାଏ, ତେବେ  ତୁରନ୍ତ ଏହାକୁ ବିଚ୍ଛିନ୍ନ କରାଇ ଦିଅନ୍ତୁ ।  

ବିଭିନ୍ନ ସ୍ଥାନରେ ଆକାଉଣ୍ଟ୍‌  ଅପଡେଟ୍‌ ଦିଅନ୍ତୁ 

ଏହି ଆକାଉଣ୍ଟ୍‌ ସହ ଜଡିତ ଥିବା ସମସ୍ତ ଜାଗାକୁ ତୁରନ୍ତ  ଆକାଉଣ୍ଟ ଅପ୍‌ଡେଟ୍‌ ଜଣାଇ ଦିଅନ୍ତୁ । ଯେପରିକି  କୌଣସି ଯୋଜନା ବା ପଲିସି ସହ ଆକାଉଣ୍ଟ୍‌ ସଂପୃକ୍ତ  ଥିଲେ, ଏହାକୁ ବିଚ୍ଛିନ୍ନ କରାଇ ନିଅନ୍ତୁ । ନଚେତ୍‌  ସମସ୍ୟାରେ ପଡିପାରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.