ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆପଣଙ୍କର ବି ହେଉଛି କି ଗଣ୍ଠି ସମସ୍ୟା ? ଗଣ୍ଠିର ନିଅନ୍ତୁ ଏଭଳି ଯତ୍ନ...

Published By : Anindita Ratha | November 26, 2024 3:06 PM

ଗଣ୍ଠି ସହ ଜଡିତ ସମସ୍ୟା ଆମର ଦୈନନ୍ଦିନ କାର୍ଯ୍ୟ ତଥା ସାଧାରଣ ଜୀବନକୁ କରିଥାଏ  ଖୁବ୍ ପ୍ରଭାବିତ ।  ଆଜିକାଲି ଖରାପ ଖାଦ୍ୟାଭ୍ୟାସ, ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ପ୍ରତି ଅବହେଳା କାରଣରୁ କମ୍ ବୟସରୁ ଲୋକମାନେ ଗଣ୍ଠି ଯନ୍ତ୍ରଣା ସମସ୍ୟାରେ ପୀଡିତ ହେଉଛନ୍ତି । ତେବେ ବାରମ୍ବାର ଭୁଲ ମୁଦ୍ରାରେ ବସାଉଠା କରିବା । ଭାରି ଜିନିଷ ଉଠାଇବା।ମୋଟାପଣ କିମ୍ବା ଆବଶ୍ୟକତାଠୁ ଅଧିକ ବ୍ୟାୟାମ କରିବା ଇତ୍ୟାଦି । ଏସବୁ ଆମର ଗଣ୍ଠି ଉପରେ ଅତିରିକ୍ତ ଚାପ ପକାଇଥାଏ । ଏହାଛଡା ବୟସ ବଢିବା ସହ ଗଣ୍ଠି ସମସ୍ୟା ଚିକିତ୍ସାରେ ଅବହେଳା ଓ ଶରୀରରେ ପୋଷକ ତତ୍ତ୍ବର ଅଭାବ ଗଣ୍ଠି ସ୍ବାସ୍ଥ୍ୟ ପ୍ରଭାବିତ କରିଥାଏ । ତେଣୁ ଗଣ୍ଠି ଫୁଲିବା, ଯନ୍ତ୍ରଣା ଓ ଅନ୍ୟାନ୍ୟ ଲକ୍ଷଣ ଦେଖାଗଲେ ଆଦୌ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। 

ତେଣୁ ଖାଦ୍ୟ ଓ ଜୀବନଶୈଳୀ ସହ ଜଡିତ କିଛି ଭଲ ଅଭ୍ୟାସ ଆପଣାଇ ବହୁ ପରିମାଣରେ ଗଣ୍ଠି ସମସ୍ୟା ଆଶଙ୍କା କମ୍ କରାଯାଇପାରିବ । ତେଣୁ ଠିକ୍ ମୁଦ୍ରାରେ ବସିବା, ଉଠିବା, ଚାଲିବା ଓ ଶୋଇବା । ସେହିପରି ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଓ ହାଇଡ୍ରେଟ ରହିବା ।  ନିୟମିତ ବ୍ୟାୟାମ କରିବା କିନ୍ତୁ ଅତ୍ୟଧିକ ସମୟ ନ କରିବା । ଓମେଗା-3, ଭିଟାମିନ ଡି ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ।ଆରାମଦାୟକ ଚପଲ ପିନ୍ଧିବା । ବିଶେଷକରି ହାଇ ହିଲ୍‌ ପିନ୍ଧିବା ଉଚିତ ନୁହେଁ । ଶରୀରର ଓଜନ ନିୟନ୍ତ୍ରଣ ରଖିବା ଉଚିତ୍ । ଏଥିସହ ଯଦି ଗଣ୍ଠି ଯନ୍ତ୍ରଣା କ୍ରମାଗତ ଭାବରେ ହେଉଥିଲେ  ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.