ମୁମ୍ବାଇ,୫/୪ : ବିବାଦ ଘେରରେ ଅପକମିଂ ଫିଲ୍ମ ‘ରାମାୟଣ’ । ନିତେଶ ତିଓ୍ବାରୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ‘ରାମାୟଣ’ ଏବେ ସବୁଠାରୁ ଚର୍ଚ୍ଚିତ ଏବଂ ମୋଷ୍ଟ ଓ୍ବାଣ୍ଟେଡ୍ ଫିଲ୍ମ ହୋଇଯାଇଛି । ପିଲ୍ମରେ ରଣବୀର କପୁର ଭଗବାନ ରାମ, ସାଈ ପଲ୍ଲବୀ ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ । ଏହା ୪୦୦୦କୋଟିର ମେଗା ବଜେଟରେ ନିର୍ମାଣ ହେବ ଏବଂ ଏହାକୁ ଦୁଇଟି ପାର୍ଟରେ ରିଲିଜ୍ କରାଯିବ । ମାତ୍ର ଯେବେଠାରୁ ଏହାର ଟିଜର୍ ରିଲିଜ ହୋଇଛି ‘ରାମାୟଣ’ ଅନଲାଇନ୍ ଦର୍ଶକଙ୍କ ଧ୍ୟାନ ଟାଣୁଛି ଏବଂ ଚର୍ଚ୍ଚାର ବିଷୟ ବି ହୋଇଯାଇଛି । ସେଥିରୁ କିଛି ଚର୍ଚ୍ଚା ପଜିଟିଭ ହେଉଛି ତ କିଛି ଲୋକ ଫିଲ୍ମ ଉପରେ ପ୍ରଶ୍ନ ବି ଉଠାଇଛନ୍ତି । କିଛି ଲୋକ ଫିଲ୍ମର ଗ୍ରାଣ୍ଡନେସକୁ ତାରିଫ କରିଥିବାବେଳେ ଆଉ କିଛି ଫିଲ୍ମ ଭିଜୁଆଲ ଇଫେକ୍ଟସକୁ କମଜୋର କରି ତାକୁ କ୍ରିଟିସାଇଜ୍ ବି କରିଛନ୍ତି । କିଛି ଳୋକ ତ ଟିଜରକୁ ‘ଭିଡ଼ିଓ ଗେମ୍‘ ଭଳି କହିଛନ୍ତି ।
ଏହି ବିବାଦ ମଧ୍ୟରେ ହ୍ରିତିକ ରୋଶନ ଫିଲ୍ମ ଏବଂ ତା’ର ମେକର୍ସଙ୍କୁ ବଞ୍ଚାଇବାକୁ ଯାଇ ନିଜର କଥା କହିଛନ୍ତି । ହ୍ରିତିକ ଦର୍ଶକଙ୍କୁ ଅପିଲ୍ କରିଛନ୍ତି କି ସେମାନେ ଖୋଲା ବିଚାର ସହ ଫିଲ୍ମକୁ ଦେଖନ୍ତୁ ଏବଂ ଆରମ୍ଭର ଝଲକ ଦେଖି ନୁହେଁ ବରଂ ଫିଲ୍ମକୁ ପୂରା ଦେଖିବା ପରେ ତା’ ଉପରେ ନିଜ ରାୟ ଦିଅନ୍ତୁ । ଇନଷ୍ଟାଗ୍ରାମରେ ଏକ ଲମ୍ବା ନୋଟ୍ ସେୟାର କରି ଲେଖିଛନ୍ତି କି , ହଁ ଖରାପ VFX ହୋଇଥାଏ । କେତେବେଳେ ଏତେ ଖରାପ ହୋଇଥାଏ କି ତାକୁ ଦେଖିବା ବି କଷ୍ଟ ଦାୟକ ହୋଇଥାଏ । ବିଶେଷ କରି ମୋ ଲାଗି… ଏବଂ ସେତେବେଳେ ତ ଅଧିକ ଯେତେବେଳେ ସେହି ଫିଲ୍ମ ମୋ ନିଜର ହୋଇଥାଏ । ଯେତେବେଳେ ମୁଁ ୧୧ବର୍ଷର ପିଲା ଥିଲି ସେତେବେଳେ ଲଣ୍ଡନର ଏକ ଭେକେଶନ ସମୟରେ ମୁଁ ‘ବ୍ୟାକ୍ ଟୁ ଦ ଫ୍ୟୁଚର’ ଦେଖିଥିଲି । ସେହି ଫିଲ୍ମ ମୋ ଜୀବନକୁ ସବୁଦିନ ପାଇଁ ବଦଳାଇଦେଇଥିଲା । ମୁଁ ସେହି ଫିଲ୍ମର ଦିଓ୍ବାନା ହୋଇଯାଇଥିଲି ।
ହ୍ରିତିକ ରୋଶନ ଏହା ବି ବୁଝାଇଛନ୍ତି କି, VFXର ତରିକା ଭିନ୍ନ ଭିନ୍ନ ହୋଇପାରେ । ଏହା ଜରୁରୀ ନୁହେଁ କି ପ୍ରତ୍ୟେକ ଥର କିଛି ଏକଦମ୍ ସତ୍ୟ ଭଳି ନିର୍ମାଣ କରାଯିବ । ତାଙ୍କ କହିବା ଅନୁସାରେ ଆଲୋଚନା କରିବା ସମୟରେ ଫିଲ୍ମର ଜୋନର ଏବଂ ସେ କ’ଣ ହାସଲ କରିବାକୁ ପ୍ରୟାଶ କରୁଛନ୍ତି ଏହି କଥାର ବି ଧ୍ୟାନ ରଖାଯିବା ଆବଶ୍ୟକ ।