ପରଜଙ୍ଗ,୨୬/୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଂହା ଗାଁରେ ନକଲି ବିଦେଶୀ ମଦ କାରଖାନା ଠାବ । ଅବକାରୀ ବିଭାଗ ପକ୍ଷରୁ ମଦ ପ୍ରସ୍ତୁତି କାରଖାନାରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ନକଲି ମଦ, ପ୍ୟାକିଙ୍ଗରେ ବ୍ୟବହୃତ ଷ୍ଟିକର, ମେସିନ, ଖାଲି ବୋତଲ, ସ୍ପିରିଟ ଆଦି ଜବତ ହୋଇଛି ।
ମଦ କାରଖାନା ଚଳାଇଥିବା ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ କିଙ୍ଗ ପିନ୍ ବିଭାଗୀୟ କର୍ମଚାରୀଙ୍କୁ ଚକମା ଦେଖାଇ ଫେରାର ହୋଇଛି । ଦୀର୍ଘ ଦିନ ହେଲା କନ୍ଦରସିଂହା ଗ୍ରାମରେ ନକଲି ମଦ ପ୍ରସ୍ତୁତି କରାଯାଇ ପରଜଙ୍ଗ,କାମାକ୍ଷାନଗର, ଆଦିବାସୀ ବହୁଳ କଙ୍କଡ଼ାହାଡ଼, ଭୁବନ ସମେତ ପଡୋଶୀ ଅନୁଗୁଳ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିବା ଅବକାରୀ ବିଭାଗ ସୂଚନା ଦେଇଛି।