ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅଧା ରହିଗଲା ୟୁପିଏସି ସ୍ଵପ୍ନ,ବିପୁଳ ପରିମାଣର ଗଞ୍ଜେଇ ସହ ଅଭିଯୁକ୍ତକୁ ଧରିଲା ସନ୍ଧାନୀ କୁକୁର

Published By : Anindita Ratha | April 23, 2025 3:02 PM

ଭୁବନେଶ୍ୱର,୨୩/୦୪:  ଅଧା ରହିଗଲା ୟୁପିଏସି ସ୍ଵପ୍ନ ‌। ବାଧକ ସାଜିଲା ଅର୍ଥ। ମାଙ୍କ  ଦେହ ଅସୁସ୍ଥ ଥିବା ଅଳ୍ପ କିଛି ଟଙ୍କା ପାଇଁ କରୁଥିଲେ ଗଞ୍ଜେଇ ଚାଲାଣ। କୋରାପୁଟ ରେଳ ଷ୍ଟେସନରେ ନିକଟରେ ଧରିଲା ପୋଲିସ । ବିପୁଳ ପରିମାଣର ଗଞ୍ଜେଇ ସହ ଅଭିଯୁକ୍ତକୁ ଧରିଲା ସନ୍ଧାନୀ କୁକୁର। ତେବେ  ଗିରଫ ଅଭିଯୁକ୍ତ ଜଣକ ବିହାରର ଅରବିନ୍ଦ କୁମାର ଶର୍ମା ବୋଲି ଜଣାପଡ଼ୁଛି । 

ସୂଚନା ମୁତାବକ, ହାୱଡା ଏକ୍ସପ୍ରେସ ଟ୍ରେନରୁ କୋରାପୁଟ ଷ୍ଟେସନରେ ଜିଆରପି ଏବଂ ଆରପିଏଫ୍ ପୁଲିସ ଦ୍ଵାରା ୩୪ କିଲୋ ୫ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏଥିସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ଜିଆରପି ଥାନା ଅଧିକାରୀ ସନ୍ତୋଶୀ ମହନ୍ତ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ବିହାରର ଅରବିନ୍ଦ କୁମାର ଶର୍ମା ଯିଏ ଦିଲ୍ଲୀରେ ରହି ୟୁପିଏସି ପାଇଁ ପ୍ରସ୍ତୁତି କରୁଥିଲେ। ସେ ଦୁଇଟି ଦାମି ଟ୍ରଲି ବ୍ୟାଗରେ ଗଞ୍ଜେଇ ନେଇ ଜଗଦଲପୁର ଅଭିମୁଖେ ଯିବାକୁ ଥିବା  ଟ୍ରେନରେ ଚଢୁଥିବା ସମୟରେ ପୋଲିସ ହାତରେ ଧରା ପଡ଼ିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଦିଲ୍ଲୀରେ ରହି ପାଠ ପଢିବା ସମୟରେ ମାଙ୍କ ଦେହ ଅସୁସ୍ଥ ହେବାରୁ କିଛି ଲୋକଙ୍କ ସହାୟତାରେ କିଛି ଟଙ୍କା ପାଇଁ ଗଞ୍ଜେଇ ନେବାକୁ ଆସିଥିବା ସ୍ଵିକାର କରିଛନ୍ତି। ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ ବୋଲି ଜିଆରପି ଥାନା ଅଧିକାରୀ ସୂଚନା ଦେଇଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.