ପ୍ରମୂଖ ଖବର
  • କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡିଯାଇ ୩ ଯୁବକ ମୃତ
  • ||
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ସାମ୍ବାଦିକଙ୍କ ଗୋଡ଼ରେ ପୁଲିସ ବେଡି ପକାଇବା ଘଟଣା, ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମାନବଧିକାର ଆୟୋଗଙ୍କ ନିର୍ଦ୍ଦେଶ

Published By : Suraj Kumar | August 10, 2025 10:28 PM

ନୀଳଗିରି,୧୦/୮(ଆ.ପ୍ର):ବାଲେଶ୍ଵର ଜିଲ୍ଲା ନୀଳଗିରିର କାର୍ଯ୍ୟରତ ସାମ୍ବାଦିକଙ୍କୁ ଏକ ମାମଲାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ପୁଲିସ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ହାବିଲଦାର ଓ ଆଇଓଙ୍କୁ ମହଙ୍ଗା ପଡ଼ିଛି। ସାମ୍ବାଦିକ ଜଣକ ମାନବଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ।   ମାନବ ଅଧିକାର ଆୟୋଗ ତାଙ୍କ ରାୟରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ୫ ଲକ୍ଷ ଟଙ୍କା କ୍ଷତିପୂରଣ  ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇ ଗତ ୨୦୨୨ମସିହା ରେ କାର୍ଯ୍ୟରତ ଗୃହରକ୍ଷୀ ନିରଂଜନ ରଣା(୬୨) ଙ୍କ ସହିତ ବଚସା ହୋଇଥିଲା। ଗୃହରକ୍ଷୀ ଶ୍ରୀ ରଣା   ଥାନାରେ ଅଭିଯୋଗ ପରେ ଲୋକନାଥ ଦଳେଇଙ୍କୁ ତତ୍କାଳୀନ ଆଇଆଇସି ଦୌପଦୀ ଦାସ ଗିରଫ କରିଥିଲେ।ସାମ୍ବାଦିକ ଜଣକ ମଧୁମେହ ଓ ଉଚ୍ଚ ରକ୍ତ ଚାପରେ ପୀଡ଼ିତ ଥିବାରୁ ନୀଳଗିରିରେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ।ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ଵର ମେଡ଼ିକାଲରେ ପୁଲିସ ହେପାଜତରେ ଚିକିତ୍ସା କରାଯାଇଥିଲା।ହେଲେ ପୁଲିସ ରାତିରେ  ତାଙ୍କ ଗୋଡ଼ରେ ବେଡ଼ି ପକାଇ ବେଡରେ ଚାବି ପକାଯାଇଥିବା ଦେଖାଯାଇଥିଲା।ପରେ ଏଭଳି ଘଟଣାକୁ ଚାରିଆଡୁ ସମାଲୋଚନା କରାଯାଇ ନିନ୍ଦା ମଧ୍ୟ କରିଥିଲେ।ପରେ ବିଭିନ୍ନ ସଂଗଠନ ନୀଳଗିରି ବନ୍ଦ କରିଥିଲେ। ପରେ ତରବରିଆ ଭାବେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆଣି ନୀଳଗିରି କୋର୍ଟ ହାଜର କରି ଜେଲକୁ ପଠାଇ ଦିଆଯାଇଥିଲା। ପରେ ନୀଳଗିରି ଥାନାର ତତ୍କାଳୀନ ଆଇଆଇସି,ଉକ୍ତ ମାମଲାର ତଦନ୍ତକାରୀ ଅଧିକାରିଣୀ ସୁବର୍ଣା ବେହେରାଙ୍କୁ ହେଡ କ୍ବାଟରକୁ ବଦଳି କରାଯାଇଥିଲା। 

ଏନେଇ ପ୍ରଦୀପ୍ତ ନାୟକ ଓ ଜୟକୃଷ୍ଣ ମହାନ୍ତି ମାନବାଧିକାର ଆୟୋଗ ନିକଟରେ ଗତ ୮/୪/୨୨ରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜ୍ଜୁ ହୋଇଥିଲା।ମାନବଧିକାର ଆୟୋଗ ଏସ୍ ପୂଜାହରି, ସଦସ୍ୟ ଅସିମ ଅମିତାଵ ଦାସ ଉକ୍ତ କେଶ ବିଚାର କରି ପୁଲିସ ପକ୍ଷରୁ  ହାବିଲଦାର ଚିତ୍ତରଞ୍ଜନ ସିଂ ଓ ନୀଳଗିରି ଥାନାର ତତ୍କାଳୀନ ତଦନ୍ତକାରୀ ଅଧିକାରିଣୀ ସୁବର୍ଣା ବେହେରାଙ୍କୁ  ମାନବଧିକାର କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ଦର୍ଶାଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ ୫ତାରିଖ ସୁଦ୍ଧା ଗୃହ ବିଭାଗ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଉକ୍ତ ଅର୍ଥ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ହାବିଲଦାର ଓ ତତ୍କକାଳୀନ ତଦନ୍ତକାରୀ ଅଧିକାରିଣୀଙ୍କ ଠାରୁ ରାଜକୋଷ ଭରିବାକୁ  ନିର୍ଦ୍ଦେଶ ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.