ଭୁବନେଶ୍ବର, ୨୩।୧୧ : ମୁହଁ ଖୋଲିଲେ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦୀନେଶ ବେହେରା ।  ହ୍ୟୁମାନଙ୍କ ମୃତ୍ୟୁ ମୋତେ ମର୍ମାହତ କରିଛି ବୋଲି କହିଛନ୍ତି । ହେଲେ ଆମକୁ ଅଯଥା ଦାୟୀ କରାଯାଉଛି। ମୋର କିଛିବି ହୋଇଯାଇପାରେ। ହ୍ୟୁମାନଙ୍କ ମୃତ୍ୟୁ ପରେ ମୁଁ ଚାପରେ ଅଛି ବୋଲି କହିଛନ୍ତି।

ହ୍ୟୁମାନ ନିଜେ ଷ୍ଟେଜକୁ ଯାଉଥିଲେ। ସେ ରାଜି ହେଲେ ହିଁ କାର୍ଯ୍ୟକ୍ରମକୁ ଯାଉ। ହ୍ୟୁମାଙ୍କ ବିନା ଅନୁମତିରେ ଆମେ ଶୋ’ କରୁନାହିଁ। ହେଲେ ତାଙ୍କ ଦେହର ଅବସ୍ଥା ଦେଖି ମୁଁ ନିଜେ ତାଙ୍କୁ ଗାଇବାକୁ ମନା କରୁଥିଲେ ଏବଂ ଚିକିତ୍ସା ପାଇଁ ଯିବାକୁ କହୁଥିଲି ବୋଲି କହିଛନ୍ତି।ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କର ୨ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କୁ ଦାୟୀ କରିଛନ୍ତି ହ୍ୟୁମାନଙ୍କ ମା’। ଏପରିକି ଉଭୟଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି।