ଜଗତସିଂହପୁର,୦୫/୦୯: ଜଗତସିଂହପୁର ବ୍ଲକ ମଖି ଗ୍ରାମସ୍ଥିତ ଏକ ଫାର୍ମରେ ଅଚାନକ ଭାବେ ୩୦୦ରୁ ଊଦ୍ଧ୍ୱର୍ କୁକୁଡ଼ା ମୃତ୍ୟୁବରଣ କରିଛନ୍ତି । କୁକୁଡ଼ା ମଡ଼କର ପ୍ରକୃତ କାରଣ ଏବେଯାଏ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଖବର ପାଇ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ତତ୍ସହିତ ସେଠାରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ କଟକ ଫୁଲନଖରାକୁ ପଠାଇଛନ୍ତି ।
ଆବଶ୍ୟକ ସ୍ଥଳେ ଫୁଲନଖରାରୁ ନମୂନାକୁ ଭୋପାଳ ପଠାଯାଇପାରେ ବୋଲି ବିଭାଗ ସୂତ୍ରରୁ ପ୍ରକାଶ । ମଖି ଗ୍ରାମର ନିହାର ରଞ୍ଜନ ପତିଙ୍କ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିବା ଜଣାଯାଇଛି । ହଠାତ୍ ଏତେ ସଂଖ୍ୟକ କୁକୁଡ଼ାଙ୍କ ମୃତ୍ୟୁକୁ ନେଇ ବାର୍ଡ଼ଫ୍ଲୁ ଆଶଙ୍କା କରାଯାଉଛି ।