ଅନୁଗୁଳ, ୬/୬: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ବଢ଼ିଚାଲିଛି ଶିକାରୀଙ୍କ ପ୍ରାଦୁର୍ଭାବ । ଜୟପୁର ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଚଢ଼ାଉ କରି ଜଣେ ଶିକାରୀକୁ କାବୁ କରିଛି । ଗିରଫ ଅଭିଯୁକ୍ତ ହେଲେ କଙ୍କରେଇ ଗ୍ରାମର ବିଦେଶୀ ବେହେରା । ଜନ୍ତୁ ଶିକାର ପାଇଁ ଫାଶ ବସାଉଥିବା ବେଳେ ବନ ବିଭାଗ ମାଡ଼ି ବସିଥିଲା। ଘଟଣାସ୍ଥଳରୁ ୩ କିଲୋ ଜିଆଇ ତାର, ୭୦ଟି କାଚ ବୋତଲ ଓ ୭୦ଟି ବାଉଁଶ ବାଡ଼ି ଜବତ ହୋଇଛି । ଏହି ଚଢ଼ାଉରେ ଫରେଷ୍ଟର ସୋନାପିକା ପ୍ରିୟଦର୍ଶନୀ, ଫରେଷ୍ଟ ଗାର୍ଡ ଆଶିଷ୍ କୁମାର ସାହୁଙ୍କ ସମେତ କର୍ମଚାରୀମାନେ ସାମିଲ ଥିଲେ।

ଆଉଟ୍ ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍...