ନୀଳଗିରି,୨୧/୦୬(ବ୍ରଜକିଶୋର ପାଣି): ଏକଦା ସେ ଥିଲେ କୁଖ୍ୟାତ ଶିକାରୀ । ଜଙ୍ଗଲରେ କରୁଥିଲେ ରାଜ୍ । ହାବୁଡ଼ରେ ପଡୁଥିବା ବନ୍ୟପ୍ରାଣୀ ତାଙ୍କ କବଳରୁ ବର୍ତ୍ତୁ ନଥିଲେ । ବନ୍ୟଜନ୍ତୁଙ୍କୁ ଶିକାର କରୁଥିଲେ । ଉଜାଡୁଥିଲେ ଜଙ୍ଗଲ । ହେଲେ ବଦଳିଥିବା ମାନସିକତା ତାଙ୍କୁ ଶିକାରୀରୁ ସଜାଇଛି ସୁରକ୍ଷାଦାତା । ଭକ୍ଷକରୁ ସେ ହୋଇଛନ୍ତି ରକ୍ଷକ । ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ନେଇଛନ୍ତି ଶପଥ । ମାଟିଆ ଡ୍ରେସ୍ ପିନ୍ଧି ହାତରେ ବାଡ଼ି ଧରି ଜଙ୍ଗଲରେ ମାରୁଛନ୍ତି ପଇଁତରା ।
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବାଲିଚୁଆ ଗ୍ରାମର ଗଙ୍ଗାଧର ସିଂ ଓରଫ୍ ଖୁକୁନ୍ଙ୍କ ଏଭଳି ପରିବର୍ତ୍ତନ କୁଳଡିହା ଅଭୟାରଣ୍ୟ ପାଇଁ ନୂତନ ଆଶା ସଞ୍ଚାର କରିଛି । ବାଲିଚୁଆ ଗ୍ରାମର ସ୍ୱର୍ଗତ ସୁରେନ୍ଦ୍ର ସିଂ’ଙ୍କ ପୁଅ ଖୁକୁନ୍ । ଶିକ୍ଷାଗତ ଯୋଗ୍ୟତା ନବମ । ଘର କୁଲଡିହା ଅଭୟାରଣ୍ୟ ପାଖରେ । ଛୋଟ ବେଳୁ ଜନ୍ତୁ ଶିକାର ଝୁଙ୍କ ଖୁକୁନ୍ଙ୍କୁ କୁଖ୍ୟାତ ଶିକାରୀ କରିଦେଇଥିଲା । ବୟସ ବଢ଼ିବା ସହ ସେ ପାଲଟିଗଲେ ଧୂରନ୍ଧର ଶିକାରୀ । ତାଙ୍କର ସାହସ ଓ ଶିକାର କରିବାର କୌଶଳ ବନ ବିଭାଗର ଅକଲଗୁଡମ କରିଦେଇଥିଲା । ନେତୃତ୍ୱ ନେବାର େ ଶ ÷ ଳ ୀ ତ । ଙ୍କ ୁ ଆଖପାଖ ୫ ଖଣ୍ଡ ପଞ୍ଚାୟତର ହଜାର ହଜାର ଶିକାରୀଙ୍କ ମୁଖିଆ କରିଦେଇଥିଲା । ବିଷୁବ ସଂକ୍ରାନ୍ତି ସମେତ ଅନ୍ୟାନ୍ୟ ପର୍ବପର୍ବାଣିରେ ସେ ଅଖଣ୍ଡ ଶିକାରର ନେତୃତ୍ୱ ନେଉଥିଲେ । କିନ୍ତୁ ହଠାତ୍ ଏକ ଘଟଣା ତାଙ୍କୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା । ବନ୍ୟଜନ୍ତୁ ଶିକାରରୁ ଓହରି ସେମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିଲେ ।
ଖୁକୁନ କହନ୍ତି, ଜଙ୍ଗଲ ନିକଟରେ ଘର । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କଲେ ଘର ଚଳେ । ସେ ଜେଜେବାପାଙ୍କ ସହ ଜଙ୍ଗଲକୁ ଯାଆନ୍ତି । ଆଦିବାସୀ ହୋଇଥିବାରୁ ଶିକାର ମଧ୍ୟ କରନ୍ତି । ସେତେବେଳେ କଟକଣା ଏତେ ନ ଥିଲା । ବାପା ଜିଲ୍ଲାପାଳଙ୍କ ଅଫିସ୍ରେ ପିଅନ୍ ଥିଲେ । ବାପାଙ୍କ ଅନୁପସ୍ଥିତି ସୁଯୋଗରେ ଜଙ୍ଗଲ ଯିବା ସୁବିଧା ହେଉଥିଲା । କ୍ରମଶଃ ଶିକାର ତାଙ୍କ ନିଶା ପାଲଟିଗଲା । ୧୯୯୬ରୁ ଶିକାର ଆରମ୍ଭ କରିଥିଲେ । ଶିକାରକୁ ବାହାରିବା ପୂର୍ବରୁ ଗାଁ ଠାକୁରାଣୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ । ଶତାଧିକ ଗ୍ରାମବାସୀ ଏଥିରେ ସାମିଲ ହେଉଥିବା ବେଳେ ସେ ଏହାର ନେତୃତ୍ୱ ନେଉଥିଲେ । ହରିଣ, ସମ୍ବର, କୁଟୁରା, ଗୁରାଣ୍ଡି, ଠେକୁଆ, ବେଲରା ମୂଷା, ବାର୍ହା, ବଣ କୁକୁଡ଼ାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଥିଲେ । ବାଲିଚୁଆ ଅଞ୍ଚଳରେ ଏକ ହାତୀ ମୃତ୍ୟୁ ଘଟଣାରେ ତାଙ୍କୁ ମିଥ୍ୟା ମାମଲାରେ ଛନ୍ଦି ବନ ବିଭାଗ ଜେଲ୍ ପଠାଇଥିଲା । ଜେଲ୍ରୁ ମୁକୁଳିବା ପରେ ବି ପ୍ରବୃତ୍ତି ଛାଡ଼ି ନ ଥିଲେ । ୨ ୦ ୦ ୭ େ ର ଥ େ ର ଜଙ୍ଗଲରେ ସେ ଗୁରାଣ୍ଡି ଶିକାର କରିଥିଲେ । ମରିଯାଇଥିବା ଭାବି ତାକୁ ଉଠାଇବା ବେଳେ କ୍ଷତାକ୍ତ ଗୁରାଣ୍ଡିଟି କାମୁଡ଼ି ଦେଇଥିଲା । ଗୁରାଣ୍ଡି ଆଖିରୁ ଲୁହ ଝରୁଥିବା ଦେଖି ତାଙ୍କ ହୃଦୟ ତରଳି ଯାଇଥିଲା । ଆହତ ଗୁରାଣ୍ଡିକୁ ପାଣି ପିଆଇବା ପରେ ସେ ଜଙ୍ଗଲକୁ ଦୌଡ଼ି ପଳାଇଥିଲା । ଏହି ଘଟଣା ତାଙ୍କୁ ରାତିସାରା ଶୁଆଇ ଦେଇ ନ ଥିଲା । ଶିକାରକୁ ନେଇ ମୋହ ଭଙ୍ଗ ଭିତରେ କୁଲଡିହା ଫରେଷ୍ଟର୍ ନରେଶ ସିଂ’ଙ୍କ ମାର୍ଗଦର୍ଶନ ସାଜିଥିଲା ଆଶୀର୍ବାଦ । ଫରେଷ୍ଟର ଶ୍ରୀ ସିଂ ଶିକାର ଛାଡ଼ି ସବୁଜ ବାହିନୀରେ ସାମିଲ ହେବାକୁ ବାରମ୍ବାର ପ୍ରବର୍ତ୍ତାଇବା ତାଙ୍କ ମାନସିକତା ବଦଳାଇ ଦେଇଥିଲା ।
ଏହାପରେ ସେ ସବୁଜ ବାହିନୀରେ ସାମିଲ ହେଲେ । ଅଞ୍ଚଳରେ ସକ୍ରିୟ ଥିବା ଶିକାରୀ ଓ ଜଙ୍ଗଲକୁ ପଶିବାର ଗଳା ବାଟ ସମ୍ପର୍କରେ ସବୁ ତଥ୍ୟ ଜାଣିଥିବାରୁ ଏହା ବନ ବିଭାଗକୁ ସହାୟକ ହେଲା । ଫରେଷ୍ଟର ଶ୍ରୀ ସିଂ, ଫରେଷ୍ଟ ଗାର୍ଡ ଫୁଲମଣି ମୁର୍ମୁ ଓ ସବୁଜ ବାହିନୀ ସଦସ୍ୟକୁ ନେଇ ଆରମ୍ଭ ହୋଇଥିବା ପାଟ୍ରୋଲିଂ । ପରେ ଶିକାରୀଙ୍କ ପ୍ରାଦୁର୍ଭାବ ବହୁମାତ୍ରାରେ କମିଛି । ଏସିଏଫ ତଥା କୁଲଡିହା ରେଞ୍ଜର ସୁବ୍ରତ ବେହେରା କହନ୍ତି ଏବେ ଖୁଖୁନ ପ୍ରକୃତି ତଥା ଜନ୍ତୁ ପ୍ରେମୀ । ସେ ଜଙ୍ଗଲ ସୁରକ୍ଷା ନେଇ ଉତ୍ସର୍ଗୀକୃତ । ତାଙ୍କ କର୍ତ୍ତବ୍ୟ, ନିଷ୍ଠା ଯୋଗୁଁ ଆମେ ମଧ୍ୟ ଜଙ୍ଗଲକୁ ଆସୁଥିବା ଶିକାରୀଙ୍କ ବାବଦରେ ସୂଚନା ପାଉଛୁ । ଖୁକୁନ ଏବେ ଜଙ୍ଗଲ ରକ୍ଷକ । ଖୁକୁନ ଆହୁରି କହନ୍ତି, ସବୁଜ ବାହିନୀ ସଦସ୍ୟ ଭାବେ ଏବେ ମାସକୁ ୮ରୁ ୯ ହଜାର ଟଙ୍କା ରୋଜଗାର କରି ସମ୍ମାନର ସହ ବଞ୍ଚୁଛନ୍ତି । ତିନି ପୁଅ ସହ ସଂସାର ବେଶ୍ ହସଖୁସିରେ ବିତୁଛି । ଜଙ୍ଗଲୀ ଜନ୍ତୁଙ୍କୁ ଭଲ ପାଉଛି । ଆଗରୁ ଭୟରେ ଧାଉଁଥିଲେ, ଏବେ ଡାକିଲେ ସେମାନେ ଦୌଡ଼ି ଆସୁଛନ୍ତି । ଏହା ତାଙ୍କୁ ଆତ୍ମତୃପ୍ତି ଦେଉଛି ।