ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ଏମିତି ବି ଆସେ ମୃତ୍ୟୁ, ପତ୍ନୀଙ୍କ ଜୁଇ ଲିଭି ନଥିବା ବେଳେ ଟଳିପଡ଼ିଲେ ସ୍ୱାମୀ

Published By : Prameya | May 13, 2025 8:52 AM

ପାଟକୁରା,୧୩/୦୫: ହିନ୍ଦୁ ଧର୍ମରେ ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ବର-କନ୍ୟା ସଂସାର  ଗଢ଼ିବାକୁ ଶପଥ ନେଇଥାଆନ୍ତି । ସାଥୀ ହୋଇ ବଞ୍ଚିବା ଓ ମରିବା ପାଇଁ ସଂକଳ୍ପ କରିଥାନ୍ତି । ପରସ୍ପର ପ୍ରତି ପ୍ରଗାଢ଼  ଭଲପାଇବା ଓ ବିଶ୍ୱାସ ଏଭଳି ସଂକଳ୍ପର  ଆଧାର ହୋଇଥାଏ । ଏପରି ଏକ ଦମ୍ପତିଙ୍କ  କାହାଣୀ କେନ୍ଦ୍ରାପଡ଼ା ଜିଲ୍ଳା ପାଟକୁରା ଥାନା  ଅନ୍ତର୍ଗତ ବେଡାରୀ ପଞ୍ଚାୟତର ହରିଦାସପୁର ଗ୍ରାମରେ ଦେଖିବାକୁ ମିଳିଛି । ଗୋଟିଏ ଦିନରେ ଆଗପଛ ହୋଇ ହାତ ଧରାଧରି ହେବା ଭଳି ସଂସାରରୁ ବିଦାୟ ନେଇଛନ୍ତି ପତି-ପତ୍ନୀ । ପତ୍ନୀଙ୍କ ଜୁଇ ଲିଭିନଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ଘଟିଛି । ସଂପୃକ୍ତ ଦମ୍ପତି ହେଲେ  କୁଳମଣି ପରିଡ଼ା (୯୨) ଓ ପତ୍ନୀ ନୟନା (୮୬) । ବାର୍ଦ୍ଧକ୍ୟ ଜନିତ କାରଣରୁ କୁଳମଣି ଓ ନୟନା ଉଭୟ  ଚିକିତ୍ସାଧୀନ ଥିଲେ । 

ରବିବାର ଅପରାହ୍ଣ ପ୍ରାୟ ସାଢ଼େ  ୫ଟାରେ ନୟନାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ  ଓ ଆତ୍ମୀୟ ସ୍ୱଜନ ବିଳମ୍ବିତ ରାତିରେ ଚିତ୍ରୋତ୍ପଳା ନଦୀ କୂଳରେ  ନୟନାଙ୍କ ଶବଦାହ ସାରି ଶୁକ୍ରବାର ସକାଳୁ ଘରକୁ  ଫେରିଥିଲେ । ପତ୍ନୀଙ୍କ ବିୟୋଗରେ ମର୍ମାହତ  କୁଳମଣିଙ୍କର ସକାଳ ପ୍ରାୟ ୯ଟାରେ ପରଲୋକ  ହୋଇ ଯାଇଥିଲା । ସ୍ୱଳ୍ପ ସମୟର ବ୍ୟବଧାନରେ  ଦମ୍ପତିଙ୍କ ଏଭଳି ମୃତ୍ୟୁ ଘଟଣାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ  ଭଲପାଇବା ଯେ କେତେ ନିବିଡ଼ ଥିଲା, ତାହା ସ୍ପଷ୍ଟ ବୋଲି  ସାଧାରଣରେ ଚର୍ଚ୍ଚା ହେଉଛି । ମୃତ ଦମ୍ପତିଙ୍କ ଏକମାତ୍ର ପୁଅ ତଥା  ଗରଦପୁର ବ୍ଲକ୍‌ର ପୂର୍ବତନ ଉପାଧ୍ୟକ୍ଷ ଜ୍ୟୋତିରଂଜନ ପରିଡ଼ା  ଓ ପରିବାର ଲୋକେ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.