ଭୁବନେଶ୍ବର, ୧୮।୯ : ଟ୍ରେନ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଦମ୍ପତିଙ୍କୁ ଧକା ଦେଲା ଟ୍ରେନ୍। ଏଥିରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ହୋଇଛି। ପଟିଆ ଷ୍ଟେସନ୍ ନିକଟରେ ଘଟିଛି ଅଘଟଣ । ମୃତକ ଜଣକ ହେଲେ ବୋଲଗଡ ରଲସିଂ ଗାଁ ର ଅନ୍ନପୂର୍ଣ୍ଣା ପଟ୍ଟନାୟକ ।
ବୋଲଗଡ ରଲସିଂ ଗାଁ ର ପ୍ରଫୁଲ୍ଲ ପଟ୍ଟନାୟକ ଓ ସ୍ତ୍ରୀ ଅନ୍ନପୂର୍ଣ୍ଣା ପଟ୍ଟନାୟକ ଟ୍ରେନ୍ ଟ୍ରାକ ଅତିକ୍ରମ କରୁଥିଲେ । ଏହି ସମୟରେ ଟ୍ରେନ ଉଭୟଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ଘଟିଥିଲା। ପ୍ରଫୁଲ୍ଲ ଗୁରୁତର ହୋଇଥିଲେ । ପ୍ରପୁଲ୍ଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରଫୁଲ୍ଲଙ୍କ ନିଜ ଘର ବୋଳଗଡ ରଲସିଂଗାଁରେ ହୋଇଥିବା ବେଳେ କଟକରେ ଟେଣ୍ଡ ହାଉସ କରିଛନ୍ତି । ଭୁବନେଶ୍ୱର ପଟିଆରେ ବିଶ୍ଵକର୍ମା ପୂଜା ଟେଣ୍ଡ କାମ ଧରିଥିଲେ । ପୁରୀରୁ ଆସି ପଟିଆରେ ଓହ୍ଲେଇ ଥିଲେ ।