ପ୍ୟାରିସ,୨୦/୧୨: ଗ୍ରାହକ ଯୋଗାଡ଼ କରି ନିଜ ପତ୍ନୀଙ୍କ ଦୁଷ୍କର୍ମ କରାଇବା ମାମଲାରେ ଫ୍ରାନ୍ସର ଜଣେ ଅଭିଯୁକ୍ତ ସ୍ୱାମୀଙ୍କୁ ଏକ କୋର୍ଟ ଦୋଷୀ ସାବ୍ୟସ୍ତ  କରି ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି । ପତ୍ନୀଙ୍କୁ ନିଶାଦ୍ରବ୍ୟ ଖୁଆଇବା ପରେ ଇଣ୍ଟରନେଟ ମାଧ୍ୟମରେ  ସେ ଗ୍ରାହକ ଯୋଗାଡ଼ କରୁଥିଲେ ଏବଂ ସେମାନଙ୍କୁ ନିଜ  ଘରକୁ ଡାକି ଦୁଷ୍କର୍ମ କରାଇଥିଲେ । ଏହି ମାମଲାରେ  ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅନ୍ୟ ୫୦ ଜଣ  ଗ୍ରାହକଙ୍କୁ ମଧ୍ୟ କୋର୍ଟ ୨୦ ବର୍ଷ ଲେଖାଏ ଜେଲ୍‌  ଦଣ୍ଡାଦେଶ ଦେଇଛନ୍ତି । ଫ୍ରାନ୍ସର ଏବିଗ୍ନନ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୭୨ ବର୍ଷୀୟ ଅଭିଯୁକ୍ତ  ସ୍ୱାମୀଙ୍କ ନାମ ଡୋମିନିକ ପୋଲିକୋଟ । ତାଙ୍କ ପତ୍ନୀ  ଗିଜେଲ ପେଲିକୋଟଙ୍କ ସହ ୯୧ଟି ଦୁଷ୍କର୍ମ ମାମଲା  ସାମ୍‌ନାକୁ ଆସିଥିଲା । ସେଥିରେ ୭୨ ଜଣଙ୍କୁ ଚିହ୍ନଟ  କରାଯିବା ପରେ ଗିରଫ କରାଯାଇଥିଲା । ସେମାନଙ୍କ  ମଧ୍ୟରୁ ୫୦ ଜଣଙ୍କୁ ବଳାତ୍କାର ମାମଲାରେ ଦୋଷୀ  ସାବ୍ୟସ୍ତ କରାଯାଇଥିଲା । ଜଣେ ଅଭିଯୁକ୍ତ ଏଭଳି ଘଟଣା  ପାଇଁ ଗିଜେଲଙ୍କୁ କ୍ଷମା ମାଗିଥିଲେ। ତାଙ୍କ ବିରୋଧରେ  ଯୌନ ଉତ୍ପୀଡ଼ନ ମାମଲାର ବିଚାର ହୋଇଥିଲା । 

 ୨୦୧୧ରୁ ୨୦୨୦ ମଧ୍ୟରେ ଦୀର୍ଘ ୧୦ ବର୍ଷ ଧରି ଏଭଳି  ଦୁଷ୍କର୍ମ ଘଟଣା ଘଟିଥିଲା । ଅଭିଯୁକ୍ତ ସ୍ୱାମୀ ଡୋମିନିକ୍‌  ପତ୍ନୀଙ୍କୁ ଖାଦ୍ୟ ସାମଗ୍ରୀରେ ଅଧିକ ମାତ୍ରାରେ ନିଶା  ଦେଉଥିଲେ । ଯାହାଫଳରେ କି ଅପରାଧ ହେଉଥିବା  ସମ୍ପର୍କରେ ସେ କିଛି ଜାଣିପାରୁ ନଥିଲେ । ଏପରିକି  ପତ୍ନୀଙ୍କୁ ଅଜଣା ବ୍ୟକ୍ତି ଦୁଷ୍କର୍ମ କରୁଥିବାର ଭିଡିଓ  ମଧ୍ୟ ସେ କରୁଥିଲେ । ୨୦୨୦ ସେପ୍ଟେମ୍ବରରେ ଏକ  ସପିଂ ମଲରେ ଡୋମିନିକ୍‌ ଗୋପନରେ ମହିଳାଙ୍କ  ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଧରାପଡିଥିଲେ । ତାଙ୍କ  କମ୍ପ୍ୟୁଟର ଯାଞ୍ଚ କରିବା ପରେ ପତ୍ନୀଙ୍କ ଦୁଷ୍କର୍ମର ଭିଡିଓ  ମିଳିଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲ।