ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ତରକାରୀ ପାଇଁ ବଡ଼ ସାଇଜ୍ ଆଳୁ କାଟିଦେଲେ ସ୍ତ୍ରୀ, କୋଦାଳରେ ବେକ କାଟି ଦେଲେ ସ୍ୱାମୀ

Published By : Ankita S | April 27, 2025 1:44 PM

ପାଟନା,୨୭/୦୪: ତରକାରୀ କରିବାକୁ ପରିବା କାଟୁଥିଲେ ସ୍ତ୍ରୀ । ପରିବା କାଟୁ କାଟୁ ଛୋଟ ବଦଳରେ ବଡ଼ ସାଇଜ ଆଳୁ କାଟିଦେଲେ । ଏହା ଦେଖି ରାଗି ଯାଇଥିଲେ ସ୍ୱାମୀ । ସ୍ତ୍ରୀଙ୍କୁ ତାଗିଦ କରିବା ସହ ଏତେ ବଡ଼ ସାଇଜ ଆଳୁ କାହିଁକି କାଟିଲ ବୋଲି କହିଥିଲେ । ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ସାମାନ୍ୟ ଆଳୁ ପାଇଁ ଜଘନ୍ୟ କାଣ୍ଡ ଘଟାଇଲେ ସ୍ୱାମୀ । କୋଦାଳରେ ସ୍ତ୍ରୀଙ୍କ ବେକ କାଟିଦେଲେ । ବିହାର ପତୌନା ଥାନା ମଧୁବନୀ ଜିଲ୍ଲାରେ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।

ଅଭିଯୁକ୍ତ ସ୍ୱାମୀ ରତିଲାଲକୁ ଗିରଫ କରାଯାଇଛି । ମୃତ ସୋନୀ ଦେବୀଙ୍କ ମୃତଦେହ ତାଙ୍କ ଘର ପାଖରୁ ୨୦୦ମିଟର ଦୂରରୁ ଉଦ୍ଧାର ହୋଇଛି । ଶବ ଜଳାଇବାକୁ ନିଆଯାଇଥିଲା । ପୋଲିସ ଘଟଣାସ୍ଥଳରୁ ଏକ ବସ୍ତା ଚିନି ବି ଜବତ କରିଛି । ୪ ବର୍ଷ ହେବ ସୋନୀ ଓ ରତିଲାଲଙ୍କ ବିବାହ ହୋଇଥିଲା । ତାଙ୍କର ଏକ ୬ମାସର ଶିଶୁପୁତ୍ର ଅଛନ୍ତି ।

ଡିଏସପି ନିଶିକାନ୍ତ ଭାରତୀ କହିଛନ୍ତି, ପାରିବାରିକ ବିବାଦ କାରଣରୁ ହତ୍ୟା ହୋଇଥିବା ଅନୁମାନ କରାଯାଉଛି । ମୃତଦେହକୁ ଜଳାଇବାକୁ ଯେଉଁମାନେ ସହଯୋଗ କରିଛନ୍ତି ତାଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସଏଫଏଲ ଟିମ୍ ତଦନ୍ତ କରୁଛି ।

ଅଧିକ ପଢନ୍ତୁ...ଯୌତୁକରେ ମିଳିଲାନି ଫ୍ରିଜ୍‌-କୁଲର, ରାଗରେ ସ୍ତ୍ରୀର ଚୁଟି କାଟିଦେଲେ ସ୍ୱାମୀ

ତଦନ୍ତ ଜାରି- ଘଟଣା ନେଇ ସୂଚନା ମିଳିବା ପରେ ଡିଏସପି ନିଶିକାନ୍ତ ଭାରତୀ, ଇନସପେକ୍ଟର ନୀରଜ କୁମାର ବର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ । ଏସଏଫଏସ ଟିମ୍ ହତ୍ୟାରେ ବ୍ୟବହୃତ କୋଦାଳ ଜବତ କରିଛି । ଏହା ସହିତ ପଡ଼ିଥିବା ରକ୍ତ ଛିଡାରୁ ନମୂନା ସଂଗ୍ରହ କରିଛି । ଅଭିଯୁକ୍ତ ସ୍ୱାମୀ ରତିଲାଲ ଦିଲ୍ଲୀରେ ଏକ ବେସରକାରୀ କମ୍ପାନୀରେ କାମ କରୁଥିଲେ । ହତ୍ୟା ଘଟଣା ପରେ ପୁଅକୁ ଘରେ ଲୁଚାଇ ରଖିଥିଲେ । ପୋଲିସ ପୁଅକୁ ଉଦ୍ଧାର କରିଛି । କେଉଁ ପରିସ୍ଥିତି ହତ୍ୟାକାଣ୍ଡ ଘଟିଲା ତାର ତଦନ୍ତ ଜାରି ରିଖିଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.