ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ନୃଶଂସ ସ୍ୱାମୀର ନାରକୀୟ କାଣ୍ଡ; ସ୍ତ୍ରୀକୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା ଅଭିଯୋଗ

Published By : Harapriya Sethi | July 27, 2025 10:12 AM

କସିଆ, ୨୭/୦୭: ଭଦ୍ରକ ଜିଲ୍ଲା କସିଆ ସାମୁଦ୍ରିକ ଥାନା ପାରାପୋଖରୀ ଗାଁରେ ଅଭାବନୀୟ ଘଟଣା । ଶନିବାର ମଧ୍ୟରାତ୍ରରେ ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତ ମହିଳା ଗୋପୀନାଥ ଜେନାଙ୍କ ସ୍ତ୍ରୀ ଗୁରୁବାରୀ (୪୦ ବର୍ଷ)ବୋଲି ଜଣାପଡିଛି। 

ସୂଚନା ମୁତାବକ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ହେଲେ ଶନିବାର ରାତିରେ କୌଣସି କାରଣରୁ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ମୁଣ୍ଡ ଓ ମୁହଁରେ ଆଘାତ କରି ଫେରାର ହୋଇଯାଇଥିଲା ସ୍ୱାମୀ । ପୁଅ ବଳରାମ ସକାଳେ ମାଆ ମରିଯାଇଥିବା ଦେଖି ପରିବାରର ଅନ୍ୟ ସଦସ୍ୟଙ୍କୁ ଖବର କରିଥିଲେ। ସୂଚନା ପାଇଁ ପାଇ ଥାନାଧିକାରୀ ସାବିତ୍ରୀ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.