ଅନୁଗୁଳ, ୨୩।୧୦ : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ। ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ହେଲେ ସିଦ୍ଧାନ୍ତ ଭଞ୍ଜଙ୍କ ସ୍ତ୍ରୀ ମୀନାକ୍ଷି ଭଞ୍ଜ। ଅଭିଯୁକ୍ତ ସ୍ଵାମୀ ଫେରାର ଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

ସୂଚନା ମୁତାବକ, ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଗାଁର ସିଦ୍ଧାନ୍ତ ଭଞ୍ଜ ମୀନାକ୍ଷୀଙ୍କୁ ପ୍ରେମ ବିବାହ କରିଥିଲା। ବିବାହ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ଗତକାଲି କୌଣସି ବିଷୟକୁ ନେଇ ଦୁହିଁଙ୍କ ମଧ୍ୟରେ ଜୋରଦାର୍ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସିଦ୍ଧାନ୍ତ ମୀନାକ୍ଷୀଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଦେହରେ କ୍ଷତ ଚିହ୍ନ ରହିଛି। ଖବର ପାଇ ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସିଦ୍ଧାନ୍ତ ଫେରାର୍ ହୋଇଯାଇଛି ।