ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନିଶାସକ୍ତର ନାରକୀୟ କାଣ୍ଡ, ୫ ମାସର ପୁତୁରାକୁ ହାଣି ହତ୍ୟା

Published By : Harapriya Sethi | October 16, 2024 9:29 AM

ପୁରୀ/ବ୍ରହ୍ମଗିରି,୧୬/୧୦: କୁସୁବେଣ୍ଟି ଗାଁରେ ଘଟିଛି ଅଭାବନୀୟ ଘଟଣା। ଶ୍ବଶୁର ଘରେ ନାରକୀୟ କାଣ୍ଡ ଘଟାଇଲା ନିଶାଶକ୍ତ ଜ୍ବାଇଁ । ଦେଢଶାଶୁଙ୍କ ୫ ମାସର ପୁତ୍ର ସନ୍ତାନକୁ ହାଣି ହତ୍ୟା କଲା। ଏପରିକି ସ୍ତ୍ରୀକୁ ମଧ୍ୟ ବିଭତ୍ସ ଭାବେ ହାଣି ଲହୁଲୁହାଣ କଲା। ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ ଓରଫ କାଳୁକୁ ଗାଁ ଲୋକେ କାବୁ କରିବା ପରେ ବ୍ରହ୍ମଗିରି ପୋଲିସ ତାକୁ ଉଠାଇ ନେଇଛି । ଗୁଣ୍ଡିଚା ପ୍ରଧାନର ସ୍ତ୍ରୀ ବିଳାସିନୀ ପ୍ରଧାନ (୨୫) ବୋଲି ଜଣାପଡ଼ିଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ କୁସୁବେଣ୍ଟି ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଦୁଇ ବର୍ଷ ହେବ ଶ୍ୱଶୁର ଘରେ ଶ୍ୱଶୁର ଘରେ ଘର ଜ୍ଵାଇଁ ହୋଇ ରହୁଥିଲା କାଳୁ । ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଆସିବାବେଳେ ବାରଣ କରିଥଲେ ପତ୍ନୀ ବିଳାସିନୀ । ନିଶାରେ ଥିବାରୁ ବାହାରେ ଶୋଇବାକୁ କହିଥିଲେ । ଏତିକିରେ କାଳୁ ଉତ୍ୟକ୍ତ ହୋଇ ସକାଳେ ଘରେ ପଶି କବାଟ କିଳିଥିଲା । ପତ୍ନୀଙ୍କୁ ନିସ୍ତୁକ ପିଟିଥିଲା । ବାହାରେ କୁମାର ପୂର୍ଣ୍ଣିମା ପାଇଁ ଓଷା ପୂଜା ଚାଲିଥିଲା । ଏହି କାରଣରୁ ଘର ଭିତରେ ବିଳାସିନୀଙ୍କ ଚିତ୍କାର ଓ ପାଖରେ ଥିବା ଶିଶୁ ପୁତୁରା କାନ୍ଦ କେହି ଶୁଣିପାରୁନଥିଲେ । କିଛି ସମୟ ପରେ ଚିତ୍କାର ଶୁଣି ପରିବାର ଓ ଗାଁ ଲୋକେ କବାଟ ଖୋଲିବାକୁ ନେହୁରା ହୋଇଥିଲେ । ହେଲେ କବାଟ ଖୋଲିଲେ ଦୁଇ ଜଣଙ୍କ ମୁଣ୍ଡ ଗଡ଼ାଇ ଦେବ ବୋଲି ଧମକ ଦେଇଥିଲା କାଳୁ । ଏହାପରେ ଅସହ୍ୟ ଚିତ୍କାର ଶୁଣି ଲୋକେ କବାଟ ଭାଙ୍ଗି ଦେଇଥିଲେ । ଏତିକି ଭିତରେ ଶିଶୁ ମୁଣ୍ଡକୁ ଗଭୀର ଭାବେ ହାଣି ଦେଇଥିଲା କାଳୁ । ବିଳାସିନୀଙ୍କ ମୁଣ୍ଡ ଆଉ ହାତକୁ ହାଣି ତଳେ ଗଡ଼ାଇ ଦେଇଥିଲା । ରକ୍ତଭିଜା କଟୁରି ଧରି କାଳୁ ଅନ୍ୟମାନଙ୍କୁ ବି ହାଣିବାକୁ ଉଦ୍ୟମ କରିଥିଲା । ଗାଁ ଲୋକେ ତାକୁ କୌଶଳ କ୍ରମେ କାବୁ କରି ବାନ୍ଧି ଦେଇଥିଲେ । ଏହା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତାକୁ ଥାନାକୁ ନେଇଥିଲା । 

ଅନ୍ୟପଟେ ଉଭୟ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଶିଶୁ ପୁତୁରାକୁ ଡାକ୍ତର ଚିକିତ୍ସା କରୁଥିବାବେଳେ ସେଠାରେ ସେ ପ୍ରାଣ ହରାଇଥଇଲା । ମୃତ ୫ମାସର ଶିଶୁ ପୁତୁରାକୁ ବ୍ୟବଚ୍ଛେଦ ଗୃହରେ ଭର୍ତ୍ତି କରାଯାଇଛି । ପତ୍ନୀ ବିଳାସିନୀ ପ୍ରଧାନ (୨୫)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ପାରେ କଟକ ସ୍ଥାନାନ୍ତର କରାଯାଇଛି। ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.