ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ନିଜର ଅଶ୍ଳୀଳ ଭିଡିଓକୁ ଲାଇଭ ଷ୍ଟ୍ରିମିଂରେ ବିକୁଥିଲେ ଦମ୍ପତି, ଘରେ ଚଢ଼ଉ କରି ବାନ୍ଧିଲା ପୁଲିସ

Published By : Prameya | June 28, 2025 10:52 AM

ହାଇଦ୍ରାବାଦ,୨୮/୦୬: ନିଜ ଶାରୀରିକ ସମ୍ପର୍କର ଲାଇଭ ଷ୍ଟ୍ରିମିଂ କରିବା ଏବଂ  ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାକୁ ଅନ୍‌ଲାଇନରେ  ବିକ୍ରି କରିବା ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି । 

ପୁଲିସ କହିଛି  କି ଏହି ଦମ୍ପତିଙ୍କର ଟଙ୍କା ଦରକାର ଥିଲା । ସେମାନଙ୍କର ଦୁଇ ଝିଅଙ୍କ କଲେଜ ଫି ଦେବାକୁ  ଟଙ୍କା ନଥିବାରୁ ସେମାନେ ମୋବାଇଲ ଆପ୍‌  ଜରିଆରେ ଅଶ୍ଳୀଳ ଭିଡିଓ ବ୍ରିକି କରିବା ଆରମ୍ଭ  କରିଥିଲେ । ସେମାନେ ଏଚ୍‌ଡି କ୍ୟାମେରାରେ ନିଜର ଶାରୀରିକ ସମ୍ପର୍କର ଭିଡିଓ ପ୍ରସ୍ତୁତି  କରି ତାକୁ ଆପ୍‌ ଜରିଆରେ ବିକ୍ରି କରୁଥିଲେ ।  ଲାଇଭ୍‌ ଷ୍ଟ୍ରିମିଂ ପାଇଁ ୨ ହଜାର ଟଙ୍କା ଏବଂ  ଅଶ୍ଳୀଳ ଭିଡିଓ ପାଇଁ ସେମାନଙ୍କୁ ୫୦୦ ଟଙ୍କା ମିଳୁଥିଲା । ତେବେ ସେମାନଙ୍କୁ ଯେଭଳି କେହି ଜାଣି ନ ପାରିବେ ସେଥିପାଇଁ ସେମାନେ ମୁହଁରେ ମାସ୍କ ଲଗାଉଥିଲେ । 

ଗିରଫ ଦମ୍ପତି ହାଇଦ୍ରାବାଦର ଅମ୍ବରପେଟ ଅନ୍ତର୍ଗତ ମଲିକାର୍ଜୁନ ନଗରରେ ରୁହନ୍ତି ।  ସ୍ୱାମୀ ଅଟୋରିକ୍ସା ଚଳାଉଥିବା ବେଳେ  ଅଧିକାଂଶ ସମୟ ଦେହ ଖରାପ ହୋଇଥାଏ । ସେ ନିଜର ମେଡିକାଲ ଖର୍ଚ୍ଚ ମଧ୍ୟ ଉଠାଇ ପାରିନଥାନ୍ତି । ସେମାନଙ୍କର ବଡଝିଅ ବି.ଟେକ  ଦ୍ୱିତୀୟ ବର୍ଷରେ ପଢ଼ୁଥିବା ବେଳେ ସାନଝିଅ ନିକଟରେ ଦ୍ୱାଦଶ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ପରେ କଲେଜରେ ନାମ ଲେଖାଇବାକୁ ପ୍ରସ୍ତୁତି  ହେଉଛନ୍ତି । ତେବେ ଇଷ୍ଟ ଜୋନ୍‌ ପୁଲିସ ଟାସ୍କ ଫୋର୍ସକୁ ଏହି ଦମ୍ପତିଙ୍କ ଅଶ୍ଳୀଳ ଭିଡିଓ ବିକ୍ରି  ନେଇ ଗୁପ୍ତ ସୂଚନା ମିଳିଥିଲା । ତେଣୁ ଗୁରୁବାର ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ସେମାନଙ୍କ ଘରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଉକ୍ତ ଘରୁ ଏଚ୍‌ଡି କ୍ୟାମେରା, ରେଡର୍କିଂ ଉପକରଣ  ସମେତ ଅନ୍ୟାନ୍ୟ କେତେକ ସାମଗ୍ରୀ ଜବତ କରାଯାଇଛି । ପୁଲିସ ଆଇଟି ଆଇନ ଅନୁସାରେ ଏକ ମାମଲା ରୁଜୁ କରିବା ସହ ଦମ୍ପତିଙ୍କୁ ଗିରଫ କରିଛି । ସେହିଭଳି ଉକ୍ତ ଭିଡିଓ  କିଣିଥିବା ଯୁବକମାନଙ୍କୁ ଚିହ୍ନଟ କରିବା ଲାଗି  ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତଙ୍କୁ ନୋଟିସ  ମଧ୍ୟ ପଠାଯିବ। ସେମାନଙ୍କ ଭୂମିକା ସମ୍ପର୍କରେ  ତଦନ୍ତ ମଧ୍ୟ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.