ହାଇଦ୍ରାବାଦ,୨୮/୦୬: ନିଜ ଶାରୀରିକ ସମ୍ପର୍କର ଲାଇଭ ଷ୍ଟ୍ରିମିଂ କରିବା ଏବଂ  ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାକୁ ଅନ୍‌ଲାଇନରେ  ବିକ୍ରି କରିବା ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି । 

ପୁଲିସ କହିଛି  କି ଏହି ଦମ୍ପତିଙ୍କର ଟଙ୍କା ଦରକାର ଥିଲା । ସେମାନଙ୍କର ଦୁଇ ଝିଅଙ୍କ କଲେଜ ଫି ଦେବାକୁ  ଟଙ୍କା ନଥିବାରୁ ସେମାନେ ମୋବାଇଲ ଆପ୍‌  ଜରିଆରେ ଅଶ୍ଳୀଳ ଭିଡିଓ ବ୍ରିକି କରିବା ଆରମ୍ଭ  କରିଥିଲେ । ସେମାନେ ଏଚ୍‌ଡି କ୍ୟାମେରାରେ ନିଜର ଶାରୀରିକ ସମ୍ପର୍କର ଭିଡିଓ ପ୍ରସ୍ତୁତି  କରି ତାକୁ ଆପ୍‌ ଜରିଆରେ ବିକ୍ରି କରୁଥିଲେ ।  ଲାଇଭ୍‌ ଷ୍ଟ୍ରିମିଂ ପାଇଁ ୨ ହଜାର ଟଙ୍କା ଏବଂ  ଅଶ୍ଳୀଳ ଭିଡିଓ ପାଇଁ ସେମାନଙ୍କୁ ୫୦୦ ଟଙ୍କା ମିଳୁଥିଲା । ତେବେ ସେମାନଙ୍କୁ ଯେଭଳି କେହି ଜାଣି ନ ପାରିବେ ସେଥିପାଇଁ ସେମାନେ ମୁହଁରେ ମାସ୍କ ଲଗାଉଥିଲେ । 

ଗିରଫ ଦମ୍ପତି ହାଇଦ୍ରାବାଦର ଅମ୍ବରପେଟ ଅନ୍ତର୍ଗତ ମଲିକାର୍ଜୁନ ନଗରରେ ରୁହନ୍ତି ।  ସ୍ୱାମୀ ଅଟୋରିକ୍ସା ଚଳାଉଥିବା ବେଳେ  ଅଧିକାଂଶ ସମୟ ଦେହ ଖରାପ ହୋଇଥାଏ । ସେ ନିଜର ମେଡିକାଲ ଖର୍ଚ୍ଚ ମଧ୍ୟ ଉଠାଇ ପାରିନଥାନ୍ତି । ସେମାନଙ୍କର ବଡଝିଅ ବି.ଟେକ  ଦ୍ୱିତୀୟ ବର୍ଷରେ ପଢ଼ୁଥିବା ବେଳେ ସାନଝିଅ ନିକଟରେ ଦ୍ୱାଦଶ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ପରେ କଲେଜରେ ନାମ ଲେଖାଇବାକୁ ପ୍ରସ୍ତୁତି  ହେଉଛନ୍ତି । ତେବେ ଇଷ୍ଟ ଜୋନ୍‌ ପୁଲିସ ଟାସ୍କ ଫୋର୍ସକୁ ଏହି ଦମ୍ପତିଙ୍କ ଅଶ୍ଳୀଳ ଭିଡିଓ ବିକ୍ରି  ନେଇ ଗୁପ୍ତ ସୂଚନା ମିଳିଥିଲା । ତେଣୁ ଗୁରୁବାର ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ସେମାନଙ୍କ ଘରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଉକ୍ତ ଘରୁ ଏଚ୍‌ଡି କ୍ୟାମେରା, ରେଡର୍କିଂ ଉପକରଣ  ସମେତ ଅନ୍ୟାନ୍ୟ କେତେକ ସାମଗ୍ରୀ ଜବତ କରାଯାଇଛି । ପୁଲିସ ଆଇଟି ଆଇନ ଅନୁସାରେ ଏକ ମାମଲା ରୁଜୁ କରିବା ସହ ଦମ୍ପତିଙ୍କୁ ଗିରଫ କରିଛି । ସେହିଭଳି ଉକ୍ତ ଭିଡିଓ  କିଣିଥିବା ଯୁବକମାନଙ୍କୁ ଚିହ୍ନଟ କରିବା ଲାଗି  ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତଙ୍କୁ ନୋଟିସ  ମଧ୍ୟ ପଠାଯିବ। ସେମାନଙ୍କ ଭୂମିକା ସମ୍ପର୍କରେ  ତଦନ୍ତ ମଧ୍ୟ କରାଯିବ ।