ଭୁବନେଶ୍ୱର,୨୫/୧୧: ଚଳିତ  ଆଇଏସ୍‌ଏଲ୍‌ରେ ସୋମବାର ଓଡ଼ିଶା ଏଫ୍‌ସି ଓ  ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ହାଇଦ୍ରାବାଦର ଘରୋଇ ଗ୍ରାଉଣ୍ଡ୍‌ ଗାଚିବୋଲି ଷ୍ଟାଡିୟମରେ  ଏହି ମ୍ୟାଚ୍‌ ଖେଳାଯିବ । ସନ୍ଧ୍ୟା ୭.୩୦ରୁ ମ୍ୟାଚ୍‌ ଆରମ୍ଭ  ହେବ । ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚ୍‌ ଡ୍ର’  ରଖିଥିଲେ । ଫଳରେ ସୋମବାରର ମ୍ୟାଚ୍‌ ଜରିଆରେ ବିଜୟକୁ ଫେରିବା ପାଇଁ ପ୍ରୟାସ କରିବେ । 

ଚଳିତ ସିଜନରେ ଓଡ଼ିଶା ଏଫ୍‌ସି ୮ଟି ମ୍ୟାଚ୍‌  ଖେଳି ୨ ବିଜୟ, ୩ ଡ୍ର’, ୩ ପରାଜୟ ସହ ମୋଟ  ୯ପଏଣ୍ଟ ପାଇ ତାଲିକାରେ ନବମ ସ୍ଥାନରେ ରହିଛି ।  ଅନ୍ୟ ପଟରେ ହାଇଦ୍ରାବାଦ ୭ଟି ମ୍ୟାଚ୍‌ରୁ ୨ଟି ବିଜୟ  ସହ ମୋଟ ୭ପଏଣ୍ଟ ପାଇ ୧୧ତମ ସ୍ଥାନରେ ରହିଛି ।  ଓଡ଼ିଶା ଏଫ୍‌ସି ଗତ ସିଜନରେ ହାଇଦ୍ରାବାଦକୁ ତା’ ନିଜ  ଗ୍ରାଉଣ୍ଡ୍‌ରେ ୩-୦ ଗୋଲ୍‌ରେ ପରାଜିତ କରିଥିଲା । ଏଥର  ମଧ୍ୟ ଦଳ ଅନୁରୂପ ପ୍ରଦର୍ଶନ ଦୋହରାଇବାକୁ ପ୍ରସ୍ତୁତ  ରହିଛି । ଆସନ୍ତାକାଲି ହାଇଦ୍ରାବାଦକୁ ହରାଇଲେ ଓଡ଼ିଶା  ପୂର୍ଣ୍ଣ ପଏଣ୍ଟ ସହ ତାଲିକାରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହେବ।