ପ୍ରମୂଖ ଖବର
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଫଳ ବିକ୍ରେତାଙ୍କ ଅଜବ ଚାର୍ଜ , ଗୋଟିଏ କଦଳୀକୁ ଏତେ ଟଙ୍କା ! ଭିଡ଼ିଓ ଭାଇରାଲ

Published By : Prameya | January 18, 2025 10:19 PM

ନୂଆଦିଲ୍ଲୀ : ଭାରତ ଭ୍ରମଣ କରିବା ପାଇଁ ସ୍କଟଲ୍ୟାଣ୍ଡରୁ ଆସି ଥିବା ବ୍ଲଗର ହ୍ୟୁଙ୍କୁ ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର ଅନୁଭବ ହୋଇଛି। ‘hugh.abroad’  ନାମରେ ଇନଷ୍ଟାଗ୍ରାମ୍‌ରେ ନିଜର ଯାତ୍ରାର ଅନୁଭବ ସେୟାର କରିଥିବା ବ୍ୟକ୍ତି ହ୍ୟୁ ଭାରତର ବିଭିନ୍ନ ସହର ଗୁଡ଼ିକରେ ବୁଲି ସେଠାର ସ୍ଥାନୀୟ ଖାଦ୍ୟ ବିଷୟରେ, ନିଜର ଫଲୋୟରଙ୍କ ସହ ସେୟାର କରିଥାନ୍ତି। କିନ୍ତୁ ହାଇଦ୍ରାବାଦରେ ତାଙ୍କର ଯାତ୍ରା ବେଳେ କିଛି ଏମିତି ହୋଇଛି, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।   

ହ୍ୟୁ ଯେବେ ହାଇଦ୍ରାବାଦର ଏକ ରାସ୍ତାରେ ଯାଉ ଥିଲେ, ତ ତାଙ୍କର ନଜର ଜଣେ ଫଳ ବିକ୍ରେତା ଉପରେ ପଡ଼ିଲା। ତାଜା ଫଳରେ ଭରା ଗାଡ଼ି ପାଖରେ ପହଞ୍ଚି ସେ କଦଳୀର ଦାମ୍‌ ପଚାରିଲେ। ଫଳ ବିକ୍ରେତା ଜବାବ ଦେଲେ , ଗୋଟିଏ କଦଳୀକୁ ୧୦୦ଟଙ୍କା। ଏହା ଶୁଣି ହ୍ୟୁ ପ୍ରଥମେ ତ ଆଶ୍ଚର୍ଯ୍ୟ ହୋଇ ଗଲେ। ତାଙ୍କୁ ଲାଗିଲା କି, ବୋଧହୁଏ କୌଣସି ଭ୍ରମରେ ପଡ଼ି ଯାଇଛନ୍ତି। ସେ ଫଳ ବିକ୍ରେତାଙ୍କୁ ପୁଣି ପଚାରିଲେ କି ସେ କେବଳ ଗୋଟିଏ କଦଳୀ ଦାମ୍ ପଚାରୁଛନ୍ତି, କିନ୍ତୁ ଫଳ ବିକ୍ରେତାଙ୍କ ଜବାବ ପୂର୍ବ ଭଳି ଥିଲା, ୧୦୦ ଟଙ୍କାରେ ଗୋଟିଏ କଦଳୀ। 

ହ୍ୟୁ ଏହି ମହଙ୍ଗା ଚୁକ୍ତି କରିବାକୁ ମନା କରି ଦେଲେ ଏବଂ ଆଗକୁ ଚାଲିଗଲେ। ପରେ ସେ ଏହି ପୂରା ଅନୁଭବର ଏକ ଭିଡ଼ିଓ ନିଜର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଭିଡ଼ିଓରେ ହ୍ୟୁ ନିଜର ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି, ବ୍ରିଟେନରେ ଏହି ଦାମ୍‌ ଉପରେ ୮ କିଲୋ କିଣି ପାରିବି। ବୁଝି ପାରୁନି ଏଠାରେ କଦଳୀ ଏବେ ମହଙ୍ଗା କେମିତି ହୋଇ ପାରେ ?


ଏହି ଭିଡ଼ିଓ ସାମନାକୁ ଆସିବା କ୍ଷଣି ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟାର ବନ୍ୟା ଛୁଟିଛି। ଅନେକ ଲୋକ ହ୍ୟୁଙ୍କୁ କ୍ଷମା ମାଗି କହିଛନ୍ତି, ବୋଧହୁଏ ତାଙ୍କୁ ବିଦେଶୀ ଭାବି ଅଧିକ ଦାମ୍‌ ମାଗି ଥିବେ। ଜଣେ ୟୁଜର ଲେଖିଛନ୍ତି, ଆପଣଙ୍କ ସହ ଏମିତି ହୋଇଛି, ଶୁଣି ବହୁତ ଦୁଃଖିତ। କିଛି ଲୋକ ଏହାକୁ ଭାରତରେ କିଛି ବେପାରୀଙ୍କ ଓଭରଚାର୍ଜିଂର ସମସ୍ୟା ସହ ଯୋଡ଼ିଛନ୍ତି।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.