ମହାରାଷ୍ଟ୍ର ୨୯/୦୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପୁଣେର ବାରାମତୀ ଅଞ୍ଚଳରେ ବିମାନ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଏକ ଜନସଭା ପାଇଁ ମୁମ୍ବାଇରୁ ବାରାମତୀ ଯାଉଥିଲେ। ଦୁର୍ଘଟଣା ପରେ ଚିକିତ୍ସା ପାଇଁ ତାଙ୍କୁ ବାରାମତୀ ହସ୍ପିଟାଲକୁ ଅଣାଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ଅଜିତଙ୍କ ଦେହାନ୍ତ ଏନସିପି ପାଇଁ ଏକ ବଡ଼ କ୍ଷତି ହୋଇଛି। ଗତ କିଛି ବର୍ଷର ବିବାଦ, ଅଭିଯୋଗ ଏବଂ ନିର୍ବାଚନ ବିଫଳତାକୁ ନେଇ ସେ ଚିନ୍ତାରେ ଥିଲେ। କିଛି ଦିନ ପୂର୍ବରୁ ସେ ତାଙ୍କ ବନ୍ଧୁ କିରଣ ଗୁଜରଙ୍କ ସହ ତାଙ୍କ ଭାବନା ପ୍ରକାଶ କରିଥିଲେ। ସେ କହିଥିଲେ, ‘ଏବେ ମୋତେ ଏସବୁ ଦରକାର ନାହିଁ, ମୁଁ ଥକିଯାଇଛି।‘
ଏକ ରିପୋର୍ଟ ଅନୁଯାୟୀ, ଅଜିତ ମୂଳରୁ ମନ୍ଦିର ଯିବାକୁ ପସନ୍ଦ କରନ୍ତି ନାହିଁ। ଭଗବାନଙ୍କ ପ୍ରତି ତାଙ୍କର ବିଚାର ଭିନ୍ନ ଥିଲା। କିନ୍ତୁ ଏବେ ସେ ଧିରେ ଧିରେ ବଦଳୁଥିବାର କିରଣ ଗୁଜର ଲକ୍ଷ କରିଥିଲେ। ନିକଟରେ କିରଣ ଯେବେ ଅଜିତଙ୍କୁ ଭେଟିଥିଲେ ସେତେବେଳେ ସେ ତାଙ୍କର ଭାବନା ପ୍ରକାଶ କରିଥିଲେ। ସେ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା କହିଥିଲେ।
ଆହୁରି ପଢ଼ନ୍ତୁ...ଅଜିତ୍ ପାଓ୍ୱାରଙ୍କ ଆଜି ହେବ ଶେଷକୃତ୍ୟ, ମହାରାଷ୍ଟ୍ରରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ଏକ ଇଣ୍ଟରଭ୍ୟୁରେ କିରଣ କହିଛନ୍ତି, “ଅଜିତ ପାୱାର ଏବଂ ମୋର ପାଞ୍ଚ ଦିନ ପୂର୍ବରୁ କଥା ହୋଇଥିଲେ। ସେ ମୋତେ କହିଲେ ସେ ବିରକ୍ତି ହେଉଛନ୍ତି, ଚାଲ ଦୁଇଜଣ ବାହାରକୁ ଯିବା। ଆମେ ଦୁଇଜଣ ବାହରକୁ ଗଲୁ। ଅଧା ଦିନ ଆମେ ବୁଲିଲୁ ଡିନର କଲୁ। ତାହା ଅଜିତଙ୍କ ସହ ମୋର ଶେଷ ଖାଇବା ଥିଲା। ସେହି ସମୟରେ ଅଜିତଦାଦା କହିଲେ କି ମୋତେ କିଛି ଦରକାର ନାହିଁ। ମୁଁ ଏବେ ବିରକ୍ତି ହୋଇଗଲିଣି। ଏସବୁ କଥା ମୋତେ ବହୁତ ଚିନ୍ତାରେ ପକାଉଛି। ମୁଁ ବୁଝିପାରୁନି କି ଅଜିତଦାଦା କାହିଁକି ଏମିତି କହୁଥିଲେ।“