ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

'ପ୍ରତ୍ୟକ୍ଷ ନିର୍ବାଚନ ଆଉ ଲଢିବିନି, ଏବେ ଯୁବପୀଢିଙ୍କୁ ସୁଯୋଗ ଦେବି'

Published By : Rasmita Pradhan | July 12, 2025 11:08 AM

ସମ୍ବଲପୁର, ୧୨/୦୭ : ମନ୍ତ୍ରୀ ଜୁଏଲ ଓରାମଙ୍କ ବଡ଼ ଘୋଷଣା। ଆଉ ନିର୍ବାଚନ ଲଢିବେନି ସୁନ୍ଦରଗଡ଼ ସାଂସଦ। ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲ୍‌ଙ୍କ ବୟାନ। ସେ କହିଛନ୍ତି, '୧୦ ଥର ନିର୍ବାଚନ ଜିତିଲିଣି। ୮ ଥର ଏମପି ଓ ୨ ଥର ବିଧାୟକ ହେଲିଣି। ଦଳରେ ରହି ଦଳ ପାଇଁ କାମ କରିବି। ସଙ୍ଗଠନକୁ ସୁଦୃଢ କରିବି। ଦଳ ଚାହିଁଲେ ରାଜ୍ୟସଭାକୁ ପଠାଇଲେ ଯିବି। ଯୁବପୀଢିଙ୍କୁ ସୁଯୋଗ ଦେବି। ଗତ ନିର୍ବାଚନ ବେଳେ ଘୋଷଣା କରିଛି MP, MLA ପାଇଁ ଲଢିବି ନାହିଁ। ମୋ ଜୀବନରେ ପଶ୍ଚାତାପ ବୋଲି କିଛି ଆସିବ ନାହିଁ। ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ, ଦିଆଯାଇଥିବା ଦାୟିତ୍ଵ ଠିକ୍‌ରେ ନିର୍ବାହ କରିଛି। '

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ୧୯୯୮ରେ ପ୍ରଥମ କରି ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ଦ୍ୱାରା ନୂଆକରି ଗଢ଼ା ଯାଇଥିବା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ୨୦୦୪ରେ ସେ ତୃତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ହାରିଯାଇଥିଲେ। ୨୦୧୪, ୨୦୧୯ ଏବଂ ୨୦୨୪ରେ ସେ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ଜୁଏଲ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଲୋକସଭା ଆସନରୁ କ୍ରମାଗତ ବିଜୟୀ ହୋଇଆସୁଥିବା ଜୁଏଲଙ୍କୁ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ମନ୍ତ୍ରୀ ପଦ ମିଳି ନଥିଲା। ସେହି ସମୟରେ ଅର୍ଜୁନ ମୁଣ୍ଡାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। ୫ ବର୍ଷ ପରେ ଜୁଏଲଙ୍କୁ ପୁଣି ସୁଯୋଗ ମିଳିଛି। ସେ ତାଙ୍କର ପୁରୁଣା ମନ୍ତ୍ରଣାଳୟ ଆଦିବାସୀ ବ୍ୟାପାର ପାଇଛନ୍ତି।


 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.