ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

'ମୋ ବିରୋଧରେ ଅଭିଯୋଗ ନାହିଁ, କାହିଁକି ଚଢାଉ ହେଲା' : IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା

Published By : Rasmita Pradhan | February 18, 2025 1:33 PM

ଭୁବନେଶ୍ଵର, ୧୮/୦୨ : ସିବିଆଇ ରେଡ୍ ପ୍ରତିବାଦରେ ଇସ୍ତଫା ଦେଲେ IAS ବିଷ୍ଣୁପଦ ସେଠୀ। ମୁଖ୍ୟ ଶାସନ ସଚିବଙ୍କୁ ପଠାଇଲେ ଇସ୍ତଫା ପତ୍ର । ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ୧୯୯୫ ବ୍ୟାଚର ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିରନ୍ତର ଓ ନିସ୍ୱାର୍ଥପର ସେବା ଯୋଗାଇଆସିଛି। କିନ୍ତୁ ଆଜି ହଠାତ୍ ମୋ ଘରେ ସିବିଆଇ ଚଢାଉ କରିବା ନିହାତି ଦୁର୍ଭାଗ୍ୟଜନକ। ଯାଞ୍ଚ ବ୍ୟୁରୋ ରେଡ୍ ତରିକା ଠିକ୍ ନଥିଲା । ବିନା FIRରେ କିପରି ମୋ ଘରେ ରେଡ୍ କରାଗଲା ? ଏସବୁ ଉଦ୍ଦେଶ୍ୟ ପ୍ରଣୋଦିତ । ଏସବୁରେ ଅତିଷ୍ଟ ହୋଇ ମୁଁ ଆଜି ମୋ ପଦରୁ ଇସ୍ତଫା ଦେଉଛି । ମୋ ପ୍ରତି ଅବିଚାର ହୋଇଛି। ଏଥିଯୋଗୁଁ ମୋର ମାନ ସମ୍ମାନ ହାନି ହୋଇଛି। 

ମଙ୍ଗଳବାର ସକାଳେ ସିବିଆଇର ୮ ଜଣିଆ ଟିମ୍ ବିଷ୍ଣୁପଦଙ୍କ ସରକାରୀ କ୍ଵାର୍ଟର୍ସରେ ରେଡ୍ କରୁଛି। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ତାଙ୍କ ସରକାରୀ ବାସଭବନରେ କେନ୍ଦ୍ରୀୟ ଟିମ୍ ଚଢାଉ କରୁଛି। ଆଉ ଏକ ଟିମ୍ ତାଙ୍କର ପୈତୃକ ଘରେ ରେଡ୍ କରୁଛି। ଯାହାପରେ ବିଷ୍ଣୁପଦ ସେଠୀ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି।


ସୂଚନାନୁଯାୟୀ, ଭୁବନେଶ୍ବରର ଏକ ହୋଟେଲ ନିକଟରେ କାର ଭିତରେ ଲାଞ୍ଚ କାରବାର ପାଇଁ ଡିଲ ଚାଲିଥିବା ବେଳେ ସିବିଆଇ ଚଢାଉ କରିଥିଲା। କାରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଅଭିଯୋଗରେ ବ୍ରିଜ୍ ଆଣ୍ଡ୍ ରୁଫ୍‌ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ  ‘ଆଦିତ୍ୟଦେବ ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ’  ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ କନ୍‌ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା । ଦେଢଶହ କୋଟିର ଏକ ଟେଣ୍ଡର ହାତେଇବାକୁ ଡିଲ ବେଳେ ଏମାନଙ୍କୁ ସିବିଆଇ ଧରିଥିଲା। ଏହି ଟେଣ୍ଡର ଘୋଟାଲାରେ ଲିଙ୍କ ଥିବା ଅଭିଯୋଗରେ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ କରିଥିଲା। ସିବିଆଇ ସମନ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ମୁକ୍ତ କରିଥିଲେ। ପ୍ରମୁଖ ଶାସନ ସଚିବ ପଦରୁ ଅବ୍ୟାହତି କରିଥିଲେ। ତାଙ୍କୁ ସବିଆଇ ପକ୍ଷରୁ ଡାକରା ଆସିଥିବାବେଳେ ସେ ହାଜର ହୋଇନଥିଲେ। ଏବେ ଖୋଦ୍ ସିବିଆଇ ତାଙ୍କ ଘରେ ରେଡ କରିଛି, କିନ୍ତୁ ସବୁ ଅଭିଯୋଗକୁ ଗଣମାଧ୍ୟମ ଆଗରେ ଖଣ୍ଡନ କରିଛନ୍ତି ବିଷ୍ଣୁପଦ ସେଠୀ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.