ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ଚାମ୍ପିୟନ୍ସ ଟ୍ରଫିକୁ ପାକିସ୍ତାନ ପଠାଯାଇଛି । ଆଉ ପାକିସ୍ତାନ ଏହି ଟ୍ରଫିକୁ ସାରା ଦେଶରେ ପରିକ୍ରମା କରିବାକୁ ଯୋଜନା କରିଥିଲା । ଏଥିରେ ପାକ୍ ଅଧୀକୃତ କାଶ୍ମୀର (ପିଓକେ)ର ୪ଟି ସ୍ଥାନରେ ଟ୍ରଫି ବୁଲାଇବାର ଯୋଜନା ହୋଇଥିଲା । ହେଲେ ଆଇସିସି ଏହାକୁ ରଦ୍ଦ କରିଛି ।
ପାକିସ୍ତାନ ଟ୍ରଫି ଟୁର୍ ନେଇ ବିଭିନ୍ନ ସ୍ଥାନର ନାଁ ଘୋଷଣା କରିଥିଲା । ଯେଉଁଥିରେ ପାକ୍ ଅଧିକୃତ କାଶ୍ମୀରର ୪ଟି ସ୍ଥାନ ସାକାର୍ଦୁ, ମୁରୀ, ହୁଞ୍ଜା ଓ ମୁଜାଫରାବାଦ ରହିଥିଲା । ହେଲେ ପାକିସ୍ତାନ ଟ୍ରଫି ଟୁର୍ ନେଇ ସ୍ଥାନର ସୂଚୀ ଜାରି କରିବା ପରେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଏହାକୁ ବିରୋଧ କରିଥିଲା। ବିସିସିଆଇର ବିରୋଧ ପରେ ଆଇସିସି ପିଓକେରେ ଟ୍ରଫି ଟୁର ହୋଇପାରିବ ନାହିଁ ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ନିର୍ଦ୍ଦେଶ ଦେଇଛି ।
Get ready, Pakistan!
— Pakistan Cricket (@TheRealPCB) November 14, 2024
The ICC Champions Trophy 2025 trophy tour kicks off in Islamabad on 16 November, also visiting scenic travel destinations like Skardu, Murree, Hunza and Muzaffarabad. Catch a glimpse of the trophy which Sarfaraz Ahmed lifted in 2017 at The Oval, from 16-24… pic.twitter.com/SmsV5uyzlL
ପାକିସ୍ତାନର ଏହି ଚାମ୍ପିୟନ୍ସ ଟ୍ରଫି ଟୁର ନଭେମ୍ବର ୧୬ରୁ ୨୪ ପର୍ଯ୍ୟନ୍ତ ହେବ । ପିଓକେରେ ଟ୍ରଫି ପରିକ୍ରମା ବାତିଲ ହୋଇଯିବା ପରେ ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନୂଆ ସ୍ଥାନ ସ୍ଥିର କରିବ । ୨୦୨୫ରେ ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ । ଏଥିପାଇଁ ପାକିସ୍ତାନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏସବୁ ଭିତରେ ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବର୍ତ୍ତମାନ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ ଭାରତୀୟ କ୍ରିକେଟ୍ ଟିମ୍ ପାକିସ୍ତାନ ଯିବ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ ।