ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ବାଂଲାଦେଶ- ନ୍ୟୁଜିଲାଣ୍ଡ ଲଢ଼େଇ, ‘କର ବା ମର’ ସ୍ଥିତିରେ ଶାନ୍ତୋ ବାହିନୀ

Published By : Prameya | February 24, 2025 8:23 AM

ରାୱଲପିଣ୍ଡି,୨୪/୦୨: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍‌ ପର୍ଯ୍ୟାୟ ମୁକାବିଲା। ଆଜି ବାଂଲାଦେଶ ଭେଟିବ ନ୍ୟୁଜିଲାଣ୍ଡ। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଭାରତଠୁ ପରାଜିତ ହୋଇଥିଲା । ତେଣୁ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି  ରହିବାକୁ ହେଲେ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ  ଶ୍ରେଷ୍ଠ ପ୍ରଦର୍ଶନ ଦେଇ ବିଜୟୀ ହେବାକୁ ପଡ଼ିବ । ନଚେତ ବିଦାୟ ନେବା ସୁନିଶ୍ଚିତ ହୋଇଯିବ ।  

ନ୍ୟୁଜିଲାଣ୍ଡ ଶ୍ରେଷ୍ଠ ଫର୍ମରେ ରହିଛି । ପ୍ରଥମ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନକୁ ପରାଜିତ କରିଥିଲା । ତେଣୁ ବାଂଲାଦେଶକୁ ପରାଜିତ କରି ଦଳ ସେମି ଫାଇନାଲରେ ସ୍ଥାନ ପକ୍କା କରିବାକୁ  ଲକ୍ଷ୍ୟ ରଖିଛି । ଶେଷ ଥର ଦିନିକିଆରେ ଦୁଇ  ଦଳ ୨୦୨୩ରେ ମୁହାଁମୁହିଁ ହୋଇଥିଲେ । ବାଂଲାଦେଶ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା । 

ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ ଟିମ୍ । ଦଳ ପକ୍ଷରୁ ୱିଲ ୟଙ୍ଗ୍‌ ଏବଂ ଟମ ଲାଥମ  ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ ।  ଫଳରେ ଦଳ ଘରୋଇ ଦଳକୁ ୬୦ ରନ୍‌ରେ  ପରାଜିତ କରିବାରେ ସଫଳ ହୋଇଥିଲା । ଦଳର ବୋଲିଂ ମଧ୍ୟ ସନ୍ତୁଳିତ ରହିଥିଲା । ମ୍ୟାଟ୍‌  ହେନରି, ୱିଲ ଓ’ରାଉର୍କେ ଓ ମିଚେଲ ସାଣ୍ଟନର  ଉନ୍ନତ ବୋଲିଂ କରିଥିଲେ । ସେହିଅନୁସାରେ ବାଂଲାଦେଶ ସେମିତି ପ୍ରଭାବୀ ପ୍ରଦର୍ଶନ ଭାରତ  ବିପକ୍ଷରେ ଦେଇ ପାରିନଥିଲା ।  

ଏହି ମ୍ୟାଚ୍‌ ଉପରେ ପାକିସ୍ତାନର ଶେଷ ଆଶା  ନିର୍ଭର କରୁଛି । ଯଦି ବାଂଲାଦେଶ ମ୍ୟାଚ ବିଜୟୀ  ହୁଏ, ତେବେ ଭାରତ-ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ- ପାକିସ୍ତାନ ମ୍ୟାଚର ଫଳାଫଳ ଉପରେ ଦ୍ୱିତୀୟ ଦଳର  ସେମି ଫାଇନାଲ ପ୍ରବେଶ ନିର୍ଭର କରିବ । ନ୍ୟୁଜିଲାଣ୍ଡ  ନେଟ୍‌ ରନରେଟ୍‌ରେ (୧.୨୦୦) ବହୁ ଆଗରେ  ରହିଥିବାବେଳେ ପାକିସ୍ତାନ ୨ଟି ମ୍ୟାଚ୍‌ ହାରିବା  ପରେ ସ୍ଥିତି ଅତି ସଙ୍ଗୀନ (-୧.୦୮୭) ରହିଛି।

ନ୍ୟୁଜିଲାଣ୍ଡ : ରଚିନ ରବିନ୍ଦ୍ର/ୱିଲ ୟଙ୍ଗ, ଡେଭନ କନୱେ, କେନ୍ ୱିଲିୟମସନ, ଡାରିଲ ମିଚେଲ, ଟମ ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ମାଟ୍ ହେନେରୀ, ଜାକବ ଡଫି, ୱିଲ ଓ' ରୁର୍କ ।

ବାଂଲାଦେଶତନଜିଦ ହାସାନ,  ସୌମ୍ୟ ସରକାର, ନଜମୁଲ ହୋସେନ  ଶାନ୍ତୋ(ଅଧିନାୟକ), ତୌହିଦ ହୃଦୟ,  ମୁସଫିକର ରହିମ, ଜାକର ଅଲ୍ଲୀ, ମେହଦି  ହାସାନ ମିରାଜ,ରିଶଦ ହୋସେନ, ଟସ୍କିନ  ଅହମ୍ମଦ, ତଜିମ ହସନ, ମୁସ୍ତାଫିଜୁର ରେହମାନ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.