ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କାହାକୁ ମିଳିବ ଚାନ୍ସ କିଏ ରହିବେ ବାଦ୍ ? ଚାମ୍ପିଅନ୍ସ ଟ୍ରଫି ପାଇଁ ଆଜି ଭାରତୀୟ ଦଳ ଘୋଷଣା

Published By : Ankita S | January 18, 2025 9:13 AM

ମୁମ୍ବାଇ,୧୮/୧ : କାହାକୁ ମିଳିବ ଚାନ୍ସ କିଏ ରହିବେ ବାଦ୍ । ରୋହିତ ଶର୍ମା ନେତୃତ୍ବ ନେବେ ନା ଅନ୍ୟ କିଏ ସବୁ ସସପେନ୍ସରୁ ପରଦା ହଟିବ । ଚାମ୍ପିଅନ୍ସ ଟ୍ରଫି ପାଇଁ କାହିଁକି ବିଳମ୍ବ ହେଉଛି ଭାରତୀୟ ଦଳ ଘୋଷଣା ଏହି ଚର୍ଚ୍ଚା ଆଲୋଚନାରେ ବ୍ରେକ ଲାଗିବ । ଆଜି (ଶନିବାର) ଚାମ୍ପିଅନ୍ସ  ଟ୍ରଫି ୨୦୨୫ ଓ ଆସନ୍ତା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବ । ଏ ନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ରୋହିତ ଶର୍ମା ଅଧିନାୟକ ରହିବ ବୋଲି ନିଶ୍ଚିନ୍ତ ହୋଇଥିଲେ ବି ଘୋଷଣାକୁ ଅପେକ୍ଷା ରହିଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀ କରି ଟିମ୍ ଘୋଷଣା କରିବେ ।

ଚାମ୍ପିଅନ୍ସ ଟ୍ରଫିରେ ଯଶପ୍ରତୀ ବୁମରା ଭାରତୀୟ ସ୍କ୍ବାର୍ଡରେ ସାମିଲ ହେବାକୁ ନେଇ ସସପେନ୍ସ ଜାରି ରହିଛି । ବର୍ଡର-ଗାଭାସ୍କର ଟ୍ରଫିରେ ପିଠି ଯନ୍ତ୍ରଣାରେ ଯୁଝୁଛନ୍ତି ଯଶପ୍ରୀତ୍ । ତେଣୁ ସେ ଚାମ୍ପିଅନ୍ସ ଟ୍ରଫି ଖେଳିବେ କି ନାହିଁ ଏହି ସସପେନ୍ସ ଦୂର କରିବେ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର । ରୋହିତ ଶର୍ମା ଉଭୟ ସିରିଜର ନେତୃତ୍ବ ନେବା ନିଶ୍ଚିନ୍ତ ହୋଇଛି । ଆଜି ରୋହିତ ଓ ଚନୟ କମିଟି ଅଧ୍ୟକ୍ଷ ଅଜିତ ଅଗରକର ମିଳିତ ଭାବେ ଦଳ ଘୋଷଣା କରିବେ । ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚରେ ରୋହିତ ଖେଳି ନଥିଲେ । ଅଧିନାୟକ ଥିବା ସତ୍ତ୍ବେ ଖରାପ ଫର୍ମ ଦର୍ଶାଇ ସେ ନିଜେ ଓହରି ଯାଇଥିଲେ । ଏହି ନିଷ୍ପତ୍ତିକୁ କିଛି ପ୍ରଶଂସା କରିଥିଲେ ସୁଦ୍ଧା କ୍ରିକେଟ ସମୀକ୍ଷକ ସମାଲୋଚନା କରିଥିଲେ । ଆଗାମୀ ଦିନରେ ତାଙ୍କୁ ଆଉ ଅଧିନାୟକ ଭାବେ ଦେଖିବାକୁ ମିଳିବ କି ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଜି ସବୁ ପ୍ରଶ୍ନର ଉତ୍ତର ଦେଇ ଚର୍ଚ୍ଚାର ଅନ୍ତ ଘଟାଇବ ବିସିସିଆଇ ।

ଅନ୍ୟପଟେ ବିଶ୍ବକପ ୨୦୨୩ରେ ହିରୋ ସାଜିଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଭାରତୀୟ ସ୍କ୍ବାର୍ଡକୁ ଫେରିବାର ସମ୍ଭାବନା ରହିଛି । ସୂର୍ଯ୍ୟକୁମାର ଯାଦବ ଓ ଶାର୍ଦ୍ଦୁଳ ଠାକୁର ବାଦ ପଡିପାରନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ମଧ୍ୟ ଭାରତୀୟ ଟିମ୍‌  ଘୋଷଣା ହେବ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ଦିନିକିଆ ସିରିଜକୁ ଭାରତ ଲାଗି ଏକ ଅଭ୍ୟାସ ମ୍ୟାଚ୍‌ ରୂ‌ପେ ଦେଖାଯାଉଛି । ତେଣୁ ଉଭୟ ଦିନିକିଆ ସିରିଜ୍‌ ଏବଂ ଚାମ୍ପିଆନ୍ସ ଟ୍ରଫି ଲାଗି ଘୋଷଣା ହେବାକୁ ଥିବା ଭାରତୀୟ ଟିମ୍‌ରେ ସାମଞ୍ଜସ୍ୟ ରହିବ ବୋଲି କୁହାଯାଉଛି ।

ଏହା ବି ପଢନ୍ତୁ...କଠୋର ହେଲା ବିସିସିଆଇ: ଭାରତୀୟ ଦଳ ପାଇଁ ୧୦ ନୂଆ ନିୟମ, ଉଲ୍ଲଂଘନ କଲେ ଫାଇନ୍


ଆସନ୍ତା ଫେବୃଆରୀ ୧୯ ତାରିଖରେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଫେବୃଆରୀ ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ ।  ଏହାପରେ ଫେବୃଆରୀ ୨୩ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ । ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ସହ ଗ୍ରୁପ୍‌-ଏରେ ରହିଛନ୍ତି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତୀୟ ଟିମ୍ ତାର ସବୁ ମ୍ୟାଚ ଖେଳିବ । ପ୍ରଥମ ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୪ ଓ ଦ୍ବିତୀୟ ସେମିଫାଇନାଲ ମାର୍ଚ୍ଚ ୮ ତାରିଖରେ ଖେଳାଯିବ । ମାର୍ଚ୍ଚ ୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.