ମୁମ୍ବାଇ,୧୭/୦୧: ଭାରତୀୟ ସିନିୟର ପୁରୁଷ ଦଳକୁ ଏକତ୍ରିତ, ଶୃଙ୍ଖଳିତ ଏବଂ ଏକ ସକରାତ୍ମକ ପରିବେଶ  ମଧ୍ୟରେ ରଖିବା ପାଇଁ ବିସିସିଆଇ ୧୦ଟି  ନୂଆ ନିୟମ ଆଣିବାକୁ ଯାଉଛି । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପରାମର୍ଶକ୍ରମେ ବିସିସିଆଇ ଏହି ନିର୍ଦ୍ଦେଶନାମା ଜାରି କରିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ ଖବର ପ୍ରକାଶ କରିଛି।

ଖେଳାଳିଙ୍କ  ପାଇଁ ପ୍ରଥମ ନିୟମ ରହିଛି ଘରୋଇ  କ୍ରିକେଟ୍‌ ଖେଳିବା ବାଧ୍ୟତାମୂଳକ । ଦ୍ୱିତୀୟ- ଦଳ ସହ ଖେଳାଳିମାନେ ଏକାଠି ଯାତ୍ରା କରିବେ । ପରିବାର  ସହ ସେମାନେ ସ୍ୱତନ୍ତ୍ର ଭାବେ ଯାତ୍ରା  କରିପାରିବେ ନାହିଁ । ତୃତୀୟ- ନିର୍ଦ୍ଧାରିତ  ଓଜନ ଠାରୁ ଅଧିକ ଓଜନର ବ୍ୟାଗ୍‌ ନେଇ  ପାରିବେ ନାହିଁ । ଚତୁର୍ଥ- ବ୍ୟକ୍ତିଗତ  ସହାୟକଙ୍କୁ ସାଙ୍ଗରେ ନେବା ବାରଣ,  

ପଞ୍ଚମ-ଟିମ୍‌ ମ୍ୟାନେଜମେଣ୍ଟ ସହ  ଯୋଗାଯୋଗ କରି ଖେଳ ସାମଗ୍ରୀକୁ  ବେଙ୍ଗାଲୁରୁ ଉତ୍କର୍ଷ କେନ୍ଦ୍ରକୁ ପଠାଇବା, ଷଷ୍ଠ-ଅଭ୍ୟାସ ଭେନ୍ୟୁକୁ ସହଳ ଏକାଠି  ହୋଇ ବାହାରିବା, ସପ୍ତମ-ଗସ୍ତ ସମୟରେ  ବିଜ୍ଞାପନ ସୁଟିଂ ଓ ବ୍ୟକ୍ତିଗତ ଭ୍ରମଣକୁ  ଅନୁମତି ନଦେବା, ଅଷ୍ଟମ-ପରିବାର  ଲୋକଙ୍କ ଗସ୍ତ ଉପରେ କଟକଣା,  ନବମ-ବିସିସିଆଇର ଅଫିସିଆଲ  ସୁଟିଂ ଓ କାର୍ଯ୍ୟକ୍ରମରେ ସାମିଲ ହେବା  ଏବଂ ସିରିଜ ଶେଷ ହେବା ପର୍ଯ୍ୟନ୍ତ ଖେଳାଳିମାନେ ଦଳ ସହ ରହିବେ ।