ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

କଠୋର ହେଲା ବିସିସିଆଇ: ଭାରତୀୟ ଦଳ ପାଇଁ ୧୦ ନୂଆ ନିୟମ, ଉଲ୍ଲଂଘନ କଲେ ଫାଇନ୍

Published By : Prameya | January 17, 2025 10:51 AM

Image source: Sportskeeda

ମୁମ୍ବାଇ,୧୭/୦୧: ଭାରତୀୟ ସିନିୟର ପୁରୁଷ ଦଳକୁ ଏକତ୍ରିତ, ଶୃଙ୍ଖଳିତ ଏବଂ ଏକ ସକରାତ୍ମକ ପରିବେଶ  ମଧ୍ୟରେ ରଖିବା ପାଇଁ ବିସିସିଆଇ ୧୦ଟି  ନୂଆ ନିୟମ ଆଣିବାକୁ ଯାଉଛି । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପରାମର୍ଶକ୍ରମେ ବିସିସିଆଇ ଏହି ନିର୍ଦ୍ଦେଶନାମା ଜାରି କରିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ ଖବର ପ୍ରକାଶ କରିଛି।

ଖେଳାଳିଙ୍କ  ପାଇଁ ପ୍ରଥମ ନିୟମ ରହିଛି ଘରୋଇ  କ୍ରିକେଟ୍‌ ଖେଳିବା ବାଧ୍ୟତାମୂଳକ । ଦ୍ୱିତୀୟ- ଦଳ ସହ ଖେଳାଳିମାନେ ଏକାଠି ଯାତ୍ରା କରିବେ । ପରିବାର  ସହ ସେମାନେ ସ୍ୱତନ୍ତ୍ର ଭାବେ ଯାତ୍ରା  କରିପାରିବେ ନାହିଁ । ତୃତୀୟ- ନିର୍ଦ୍ଧାରିତ  ଓଜନ ଠାରୁ ଅଧିକ ଓଜନର ବ୍ୟାଗ୍‌ ନେଇ  ପାରିବେ ନାହିଁ । ଚତୁର୍ଥ- ବ୍ୟକ୍ତିଗତ  ସହାୟକଙ୍କୁ ସାଙ୍ଗରେ ନେବା ବାରଣ,  

ପଞ୍ଚମ-ଟିମ୍‌ ମ୍ୟାନେଜମେଣ୍ଟ ସହ  ଯୋଗାଯୋଗ କରି ଖେଳ ସାମଗ୍ରୀକୁ  ବେଙ୍ଗାଲୁରୁ ଉତ୍କର୍ଷ କେନ୍ଦ୍ରକୁ ପଠାଇବା, ଷଷ୍ଠ-ଅଭ୍ୟାସ ଭେନ୍ୟୁକୁ ସହଳ ଏକାଠି  ହୋଇ ବାହାରିବା, ସପ୍ତମ-ଗସ୍ତ ସମୟରେ  ବିଜ୍ଞାପନ ସୁଟିଂ ଓ ବ୍ୟକ୍ତିଗତ ଭ୍ରମଣକୁ  ଅନୁମତି ନଦେବା, ଅଷ୍ଟମ-ପରିବାର  ଲୋକଙ୍କ ଗସ୍ତ ଉପରେ କଟକଣା,  ନବମ-ବିସିସିଆଇର ଅଫିସିଆଲ  ସୁଟିଂ ଓ କାର୍ଯ୍ୟକ୍ରମରେ ସାମିଲ ହେବା  ଏବଂ ସିରିଜ ଶେଷ ହେବା ପର୍ଯ୍ୟନ୍ତ ଖେଳାଳିମାନେ ଦଳ ସହ ରହିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.