ପ୍ରମୂଖ ଖବର
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆସନ୍ତା ୧୯ରୁ ଆଇସିସି ଚାମ୍ପିଅନ୍ସ ଟ୍ରଫି: ରୋହିତ ସେନାଙ୍କ ପାଖରେ ଆଉ ଏକ ଟ୍ରଫି ସୁଯୋଗ

Published By : Prameya | February 14, 2025 11:41 AM

ନୂଆଦିଲ୍ଲୀ,୧୪/୦୨: ଆସନ୍ତା ୧୯  ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଚାମ୍ପିଅନ୍ସ ଟ୍ରଫି ବା ମିନି ବିଶ୍ୱକପ୍‌ । ସମୟ ଯେମିତି ପାଖେଇ ଆସୁଛି ଉତ୍କଣ୍ଠା ସେତିକି  ବଢ଼ି ବଢ଼ି ଚାଲିଛି । ଇତିମଧ୍ୟରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ କ୍ଲିନ୍‌  ସୁଇପ୍‌ କରି ପ୍ରସ୍ତୁତି ଶେଷ କରିଛି । 

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ୍‌ରେ ରନର୍ସଅପ୍‌ ହୋଇଥିଲା । କିନ୍ତୁ ଟି-ଟ୍ୱେଣ୍ଟିରେ ଚାମ୍ପିଅନ  ହେବାର ଗୌରବ ଲାଭ କରିଥିଲା । ପୁଣି ରୋହିତ ସେନାଙ୍କ ପାଖରେ ଆଉ ଏକ  ଆଇସିସି ଟ୍ରଫି ଜିତିବାର ସୁଯୋଗ ରହିଛି ।  

ତିନି ମ୍ୟାଚ୍‌ ବିଶିଷ୍ଟ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଭାରତ ଚମତ୍କାର ପ୍ରଦର୍ଶନ  କରିଥିଲା । ଦଳରେ ପରୀକ୍ଷା ନିରୀକ୍ଷା ବି  ହୋଇଥିଲା । ରୋହିତ କଟକରେ ଶତକ ମାରି ଫର୍ମକୁ ଫେରିଥିଲେ । ସେମିତି ବିରାଟ କୋହଲି ଅହମ୍ମଦାବାଦରେ ଫର୍ମ ଫେରି  ପାଇଥିଲେ । ଶୁଭମନ ଗିଲ କଡ଼ା ଫର୍ମରେ  ରହିଛନ୍ତି। କ୍ରମାନ୍ୱୟରେ ୨ଟି ଅର୍ଦ୍ଧଶତକ  ପରେ ଶେଷରେ ଅହମ୍ମଦାବାଦରେ ସେ  ଶତକ ହାସଲ କରିଥିଲେ । ଶ୍ରେୟାସ ଆୟର  ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । 

ଯଶପ୍ରୀତ ବୁମରା ଆହତ ଥିବାରୁ ଚାମ୍ପିଅନ୍ସ ଟ୍ରଫି ଖେଳିବେ ନାହିଁ । ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ସର୍ବଦା ଭଲ କରି  ଆସିଛନ୍ତି । ତେଣୁ ତାଙ୍କ ଅନୁପସ୍ଥିତି ଅନୁଭବ  ହେବ । ବୁମରାଙ୍କ ଅନୁପସ୍ଥିତରେ ମହମ୍ମଦ  ସାମି, ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର  ପଟେଲ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ  ଏବଂ ବରୁଣ ଚକ୍ରବର୍ତ୍ତୀ ଦଳର ବୋଲିଂ ବିଭାଗ  ସମ୍ଭାଳିବେ । 

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ  ପାକିସ୍ତାନ ଗସ୍ତ ନକରି ନିରପେକ୍ଷ ଭେନ୍ୟୁ  ୟୁଏଇରେ ଖେଳିବ । ତେଣୁ ଆସନ୍ତା  ସପ୍ତାହରେ ଦଳ ୟୁଏଇ ଗସ୍ତ କରି ଅଭ୍ୟାସ  କରିବାର କାର୍ଯ୍ୟକ୍ରମ ରହିଛି । ଦୁବାଇ  ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦଳ ସମସ୍ତ  ମ୍ୟାଚ୍‌ ଖେଳିବ । 

ଗ୍ରୁପ୍‌ ଏ’ରେ ପାକିସ୍ତାନ, ନ୍ୟୁଜିଲାଣ୍ଡ,  ବାଂଲାଦେଶ ସହ ଭାରତ ସାମିଲ ରହିଛି । ୨୦  ତାରିଖରେ ବାଂଲାଦେଶ ବିପକ୍ଷରେ ଭାରତ  ଅଭିଯାନ ଆରମ୍ଭ କରିବ । ପରେ ୨୩ରେ  ପାକିସ୍ତାନକୁ ଏବଂ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ  ଭେଟିବ । ଯଦି ଭାରତ ସେମି ଫାଇନାଲ ଓ  ଫାଇନାଲକୁ ଉନ୍ନୀତ ହୁଏ ତେବେ ଏହି ମ୍ୟାଚ୍‌  ଗୁଡ଼ିକ ମଧ୍ୟ ଦୁବାଇରେ ଖେଳାଯିବ ।  

ଗ୍ରୁପ୍‌ ବି’ରେ ଆଫଗାନିସ୍ତାନ,  ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା  ରହିଛନ୍ତି । ଭାରତ ମ୍ୟାଚ୍‌କୁ ଛାଡ଼ି ଅବଶିଷ୍ଟ  ମ୍ୟାଚ୍‌ ଗୁଡ଼ିକ କରାଚି, ଲାହୋର ଏବଂ  ରାୱଲପିଣ୍ଡିରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ  ୮ଟି ଦଳ ଫାଇନାଲ ପର୍ଯ୍ୟନ୍ତ ମୋଟ୍‌ ୧୫ଟି  ମ୍ୟାଚ୍‌ ଖେଳିବ । ମାର୍ଚ୍ଚ ୯ ତାରିଖରେ  ଫାଇନାଲ ମ୍ୟାଚ୍‌ ଖେଳାଯିବ । 

୨୦୧୭ ପରଠୁ ଚାମ୍ପିଅନ୍ସ ଟ୍ରଫି  ଆୟୋଜନ ସ୍ଥଗିତ ରହିଥିଲା । ଶେଷ  ଥର ପାକିସ୍ତାନ ଫାଇନାଲରେ ଭାରତକୁ  ହରାଇ ପ୍ରଥମ ଟ୍ରଫି ଜିତିବାର ସୌଭାଗ୍ୟ  ପାଇଥିଲା । ଭାରତ (୨୦୦୨ ଓ ୨୦୧୩)  ଏବଂ ଅଷ୍ଟ୍ରେଲିଆ (୨୦୦୬, ୨୦୦୯)  ୨ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି ।  ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା,  ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ଥରେ ଲେଖାଏଁ  ଜିତିଛନ୍ତି । ଏଥର ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ  ଚାମ୍ପିଅନ୍ସ ଟ୍ରଫିକୁ ଯୋଗ୍ୟତା ହାସଲ  କରିପାରି ନାହାନ୍ତି । ଆଫଗାନିସ୍ତାନ ପ୍ରଥମ  ଥର ଯୋଗ୍ୟତା ହାସଲ କରିଛି ।

ମହିଳା ପ୍ରମିୟର ଲିଗ୍: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ଗୁଜୁରାଟ ଜାଏଣ୍ଟ୍‌ସ ମଧ୍ୟରେ ଉଦଘାଟନୀ ମୁକାବିଲା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.