ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଚାମ୍ପିଅନ୍ସ ଟ୍ରଫି ପାଇଁ ଦ.ଆଫ୍ରିକା ଦଳ ଘୋଷିତ, ସାଢ଼େ ୭ ମାସ ପରେ ସ୍କ୍ୱାର୍ଡକୁ ଫେରିଲେ ନର୍ଜ, ଏନ୍‌ଗିଡ଼ି

Published By : Prameya | January 14, 2025 11:07 AM

ଜୋହାନ୍ସବର୍ଗ,୧୪/୦୧: ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା ହୋଇଛି । ଆହତ ମୁକ୍ତ ହୋଇଥିବା ଦୁଇ ଅଭିଜ୍ଞ ପେସ୍‌ ବୋଲର ଆନରିଜ ନର୍ଜ ଓ ଲୁଙ୍ଗି ଏନ୍‌ଗିଡ଼ି ଦୀର୍ଘ ସାଢ଼େ ୭ ମାସ ପରେ ଦଳକୁ ଫେରିଛନ୍ତି । ଉଭୟଙ୍କ ପ୍ରତ୍ୟାବର୍ତ୍ତନ ବୋଲିଂ ବିଭାଗକୁ ଅଧିକ ସୁଦୃଢ଼ କରିଛି । ତେମ୍ବା ବଭୁମା ଦଳର ନେତୃତ୍ୱ  ନେବେ । 

ଗତ ୨୦୨୩ ଦିନିକିଆ ବିଶ୍ୱକପ୍‌ ଦଳରେ ସାମିଲ  ଥିବା ୧୦ଜଣ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି । ସେହିପରି  ୱିଆନ୍‌ ମୁଲ୍ଡର, ଟୋନି ଡି’ ଜର୍ଜି, ର‌୍ୟାନ୍‌ ରିକେଲଟନ୍‌  ପ୍ରଥମ କରି ଆଇସିସି ସିନିୟର ଟୁର୍ଣ୍ଣାମେଣ୍ଟରେ ଭାଗ  ନେବାକୁ ଯାଉଛନ୍ତି । ଅନ୍ୟ ପଟରେ ଆହତ ଥିବା ପେସ୍‌ ବୋଲର ଗେରାଲ୍ଡ କୋଏଜିଙ୍କ ସମେତ ଆଣ୍ଡିଲ ଫେଲୁକ୍ୱାୟୁ  ଓ ବାମ ହାତି ସ୍ପିନର ବିୟର୍ଣ୍ଣ ଫର୍ଟାନ ବାଦ୍‌ ପଡ଼ିଛନ୍ତି । 

ଚାମ୍ପିଅନ୍ସ ଟ୍ରଫି ଆଗାମୀ ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ଗ୍ରୁପ୍‌-ବି’ରେ ସ୍ଥାନ ପାଇଛି । ଆସନ୍ତା ୨୧ ତାରିଖରେ ଦଳ ଆଫଗାନିସ୍ତାନ ବିପକ୍ଷରେ  ଅଭିଯାନ ଆରମ୍ଭ କରିବ । ଏହାପରେ ଦଳ ୨୫ ତାରିଖରେ  ଅଷ୍ଟ୍ରେଲିଆକୁ ଏବଂ ମାର୍ଚ୍ଚ ୧ରେ ଇଂଲଣ୍ଡକୁ ସାମ୍ନା କରିବ । 

ଦକ୍ଷିଣ ଆଫ୍ରିକା ଦଳ: ତେମ୍ବା ବଭୁମା (ଅଧିନାୟକ),  ଟୋନି ଡି’ ଜର୍ଜି, ମାର୍କୋ ଜାନସେନ୍‌, ହେନରିକ୍‌ କ୍ଲାସେନ,  କେଶବ ମହାରାଜ, ଆଡେନ ମାରକ୍ରମ, ଡେଭିଡ୍‌  ମିଲର, ୱିଆନ୍‌ ମୁଲ୍ଡର, ଲୁଙ୍ଗି ଏନ୍‌ଗିଡ଼ି, ଆନରିଚ  ନର୍ଜ, କାଗିସୋ ରାବାଡ଼ା, ର‌୍ୟାନ୍‌ ରିକେଲଟନ୍‌, ତାବ୍ରେଜ ସାମ୍‌ସି, ଟ୍ରିଷ୍ଟନ ଷ୍ଟବ୍ସ, ରାସି ଭାନ୍‌ ଡର ଡୁସେନ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.