ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଏବେ ସବୁବେଳେ ଚାଲିବନି ବ୍ୟାଟରଙ୍କ ମନମାନୀ,ବୋଲରଙ୍କୁ ଏହି ସୁବିଧା ଦେବା ଉପରେ ବିଚାର କରୁଛି ଆଇସିସି

Published By : Harapriya Biswal | January 11, 2025 5:09 PM

ନୂଆଦିଲ୍ଲୀ,୧୧।୧: ସାଉଥ୍ ଆଫ୍ରିକାର ପୂର୍ବତନ କ୍ୟାପଟେନ୍ ସନ୍ ପୋଲକ୍ କହିଛନ୍ତି, ଆଇସିସି ଏବେ ବୋଲରଙ୍କୁ ଅଧିକ ସ୍ବାଧିନତା ଦେବା ଉପରେ କାମ କରୁଛି। କାରଣ ବୋଲରଙ୍କ ଓ୍ବାଇଡ୍‌ ବଲ୍ ଉପରେ ଥିବା ନିୟମ ଖୁବ୍ କଡା ରହିଛି। ଏହା ଉପରେ କିଛି ଛାଡ କରିବା ଦିଗରେ କାମ ଚାଲିଛି। ବିଶେଷ ଭାବରେ ସେତେବେଳେ ଯେତେବେଳେ ବ୍ୟାଟର ଶେଷ ମୁହୂର୍ତ୍ତରେ ମୁଭମେଣ୍ଟ କରନ୍ତି। ଓ୍ବାନଡେ ଓ ଟି-୨୦ରେ ବ୍ୟାଟର ବୋଲିଂର  ଲାଇନ୍ ଓ ଲେନ୍ଥକୁ ବିଗାଡିବା ପାଇଁ କ୍ରିଜ୍‌ରେ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଭମେଣ୍ଟ କରନ୍ତି। ଯାହାଫଳରେ ସବୁବେଳେ ବଲ୍ ଓ୍ବାଇଡ୍ ହୋଇଯାଏ।l ପୋଲକ୍ କହିଛନ୍ତି, ମୁଁ ଆଇସିସି କ୍ରିକେଟ କମିଟିର ସଦସ୍ୟ ରହିଛି। ଆମେ ଓ୍ବାଇଡ୍ ବଲ୍‌ରେ ବୋଲିଂ ପାଇଁ କିଛି ଛାଡ କରିବା ଉପରେ ବିଚାର କରୁଛୁ। ମୋତେ ଲାଗୁଛି ଏହାକୁ ନେଇ ନିୟମ ବୋଲରଙ୍କ ପ୍ରତି ବହୁତ କଡ଼ା ରହିଛି। 

ପୋଲକ କହିଛନ୍ତି, ଯଦି କୌଣସି ବ୍ୟାଟର ଶେଷ ମୁହୂର୍ତ୍ତରେ ମୁଭମେଣ୍ଟ କରନ୍ତି ତେବେ ତାହା ବୋଲରଙ୍କ ପାଇଁ ଆଦର୍ଶ ସ୍ଥିତି ନୁହେଁ। ମୋତେ ଲାଗୁଛି ଜଣେ ବୋଲର ନିଜ ରନ୍ ଅପ୍ ଆରମ୍ଭରୁ ଏହା ଜାଣିବା ଦରକାର ଯେ, ‌ସେ କେଉଁଠି ବୋଲିଂ କରିପାରିନ୍ତି। ବର୍ତ୍ତମାନର ନିୟମ ଅନୁସାରେ, ଯଦି ବୋଲର ବଲ୍ ପକାଇବା ପୂର୍ବରୁ ବ୍ୟାଟର ନିଜର ସ୍ଥାନ ବଦଳାଇ ଦିଅନ୍ତି ତେବେ ଏହାକୁ ଓ୍ବାଇଡ୍ ଦିଆଯାଏ। ମୁଁ ଏହି ନିୟମରେ ଅଳ୍ପ ପରିବର୍ତ୍ତନ କରିବାକୁ ଚାହିଁବି।’

ସେ କହିଛନ୍ତି, ମୁଁ ଚାହୁଁଛି ଯେ, ଜଣେ ବୋଲରକୁ ରନ୍‌ ଅଫ୍ ସମୟର ଜଣାରହିବା ଦରକାର ଯେ, ତାଙ୍କୁ କେବେ, କ’ଣ ଓ କିଭଳି ବୋଲିଂ କରିବାର ଅଛ। ଜଣେ ବୋଲରଠାରୁ ଏହି ଆଶା କରିହେବ ଯେ, ବୋଲିଂ କରିବାର ଶେଷ ସେକେଣ୍ଡରେ ନିଜ ରଣନୀତି ବଦଳାଇ ଦିଏ। ତାକୁ ପୂର୍ବରୁ ସ୍ପଷ୍ଟ ଭାବରେ ଜଣାରହିବା ଦରକାର ତାଙ୍କୁ କିଭଳି ବୋଲିଂ କରିବା ଦରକାର। ଏହି ମୁଖ୍ୟ ଦିଗ ଉପରେ ଆମେ ଚର୍ଚ୍ଚା କରୁଛୁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.