ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଚାମ୍ପିଅନ୍ସ ଟ୍ରଫି ପରେ ରୋହିତଙ୍କୁ ମିଳିଲା ବଡ଼ ଉପହାର, କୋହଲିଙ୍କୁ ଟପିଲେ ହିଟ୍‌ ମ୍ୟାନ୍‌

Published By : Tapas Panda | March 12, 2025 3:19 PM

Image Courtesy: indiatv

ମୁମ୍ବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବାଜିମାତ କରିବା ପରେ ଭାରତୀୟ ଖେଳାଳିଙ୍କ ରାଙ୍କିଂରେ ଉନ୍ନତ୍ତି ଆସିଛି । ଭାରତୀୟ ଟିମ୍‌ର ତାରକା ବ୍ୟାଟର ଏବଂ ଅଧିନାୟକ ରୋହିତ ଶର୍ମା ଫାଇନାଲ୍‌ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ଟ୍ରଫି ଜିତିବାରେ ପ୍ରମୁଖ ଭୂମିକା ନେଇଥିଲେ । ଏଥିପାଇଁ ତାଙ୍କୁ ମଧ୍ୟ ବଡ଼ ଉପହାର ମିଳିଛି । ଆଇସିସିର ସଦ୍ୟତମ ଦିନିକିଆ ରାଙ୍କିଂରେ ରୋହିତ ଶର୍ମା ୨ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । 

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ସ୍କୋର କରି ରୋହିତ ଶର୍ମା, ବିରାଟ କୋହଲି ଏବଂ ହେନରିକ୍‌ କ୍ଲାସେନଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତଙ୍କ ରେଟିଂ ବଢ଼ିବା ସହ ୭୫୬ରେ ପଏଞ୍ଚିଛି । ସେହିଭଳି କ୍ଲାସେନ ଗୋଟିଏ ସ୍ଥାନ ଖସି ଚତୁର୍ଥ ସ୍ଥାନରେ ପହଞ୍ଚିଥିବା ବେଳେ କୋହଲି ପଞ୍ଚମ ସ୍ଥାନକୁ ଖସି ଯାଇଛନ୍ତି । ଭାରତର ଯୁବ ଓପନିଂ ବ୍ୟାଯର ଶୁଭମନ ଗିଲ ଶୀର୍ଷରେ ଅଛନ୍ତି। ତାଙ୍କର ରେଟିଂ ପଏଣ୍ଟ  ୭୮୪ ରହିଛି ।  ପାକିସ୍ତାନର ତାରକା ବ୍ୟାଟର  ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ୭୨୧ ରେଟିଂ ପଏଣ୍ଟ ସହିତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଆୟର୍ଲାଣ୍ଡର ହ୍ୟାରି ଟାକ୍ଟର ଗୋଟିଏ ସ୍ଥାନ ଖସି  ୭ ନମ୍ବରରେ ପହଞ୍ଚିଛନ୍ତି । ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋର କରିଥିବା ଶ୍ରେୟସ୍ ଆୟର ଅଷ୍ଟମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି । ଶ୍ରୀଲଙ୍କାର ଚାରିଥ ଆସାଲଙ୍କା ନବମ ସ୍ଥାନରେ ଥିବା ବେଳେ ଆଫଗାନିସ୍ତାନର ଇବ୍ରାହିମ ଜାଦ୍ରାନ୍ ଦଶମ ସ୍ଥାନରେ ରହିଛନ୍ତି ।  ଭାରତର ୪ ଜଣ ବ୍ୟାଟର ଶୀର୍ଷ-୧୦ରେ ସ୍ଥାନ ପାଇଛନ୍ତି ।  ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ନ୍ୟୁଜିଲାଣ୍ଡର ବ୍ୟାଟର ରଚିନ୍ ରବିନ୍ଦ୍ର ତାଲିକାର ୧୪ ତମ ସ୍ଥାନକୁ ଉଠିଛନ୍ତି ।  ଭାରତର କେ.ଏଲ୍ ରାହୁଲ ଗୋଟିଏ ସ୍ଥାନ ଖସି ଆସିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.