• ବିଶ୍ବର ନମ୍ବର-୧ ଟି-୨୦ ବୋଲର ଭାବେ ଇତିହାସ ରଚିଲେ ଶ୍ରୀ ଚରଣୀ
  • ICC ମହିଳା ଟି-୨୦ ରାଙ୍କିଙ୍ଗର ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଲେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ଶେଫାଲି ବର୍ମା
  • ICCର ସଦ୍ୟତମ ରାଙ୍କିଙ୍ଗରେ ଉଜାଗର ହୋଇଛି ଭାରତୀୟ ଖେଳାଳିଙ୍କ ବ୍ୟକ୍ତିଗତ ସଫଳତା

ନୂଆଦିଲ୍ଲୀ,୩୦/୦୬: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ମହିଳା ଟି୨୦ ବିଶ୍ୱକପ୍ ୨୦୨୬ ପାଇଁ ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତ ପୂର୍ବରୁ ବିଶ୍ୱକପ୍ ରୁ ବାଦ ପଡ଼ିଛି, କିନ୍ତୁ ଶ୍ରୀ ଚରଣୀଙ୍କ ପ୍ରଦର୍ଶନ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଶ୍ରୀ ଚରଣି ବିଶ୍ୱର ନମ୍ବର ୧ ଟି ୨୦ ବୋଲର ହୋଇପାରିଛନ୍ତି। ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଏବଂ ଶେଫାଲି ବର୍ମା ବ୍ୟାଟିଂ ରାଙ୍କିଙ୍ଗରେ ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି।

ଅଧିକ ପଢ଼ନ୍ତୁ: India vs England: ବୈଭବ ସୂର୍ଯ୍ୟବଂଶୀଙ୍କୁ ଏହି ଉପାୟରେ ମିଳିବ ଭାରତର ପ୍ଲେଇଂ ଇଲେଭେନରେ ସୁଯୋଗ
ଶ୍ରୀ ଚରଣୀଙ୍କ ପ୍ରଦର୍ଶନ ଅପରିବର୍ତ୍ତିତ:

ଭାରତୀୟ ସ୍ପିନ୍ ବୋଲର ଶ୍ରୀ ଚରଣୀ ବିଶ୍ୱର ନମ୍ବର ୧ ଟି-୨୦ ବୋଲର ରହିଛନ୍ତି, ସେ ଗତ ସପ୍ତାହରେ ହିଁ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେ ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ମୋଟ ୧୪ ୱିକେଟ୍ ନେଇଥିଲେ। ଦୀପ୍ତି ଶର୍ମା ହେଉଛନ୍ତି ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଥିବା ଅନ୍ୟତମ ବୋଲର। ଇଂଲଣ୍ଡର ଲରେନ୍ ବେଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ ଚଢ଼ି ସପ୍ତମ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: Asian Games 2026: ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା; ୨ ପରିବର୍ତ୍ତନ, ହରମନଙ୍କ କାନ୍ଧରେ ଗୋଲ୍ଡ ରକ୍ଷା ଦାୟିତ୍ୱ
ଶ୍ରେଷ୍ଠ ୧୦ ବ୍ୟାଟରଙ୍କ ମଧ୍ୟରେ ୩ଜଣ ଭାରତୀୟ:

ମହିଳା ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ, ଅଷ୍ଟ୍ରେଲିଆର ଜର୍ଜିଆ ୱାଲ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡର ଚାର୍ଲି ଡିନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାରତର ଶ୍ରେଷ୍ଠ ସ୍ଥାନ ପାଇଥିବା ଟି-୨୦ ବ୍ୟାଟରଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ସ୍ମୃତି ମନ୍ଧାନା ଏବଂ ଶେଫାଲି ବର୍ମା ଷଷ୍ଠ ସ୍ଥାନରେ ରହିଛନ୍ତି। ଅଧିନାୟିକା ହରମନପ୍ରୀତ କୌର ବର୍ତ୍ତମାନ ଦଶମ ସ୍ଥାନରେ ଅଛନ୍ତି। ରିଚା ଘୋଷ ଏବଂ ଜେମିମା ରୋଡ୍ରିଗ୍ସ ବ୍ୟାଟିଂ ରାଙ୍କିଙ୍ଗରେ ୧୦ ନମ୍ବର ତଳେ ରହିଛନ୍ତି।

ଏହି ପରିପ୍ରେକ୍ଷିରେ, ଦୀପ୍ତି ଶର୍ମା ଏକମାତ୍ର ଭାରତୀୟ ଭାବେ ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗର ପଞ୍ଚମ ସ୍ଥାନରେ ଅଛନ୍ତି। ଶେଫାଲି ବର୍ମା ଚାରି ସ୍ଥାନ ଉପରକୁ ଉଠି ୨୨ତମ ସ୍ଥାନରେ ପହଞ୍ଚିଛନ୍ତି। ଦଳଗତ ରାଙ୍କିଙ୍ଗକୁ ଦେଖିଲେ, ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ, ଇଂଲଣ୍ଡ ଦ୍ୱିତୀୟରେ ଏବଂ ଭାରତ ତୃତୀୟ ସ୍ଥାନରେ ଅଛି। ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ସେମିଫାଇନାଲ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମୁହାଁମୁହିଁ ହେବାକୁ ‌‌ଥିବା ବେଳେ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଦ୍ୱିତୀୟରେ ମୁହାଁମୁହିଁ ହେବେ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ୨୦୨୮ ଅଲିମ୍ପିକ୍ସରେ ଖେଳିବା ପାଇଁ ସ୍ଥାନ ପକ୍କା କଲା ଭାରତୀୟ ମହିଳା ଦଳ, ପୁରୁଷ ଦଳକୁ ଅପେକ୍ଷା....
​​​​​​​