ନୂଆଦିଲ୍ଲୀ,୩୦/୦୬; ଏସୀୟ କ୍ରୀଡା ପାଇଁ ଭାରତୀୟ ସ୍କ୍ୱାଡ ଘୋଷଣା ହୋଇଛି । ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ୧୫ ଜଣିଆ ମହିଳା ଭାରତୀୟ ଦଳ ଘୋଷଣା ହୋଇଛି । ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ସେମିରୁ ବିଦା ହେବା ପରେ ଏବେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ଲଢିବେ ଭାରତୀୟ ମହିଳା ଦଳ । ହରମନପ୍ରୀତଙ୍କ କାନ୍ଧରେ ଗୋଲ୍ଡ ରକ୍ଷା ଦାୟିତ୍ୱ ରହିଛି । ସ୍ମୃତି ମାନ୍ଧନା ଉପ-ଅଧିନାୟିକା ଦାୟିତ୍ୱ ତୁଲାଇବେ । ଦଳରେ ୨ଟି ପରିବର୍ତ୍ତନ ହୋଇଛି । ୱିକେଟ୍ କିପର ବ୍ୟାଟର ଯାସ୍ତିକା ଭାଟିଆ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ ଖେଳୁଥିଲେ କିନ୍ତୁ ଏସିଆ ଗେମ୍ସ ପାଇଁ ତାଙ୍କୁ ସ୍ଥାନ ମିଳିନାହିଁ । ସେହିପରି ଆହତ ଶ୍ରେୟାଙ୍କା ପାଟିଲଙ୍କ ସ୍ଥାନରେ ଡେବ୍ୟୁ କରିଥିବା ପ୍ରେମା ରାୱତଙ୍କୁ ଏସୀଆ କ୍ରୀଡାରୁ ବାଦ ଦିଆଯାଇଛି । ଆହତ ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ ମଝିରୁ ବାଦ ପଡ଼ିଥିବା ଶ୍ରେୟଙ୍କା ପାଟିଲଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ମିଳିଛି ।

ସେପ୍ଟେମ୍ବରରେ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡାରେ ଡିଫେଣ୍ଡି ଚାମ୍ପିଅନ ଭାବେ ଭାରତୀୟ ଦଳ ଭାବେ ପ୍ରବେଶ କରିବ । ଚୀନରେ ହାଙ୍ଗଜୌରେ ଅନୁଷ୍ଠିତ ଗତ ଏସୀୟ କ୍ରୀଡା (୨୦୨୩)ରେ ଭାରତ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା କ୍ରିକେଟ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ତେଣୁ ଏଥର ସ୍ୱର୍ଣ୍ଣ ପଦକ ବଜାୟ ରଖିବାକୁ ଲଢେଇ କରିବ । ଏହି ଦଳରେ ଉଭୟ ଅଭିଜ୍ଞ ଏବଂ ଯୁବ ଚେହେରା ରହିଛନ୍ତି । ଶେଫାଳି ବର୍ମା, ରିଚା ଘୋଷ ଏବଂ ରାଧା ଯାଦବଙ୍କ ଭଳି ଷ୍ଟାର ପ୍ଲେୟାର ରହିଛନ୍ତି । ତଥାପି ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲଙ୍କ ଚୟନ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରୁଛି । ଯେ ସେ ଡାକ୍ତରୀ କ୍ଲିୟରାନ୍ସ ପାଆନ୍ତି ତେହେ ହିଁ ସେ ଏସୀୟ କ୍ରୀଡାରେ ଦଳ ସହିତ ଅଂଶଗ୍ରହଣ କରିପାରିବେ । ପୂର୍ବରୁ ଏସିଆନ ଗେମ୍ସ ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ଘୋଷଣା ହୋଇ ସାରିଥିଲା । ଆଜି ମହିଳା ଦଳ ଘୋଷଣା ହୋଇଛି ।

ମହିଳା ଦିନିକିଆ ବିଶ୍ୱକପ ବିଜୟୀ ଭାରତ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଚିର ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ, ନେଦରଲାଣ୍ଡସ ଏବଂ ବାଂଲାଦେଶକୁ ହରାଇ ଭଲ ସ୍ଥିତିରେ ରହିଥିଲା । କିନ୍ତୁ ଏହାପରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆଠୁ ହାରି ଭାରତ ସେମି ରେସରୁ ବାଦ ପଡିଛି । ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ବିଶ୍ୱକପ ସ୍ୱପ୍ନ ଭାଙ୍ଗିଛି ହେଲେ ଏସୀଆନ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ହରମରନ ।

ଏହା ବି ପଢନ୍ତୁ...Shashank Singh: ଅଡୁଆରେ IPL ଷ୍ଟାର ଶଶାଙ୍କ ଏବଂ IPS ବାପା, ଖାଇବା ସ୍ୱାଦ ନହେବାରୁ କୁକ୍ଙ୍କୁ ପିଟିଥିବା ଅଭିଯୋଗ

ଏସିଆନ ଗେମ୍ସ ଭାରତୀୟ ଦଳ- ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପ-ଅଧିନାୟିକା), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦିପ୍ତୀ ଶର୍ମା, ରିଚା ଘୋଷ (ୱିକେଟ୍ କିପର), ଜି.କମଳିନୀ (ୱିକେଟ୍ କିପର), ଭାରତୀ ଫୁଲମାଳି, ଶ୍ରୀ ଚରଣୀ, ରେଣୁକା ସିଂହ ଠାକୁର, କ୍ରାନ୍ତି ଗୌଡ଼, ଅରୁନ୍ଧତୀ ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ରାଧା ଯାଦବ, ନନ୍ଦୀନି ଶର୍ମା ।