ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍‌: ପ୍ରତ୍ୟେକ ମହାଦେଶରୁ ଖେଳିବେ ଗୋଟିଏ ଦଳ, ଆଇସିସି ମାନ୍ୟତା ଅନୁସାରେ ହେବେ ଚୟନ

Published By : Manoj | August 1, 2025 10:38 AM

ନୂଆଦିଲ୍ଲୀ,୦୧/୦୮:  ୨୦୧୮ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରାଯାଉଛି । ୧୨୮ ବର୍ଷ ପରେ କ୍ରିକେଟ୍‌  ଅଲିମ୍ପିକ୍ସରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ମାତ୍ର ଏହି କ୍ରୀଡ଼ା ସାରା ବିଶ୍ୱରେ ସେତେଟା ଜନାଦ୍ରୁତ ହୋଇନି । ତେଣୁ ଅଲିମ୍ପିକ୍ସ ପାଇଁ ଦଳ କିଭଳି ଚୟନ ହେବ ତାହା ଏବେ ପ୍ରମୁଖ  ପ୍ରସଙ୍ଗ ପାଲଟିଛି ।

ସିଙ୍ଗାପୁରରେ  ଆଇସିସିର ବାର୍ଷିକ ସାଧାରଣ ବୈଠକ  (ଏଜିଏମ୍‌) ବସିଥିଲା । ପ୍ରତ୍ୟେକ  ମହାଦେଶରୁ ଗୋଟିଏ ଦଳ ଖେଳାଇବା  ନେଇ ବୈଠକରେ ଆଲୋଚନା  ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ  ଜାଣିବାକୁ ମିଳିଛି । ଏମିତି ହେଲେ ଆଇସିସିର  ଏକାଧିକ ପୂର୍ଣ୍ଣ ସଦସ୍ୟ ଦଳ ଅଲିମ୍ପିକ୍ସ  ଯୋଗ୍ୟତାରୁ ବଞ୍ଚିତ ହେବେ ।  ବିଶେଷ କରି ପାକିସ୍ତାନ, ନ୍ୟୁଜିଲାଣ୍ଡ  ଓ ଶ୍ରୀଲଙ୍କା ସୁଯୋଗ ପାଇବେ ନାହିଁ । 

ପୁରୁଷ ଓ ମହିଳା ବର୍ଗରେ ୬ଟି  ଲେଖାଏଁ ଦଳ ଖେଳିବେ । ତେଣୁ  ବର୍ତ୍ତମାନର ଟି-ଟ୍ୱେଣ୍ଟି ମାନ୍ୟତା  ଦେଖିଲେ (ପୁରୁଷ ଓ ମହିଳା) ଏସିଆରୁ ଭାରତ, ଓସେନିଆରୁ ଅଷ୍ଟ୍ରେଲିଆ, ୟୁରୋପରୁ  ଇଂଲଣ୍ଡ, ଆମେରିକା (ଉତ୍ତର ଓ ଦକ୍ଷିଣ) ରୁ ଆୟୋଜକ ଆମେରିକା କିମ୍ବା କାରବିଆନ  ଦଳ ଏବଂ ଆଫ୍ରିକାରୁ ଦକ୍ଷିଣ ଆଫ୍ରିକା ସ୍ଥାନ  ପାଇବେ । ଆମେରିକା ଆୟୋଜକ ଦଳ  ଭାବେ ସିଧାସଳଖ ଏଣ୍ଟ୍ରି ପାଇବା କଥା । କିନ୍ତୁ  ଏ ବିଷୟରେ ଆଇସିସି କିଛି ଚୂଡ଼ାନ୍ତ ନିଷ୍ପତ୍ତି  ନେଇ ନାହିଁ । ଯଦି ଆମେରିକା ସିଧାସଳଖ  ପ୍ରବେଶ କରେ ତେବେ ଏକ କାରବିଆନ  ଦଳ ଖେଳିବାର ସୁଯୋଗ ପାଇପାରେ । 

ନିର୍ଦ୍ଧାରିତ ଯୋଗ୍ୟତା ପର୍ଯ୍ୟାୟ ତାରିଖ  ପର୍ଯ୍ୟନ୍ତ ଆଇସିସି ମାନ୍ୟତା ଅନୁସାରେ  ଦଳ ଚୟନ ହେବ । ଶେଷ ଥର ୧୯୦୦  ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ହୋଇଥିଲା ।  ୨୦୩୨ ଓ ୨୦୩୬ ସଂସ୍କରଣରେ  ମଧ୍ୟ କ୍ରିକେଟ୍‌ ସାମିଲ ହୋଇପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.