ନୂଆଦିଲ୍ଲୀ,୧୩/୦୧: ବାଂଲାଦେଶକୁ ଆଇସିସି ଝଟକା ଲାଗିଛି । ଭାରତରେ ହେବାରୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ମୁକାବିଲାରେ ବାଂଲାଦେଶର ଭେନ୍ୟୁ ବଦଳିବ ନାହିଁ । ସ୍ଥାନ ବଦଳାଇବାକୁ ବାଂଲାଦେଶ କରିଥିବା ଅନୁରୋଧକୁ ରଖିନାହିଁ ଆଇସିସି । ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ସ୍ପଷ୍ଟ ସଙ୍କେତ ଦେଇଛି କି ହୁଏତ ବାଂଲାଦେଶର ଏହି ଅନୁରୋଧ ସ୍ୱୀକାର କରାଯିବ ନାହିଁ । ଏହା ପଛର କାରଣ ହେଉଛି ଦେଶରେ ସୁରକ୍ଷା ଚିନ୍ତା ଉପରେ ଏକ ଆକଳନ ରିପୋର୍ଟରେ ବିପଦ ଆଶଙ୍କା କମ୍ ଦର୍ଶାଯାଇଛି ।

ଆଇସିସି ସୁତ୍ର ଅନୁଯାୟୀ ବୈଶ୍ୱିକ ସଞ୍ଚାଳନ ସଂସ୍ଥାର ଆକଳନରେ ଫେବୃଆରୀ ୭ରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ । ଭାରତ ଓ ଶ୍ରୀଲଙ୍କା ଆୟୋଜନରେ ଖେଳାଯିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ବାଂଲାଦେଶ ଏଥିରେ ଭାଗ ନେଲେ କୌଣସି ବିପଦ ସମ୍ଭାବନା ନଥିବା କୁହାଯାଇଛି । ବାଂଲାଦେଶର କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା ଆସିଫ ନରଜୁଲଙ୍କ ଏହି ଦାବିର ବି ଖଣ୍ଡନ ହୋଇଛି । ସେ କହିଥିଲେ ମୁସ୍ତାଫିଜୁର ରେହମାନକୁ ଦଳରେ ସାମିଲ କଲେ ବିପଦ ଆହୁରି ବଢିବ । ବାଂଲାଦେଶ ଭାରତରେ ୪ଟି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବାରୁ କାର୍ଯ୍ୟକ୍ରମ ରହିଛି । ସୁତ୍ର ଅନୁସାରେ ଆକଳନରେ ବାଂଲାଦେଶ ପାଇଁ ଭାରତର କୌଣସି ସ୍ଥାନରେ କିଛି ବିପଦ ନାହିଁ ।

ଏହା ପୂର୍ବରୁ ଢାକାରେ ନଜରୁଲ ସାର୍ବଜନୀନ ବୟାନ ଦେଇଥିଲେ କି, ଆଇସିସି ରିପୋର୍ଟରେ ମୁସ୍ତାଫିଜୁରଙ୍କ ପାଇଁ ବପଦ ଥିବା ଦର୍ଶାଯାଇଥିଲା । ଯେଉଁଥିରେ ଭାରତୀୟ କ୍ରିକେଟ ବୋର୍ଡ ନିର୍ଦ୍ଦେଶରେ ଆଇପିଏଲରୁ ରେହମାନଙ୍କୁ ହଟାଇଥିଲା କୋଲକାତା । ଏହା ପରେ ବିସିବି ତାର ଦଳକୁ ଭାରତ ନପଠାଇବାକୁ ଧମକ ଦେଇଥିଲା । ଖାଲି ସେତିକି ନୁହେଁ ଦେଶରେ ଆଇପିଏଲ ପ୍ରସାରଣ ମଧ୍ୟ ବ୍ୟାନ୍ କରାଯାଇଛି । ଆଇସିସି ସୂଚନା ଅନୁସାରେ ବର୍ତ୍ତମାନର କାର୍ଯ୍ୟସୂଚୀ ପରିବର୍ତ୍ତନ କରିବା ସମ୍ଭାବନା କମ । ବିସିସିଆଇ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଇସିସିର ପୂର୍ଣ୍ଣ ଭରସା ଅଛି । ଯାହାର ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟଗୁଡ଼ିକୁ ସୁରକ୍ଷିତ ଭାବେ ଆୟୋଜନ କରିବାର ରେକର୍ଡ ରହିଛି ।
​​​​​​​