ମୁମ୍ବାଇ,୨୩/୮ : ଆଇସିସି ମହିଳା ଦିନିକିଆ ବିଶ୍ବକପର ଆରମ୍ଭ ୩୦ସେପ୍ଟେମ୍ବରରୁ ଆରମ୍ଭ ହେବ ଏବଂ ଏହାର ଫାଇନାଲ ମ୍ୟାଚ୍ ୨ନଭେମ୍ବରରେ ଖେଳାଯିବ । କିନ୍ତୁ ବିଶ୍ବକପର ସିଡ୍ୟୁଲ ଜାରି ହେବା ପରେ ଆଇସିସି ଏଥିରେ ଏକ ବିଶେଷ ପରିବର୍ତ୍ତନ କରିଛି । ବେଙ୍ଗାଲୁରର ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ୍ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। କର୍ଣ୍ଣାଟକ ସରକାର ବେଙ୍ଗାଲୁର ଘଟଣା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବିଶ୍ବକପ ଆୟୋଜନ ବନ୍ଦ କରି ଦେଇଛନ୍ତି । ଏହି ପରିବର୍ତ୍ତନ ଫଳରେ ଭାରତର ଦୁଇଟି ମ୍ୟାଚ୍ ଉପରେ ପ୍ରଭାବ ପଡ଼ିଛି । ଯେଉଁଥିରେ ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି ।
ଆଇସିସି ନୂଆ ସିଡ୍ୟୁଲ ଜାରି କରିବା ପରେ ଟିମ୍ ଇଣ୍ଡିଆର ଏହି ଦିନ ମ୍ୟାଚର ତାରିଖ ତ ବଦଳିନାହିଁ ବରଂ ସ୍ଥାନ ବଦଳି ଯାଇଛି । ଭାରତର ଲିଗ୍ ଷ୍ଟେଜରେ ୭ମ୍ୟାଚ୍ ହେବ ।
ପ୍ରଥମ- ୩୦ସେପ୍ଟେମ୍ବର : ଭାରତ ବନାମ ଶ୍ରୀଲଙ୍କା, ଗୋଓ୍ବାହାଟୀ
ଦ୍ବିତୀୟ – ୫ଅକ୍ଟୋବର : ଭାରତ ବନାମ ପାକିସ୍ତାନ, କଲୋମ୍ବୋ
ତୃତୀୟ – ୯ଅକ୍ଟୋବର : ଭାରତ ବନାମ ଦକ୍ଷିଣ ଆଫ୍ରିକା, ବିଶାଖାପାଟନମ
ଚତୁର୍ଥ – ୧୨ଅକ୍ଟୋବର : ଭାରତ ବନାମ ଅଷ୍ଟେ୍ରଲିଆ, ବିଶାଖାପାଟନମ
ପଞ୍ଚମ- ୧୨ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ, ଇନ୍ଦୋର
ଷଷ୍ଠ – ୨୩ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ, ନବି ମୁମ୍ବାଇ
ସପ୍ତମ – ୨୬ଅକ୍ଟୋବର : ଭାରତ ବନାମ ବାଙ୍ଗଲାଦେଶ, ନବି ମୁମ୍ବାଇ
ଆଇସିସି ମହିଳା ଓ୍ବାନଡେ ବିଶ୍ବକପର ପ୍ରଥମ ସେମିଫାଇନାଲ ୨୯ଅକ୍ଟୋବରରେ ଗୋଓ୍ବାହାଟୀ କିମ୍ବା କଲୋମ୍ବୋ ମଧ୍ୟରୁ ଗୋଟିଏ ସ୍ଥାନରେ ଖେଳାଯିବ । ସେହିଭଳି ଦ୍ବିତୀୟ ସେମିଫାଇନାଲ ପ୍ରଥମେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବାରେ ଥିଲା କିନ୍ତୁ ତାହା ବି ଏବେ ନବି ମୁ୍ମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ହେବ । ସେହିଭଳି ଏବେ ବିଶ୍ବକପର ଫାଇନାଲ ବି ନବି ମୁମ୍ବାଇ କିମ୍ବା କଲୋମ୍ବୋରୁ କୌଣସି ଗୋଟିଏ ସ୍ଥାନରେ ଖେଳାଯିବ । ପାକିସ୍ତାନ ଟିମ୍ ଯଦି ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୁଏ ତେବେ ନକଆଉଟ୍ ମ୍ୟାଚର ଗୋଟିଏ ମ୍ୟାଚ୍ କଲୋମ୍ବୋରେ ହେବ । ସେହିଭଳି ଯଦି ପାକିସ୍ତାନ ଟିମ୍ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିବ ତେବେ ବିଶ୍ବକପର ଫାଇନାଲ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଖେଳାଯିବ । ଏହି ବିଶ୍ବକପର ଆୟୋଜନ ଭାରତ କରୁଛି । କିନ୍ତୁ ପାକିସ୍ତାନର ସମସ୍ତ ମ୍ୟାଚ କଲୋମ୍ବୋରେ ରଖାଯାଇଛି ।