ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଆଇସିସି ମହିଳା ଦିନିକିଆ ମାନ୍ୟତା ତାଲିକା, ମନ୍ଧନାଙ୍କୁ ହଟାଇ ଶୀର୍ଷରେ ସ୍କିଭର-ବ୍ରଣ୍ଟ୍‌

Published By : Manoj | July 30, 2025 10:05 AM

ଦୁବାଇ,୩୦/୦୭:  ଆଇସିସି ପକ୍ଷରୁ  ମହିଳା ଦିନିକିଆ  ବ୍ୟାଟିଂ ମାନ୍ୟତା ଘୋଷିଣା ହୋଇଛି। ଏହି ତାଲିକାରେ ଭାରତର ସ୍ମୃତି ମନ୍ଧନାଙ୍କୁ ପଛରେ ପକାଇ  ଇଂଲଣ୍ଡ ଅଧିନାୟିକା ନାତାଲି ସ୍କିଭର-ବ୍ରଣ୍ଟ୍‌ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ।  ପୂର୍ବରୁ ଏହି ସ୍ଥାନରେ ଥିବା ମନ୍ଧନା ଦ୍ୱିତୀୟକୁ ଏବଂ ଦକ୍ଷିଣ ଆଫ୍ରିକାର  ଲୌରା ଉଲ୍‌ଭାର୍ଟ ତୃତୀୟକୁ ଖସିଛନ୍ତି । ମାତ୍ର ଏହି ୩ ଖେଳାଳିଙ୍କ ରେଟିଂ  ପଏଣ୍ଟ ମଧ୍ୟରେ କମ୍‌ ବ୍ୟବଧାନ ରହିଛି ।

ସ୍କିଭର ବ୍ରଣ୍ଟ ରେଟିଂ ପଏଣ୍ଟ ୭୩୧  ରହିଛି । ମନ୍ଧନା (୭୨୮) ତାଙ୍କଠୁ ମାତ୍ର ୩ପଏଣ୍ଟ ଏବଂ ଉଲଭାର୍ଟ (୭୨୫)  ୬ପଏଣ୍ଟ ପଛରେ ରହିଛନ୍ତି। ଘରୋଇ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ  ମନ୍ଧନା ୧୧୫ରନ୍‌ କରିଥିଲେ । ସ୍କିଭର-ବ୍ରଣ୍ଟ୍‌ ସର୍ବାଧିକ ୧୬୦ରନ୍‌ ସଂଗ୍ରହ କରିଥିଲେ । ଏହି ପ୍ରଦର୍ଶନ ତାଙ୍କୁ ଶୀର୍ଷ ମାନ୍ୟତା ପ୍ରଦାନ କରିଛି । ଅନ୍ୟ  ପଟରେ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌର ୧୦ଟି ସ୍ଥାନ ଉନ୍ନତି ଘଟାଇ  ୧୧ତମ, ଜେମିମା ରୋଡ୍ରିଗ୍ସ ୨ଟି ସ୍ଥାନ ଉଠି ୧୩ତମ ସ୍ଥାନରେ ରହିଛନ୍ତି ।

ଗତ  ସିରିଜରେ ହର୍ମନପ୍ରୀତ ୧୨୬ ଓ ରୋଡ୍ରିଗ୍ସ ୧୦୧ରନ୍‌ କରିଥିଲେ । ବୋଲିଂ  ତାଲିକାରେ ଭାରତର ଦୀପ୍ତି ଶର୍ମା ଚତୁର୍ଥ ସ୍ଥାନ ବଜାୟ ରଖିଥିବାବେଳେ  କ୍ରାନ୍ତି କୌଡ଼ ୫୮ଟି ସ୍ଥାନ ଉଠି ୬୨ତମ ସ୍ଥାନରେ ପହଞ୍ଚିଛନ୍ତି ।  ଅଲରାଉଣ୍ଡର ତାଲିକାରେ ଦୀପ୍ତିଙ୍କ ଚତୁର୍ଥ ସ୍ଥାନ ଅପରିବର୍ତ୍ତିତ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.